ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାର ଆଜି (ଗୁରୁବାର) ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ସିବିଆଇକୁ ଯାଂଚ ପାଇଁ ମିଳିଥିବା ଅନୁମତିକୁ ପ୍ରତ୍ୟାହାର କରିନେଇଛନ୍ତି ରାଜ୍ୟ ସରକାର। ଅର୍ଥାତ୍ ଯଦି ଏବେ ସିବିଆଇ କର୍ଣ୍ଣାଟକରେ କୌଣସି ଅନୁସନ୍ଧାନ କରେ, ତେବେ ପ୍ରଥମେ ରାଜ୍ୟ ସରକାରଙ୍କ ସହମତି ନେବାକୁ ପଡିବ ଏବଂ ପରେ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢାଇବ ।
ଆଜି କର୍ଣ୍ଣାଟକ କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ପରେ ସିବିଆଇ କର୍ଣ୍ଣାଟକରେ ରାଜ୍ୟ ସରକାରଙ୍କ ଅନୁମତି ବିନା ଅନୁସନ୍ଧାନ କରିପାରିବ ନାହିଁ। ଏହି କ୍ୟାବିନେଟ ନିଷ୍ପତ୍ତି ପରେ ଗଣମାଧ୍ୟମକୁ ସୂଚନା ଦେଇ ଆଇନ ମନ୍ତ୍ରୀ ଏଚ୍.କେ ପାଟିଲ କହିଛନ୍ତି ଯେ ରାଜ୍ୟରେ ସିବିଆଇ ତଦନ୍ତ ପାଇଁ ଆମେ ଖୋଲା ସହମତି ପ୍ରତ୍ୟାହାର କରୁଛୁ । ଏଥି ସହ ଆମେ ସିବିଆଇର ଅପବ୍ୟବହାରକୁ ନେଇ ମଧ୍ୟ ଚିନ୍ତିତ ।
MUDA କାରଣରୁ ଏହି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ଗୃହମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ ଯେ MUDA ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ସିଏମ ସିଦ୍ଧରମୈୟା ଲୋକାୟୁକ୍ତ ପୋଲିସ ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ବିରୋଧୀ ଦଳ ବିଜେପି ଏବଂ ଜେଡିଏସ୍ ସିଦ୍ଧରମୈୟାଙ୍କ ବିରୋଧରେ କୋର୍ଟକୁ ଯାଇଥିବା ଆବେଦନକାରୀ କହିଛନ୍ତି ଯେ ଯଦି ସିଦ୍ଧରମୈୟା ସିଏମ୍ ପଦବୀରେ ରହନ୍ତି ତେବେ ତଦନ୍ତ ପ୍ରଭାବିତ ହୋଇପାରେ, ଏଭଳି ପରିସ୍ଥିତିରେ ସିବିଆଇ ଏହାର ଅନୁସନ୍ଧାନ କରିବା ଉଚିତ୍ ।