ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ରବିବାର ସନ୍ଧ୍ୟା ୭ଟା ୧୫ରେ ଶପଥ ସମାରୋହ ଉତ୍ସବ, ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ,୦୯/୦୬: ଶନିବାର ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି । ସନ୍ଧ୍ୟା  ୭ଟା ୧୫ରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଆୟୋଜନ  କରାଯିବ । ମୋଦିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ମୋଦିଙ୍କ ସମେତ ତାଙ୍କ ନୂଆ କ୍ୟାବିନେଟର  ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ  ଗ୍ରହଣ କରିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଷ୍ଟ୍ରପତି ଭବନକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରଖାଯାଇଛି । ଶପଥ  ଗ୍ରହଣ ସମାରୋହରେ ଯୋଗଦେବା ଲାଗି ଦେଶ ବିଦେଶର ଅତିଥିମାନେ ମଧ୍ୟ ଆସିବା ଆରମ୍ଭ କରିଛନ୍ତି । ସାର୍କ ଦେଶର ୭ ରାଷ୍ଟ୍ରମୁଖ୍ୟଙ୍କ ସମେତ ପ୍ରାୟ  ୮ ହଜାର ଅତିଥି ଏହି ସମାରୋହରେ ସାମିଲ ହେବେ । 

ମିଳିଥିବା ସୂଚନା ଅନୁସାରେ  ମୋଦିଙ୍କ ସହ ୫୨-୫୫ ଜଣ ମନ୍ତ୍ରୀ  ମଧ୍ୟ ଶପଥ ନେଇପାରନ୍ତି । ସେମାନଙ୍କ ମଧ୍ୟରେ ୧୯ରୁ ୨୨ ଜଣ କ୍ୟାବିନେଟ  ଓ ୩୩ରୁ ୩୫ ଜଣ ରାଷ୍ଟ୍ରମନ୍ତ୍ରୀ  ହୋଇପାରନ୍ତି । ଏନ୍‌ଡିଏର ୧୪ଟି  ସହଯୋଗୀ ଦଳର ପ୍ରାୟ ୧୮ ଜଣ  ମଧ୍ୟ ମନ୍ତ୍ରୀ ହେବାର ସମ୍ଭାବନା ରହିଛି ।  ସେମାନଙ୍କ ଭିତରେ ୭ କ୍ୟାବିନେଟ  ଓ ୧୧ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ  ନେଇପାରନ୍ତି । ତେବେ ସରକାରୀ  ଭାବେ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ । କୁହାଯାଉଛି କି ଟିଡିପି  ଓ ଜେଡିୟୁର ୨ ଜଣ ଲେଖାଏ ଏବଂ  ଶିବସେନାର ଜଣେ କ୍ୟାବିନେଟ ମନ୍ତ୍ରୀ  ଭାବେ ଶପଥ ନେଇପାରନ୍ତି । ସେହିଭଳି  ଏନ୍‌ସିପି, ଆରଏଲ୍‌ଡି, ଜେଡିଏସ୍‌ ଏବଂ  ଏଲ୍‌ଜେପିର ଜଣେ ଲେଖାଏ କ୍ୟାବିନେଟ  ମନ୍ତ୍ରୀ ହେବାର ସମ୍ଭାବନା ରହିଛି ।  ମୋଦିଙ୍କ ତୃତୀୟ ପାଳି କ୍ୟାବିନେଟରେ  ଜାତି ଅପେକ୍ଷା କ୍ଷେତ୍ରୀୟ ସନ୍ତୁଳନକୁ ଅଗ୍ରାଧିକାର ମିଳିବ । ଦେଶର ଉତ୍ତର, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ସବୁ ଦିଗକୁ  ବିଚାରକୁ ନେଇ ମନ୍ତ୍ରିମଣ୍ଡଳରେ ସାମିଲ  କରାଯିବ । ମନ୍ତ୍ରୀ ଚୟନ କ୍ଷେତ୍ରରେ  ଅନୁଭବ ଓ ଶିକ୍ଷାଗତ ଯୋଗ୍ୟତା  ମାନଦଣ୍ଡ ହେବ ବୋଲି କୁହାଯାଉଛି । 

ସେପଟେ ଶୁକ୍ରବାର ମୋଦିଙ୍କ ବାସଭବନରେ ଦଳର ବରିଷ୍ଠ ନେତା  ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ  ଜେ.ପି ନଡ୍ଡା ପହଞ୍ଚିଛନ୍ତି । ସେମାନଙ୍କ ଭିତରେ ମନ୍ତ୍ରିମଣ୍ଡଳର ରୂପରେଖ ନେଇ  ଆଲୋଚନା ହୋଇଥିବା କୁହାଯାଉଛି ।  ଟିଡିପିର ଜଣେ ସାଂସଦଙ୍କ ସୂଚନା  ଅନୁସାରେ କେଉଁ ଦଳର କାହାକୁ  ମନ୍ତ୍ରୀ କରାଯିବ ତାର ରୂପରେଖ  ଚୂଡ଼ାନ୍ତ ହୋଇସାରିଛି । କିନ୍ତୁ ତାକୁ  ନେଇ ସାର୍ବଜନିକ ସ୍ତରରେ କୌଣସି  ଚର୍ଚ୍ଚା କରାଯିବାର ଆବଶ୍ୟକତା ନାହିଁ ।  ପ୍ରଧାନମନ୍ତ୍ରୀ ଯାହାକୁ ଯେଉଁ ଦାୟିତ୍ୱ  ଦେବେ ତାକୁ ସେ ସ୍ୱୀକାର କରିବେ ।  ଏକଥା ଉପରେ ଏନ୍‌ଡିଏର ସହଯୋଗୀ  ଦଳ ଭିତରେ ସହମତି ହୋଇଛି । 

କୁହାଯାଉଛି କି ଉତ୍ତରପ୍ରଦେଶରୁ  ରାଜନାଥ ସିଂହ, ଜିତିନ ପ୍ରସାଦ,  ଏସ୍‌ପି ସିଂହ ବଘେଲ ଓ ପଙ୍କଜ  ଚୌଧୁରୀ ମନ୍ତ୍ରୀ ହୋଇପାରନ୍ତି । ସେହିଭଳି ଗୁଜରାଟରୁ ଅମିତ  ଶାହ ଓ ମନସୁଖ ମାଣ୍ଡଭୀୟ,  ମଧ୍ୟପ୍ରଦେଶରୁ ଜ୍ୟୋତିରାଦିତ୍ୟ  ସିନ୍ଧିଆ ଓ ଶିବରାଜ ସିଂହ ଚୌହାନ, ହରିଆଣାରୁ ରାଓ ଇନ୍ଦ୍ରଜିତ, କୃଷ୍ଣପାଲ  ଗୁର୍ଜର ଓ ମନୋହର ଲାଲ ଖଟ୍ଟର,  ରାଜସ୍ଥାନରୁ ଅର୍ଜୁନ ରାମ ମେଘୱାଲ  ଓ ଭୂପେନ୍ଦ୍ର ଯାଦବ,ମହାରାଷ୍ଟ୍ରରୁ ନୀତିନ ଗଡକରୀ, ପିୟୁଷ ଗୋୟଲ ଓ  ନାରାୟଣ ରାଣେ,ଆରଏଲ୍‌ଡି ନେତା ଜୟନ୍ତ ଚୌଧୁରୀ,  ଜେଡିୟୁ ନେତା ଲଳନ ସିଂହ ଓ ସଞ୍ଜୟ ଝା, ଶିବସେନାରୁ  ରାମନାଥ ଠାକୁର ଓ ପ୍ରତାପ ରାଓ ଯାଦବ, ଏଲ୍‌ଜେପିରୁ  ଚିରାଗ ପାଶ୍ୱାନ, ଜେଡିଏସ୍‌ରୁ ଏଚଡି କୁମାରସ୍ୱାମୀ,  ଟିଡିପିରୁ ରାମମୋହନ ନାଇଡୁ ଓ କେ ରବିନ୍ଦ୍ରନ, ଏନ୍‌ସିପିରୁ  ପ୍ରଫୁଲ ପଟେଲ ଏବଂ ଅପନା ଦଳରୁ ଅନୁପ୍ରିୟା ପଟେଲଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ଚର୍ଚ୍ଚା ହେଉଛି । ଓଡ଼ିଶାକୁ ୨ଟି  କ୍ୟାବିନେଟ ଓ ୩ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ପଦ ମିଳିବା  ଆଲୋଚନା ହେଉଛି । ବିଶେଷ କରି ଧର୍ମେନ୍ଦ୍ର ପ୍ରଧାନ,  ବୈଜୟନ୍ତ ପଣ୍ଡା, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ୍‌,  ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ ଏବଂ ସମ୍ବିତ ପାତ୍ରଙ୍କ ନାମ ଶୁଣାଯାଉଛି । ସାଂସଦ ନବଚରଣ ମାଝୀ ଓ  ଅନନ୍ତ ନାୟକଙ୍କ ନାମ ମଧ୍ୟ ରହିଛି । ଭର୍ତ୍ତୃହରି ମହତାବଙ୍କୁ  ବାଚସ୍ପତି ଭୂମିକା ମିଳିପାରେ ବୋଲି କୁହାଯାଉଛି ।  

ନୂଆଦିଲ୍ଲୀରେ ଶୁକ୍ରବାର ଅନୁଷ୍ଠିତ ଏନ୍‌ଡିଏ  ବୈଠକରେ ମୋଦି ନେତା ନିର୍ବାଚିତ ହୋଇଥିଲେ । ଏହା  ପରେ ସେ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ଦ୍ରୌପଦୀ  ମୁର୍ମୁଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଜଣାଇଥିଲେ । ରାଷ୍ଟ୍ରପତି ମଧ୍ୟ ତାଙ୍କୁ ସରକାର ଗଢ଼ିବା ଲାଗି ଆମନ୍ତ୍ରଣ ଜଣାଇଥିଲେ । ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରେ  ଏନ୍‌ଡିଏକୁ ୨୯୩ ଆସନ ମିଳିଛି । ସେଥିରୁ ବିଜେପି  ୨୪୦ ଆସନ ପାଇଥିଲାବେଳେ ୧୪ଟି ସହଯୋଗୀ ଦଳର ୫୩ ଆସନ ରହିଛି । ସରକାର ଗଠନ ଲାଗି ମ୍ୟାଜିକ  ସଂଖ୍ୟା ୨୭୨ ରହିଥିଲା ବେଳେ ବିଜେପି ଏହାଠାରୁ  ବହୁ ପଛରେ ରହିଯାଇଛି । ଯାହାଫଳରେ ଅନ୍ୟାନ୍ୟ  ସହଯୋଗୀ ଦଳ ଉପରେ ବିଜେପିକୁ ସମ୍ପୂର୍ଣ୍ଣ ନିର୍ଭର  କରିବାକୁ ପଡିବ । ମୋଦିଙ୍କ ନୂଆ ସରକାରରେ ୧୬  ଆସନ ପାଇଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ୧୨  ଆସନ ପାଇଥିବା ନୀତୀଶ କୁମାରଙ୍କ ଜେଡିୟୁର ଦବ୍‌ଦବା  ରହିବ । ଅନ୍ୟପକ୍ଷରେ ଇଣ୍ଡିଆ ମେଣ୍ଟ ଦୃଢ଼ ପ୍ରତ୍ୟାବର୍ତ୍ତନ  କରିବା ସହ ୨୩୪ଟି ଆସନ ପାଇଛି ।

  • PrameyaOdia
  • prameya
  • Narendra Modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.