ଭୁବନେଶ୍ବର: ବିଜେପି କାର୍ଯ୍ୟାଳୟରୁ ବୈଠକ ସାରି ରାଜଭବନ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କାର୍ଯ୍ୟାଳୟରେ ଦୁଇ ଘଣ୍ଟା ଧରି ଦଳୀୟ ନେତାଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ସେ ରାଜଭବନରେ ରାତ୍ରିଯାପନ କରିବେ ଓ ଶନିବାର ଡିଜିପି ସମ୍ମିଳନୀରେ ଯୋଗ ଦେବେ।
ବିଜେପି କାର୍ଯ୍ୟାଳୟରେ ଆଲୋଚନାକୁ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ‘‘ପ୍ରଧାନମନ୍ତ୍ରୀ ପାର୍ଟି ଅଫିସରେ ୨ ଘଣ୍ଟାରୁ ଅଧିକ ସମୟ ରହିଲେ। ଏହି ସମୟରେ ସେ ଦଳୀୟ ନେତାଙ୍କୁ ସୁଖ, ଦୁଃଖ କଥା ପଚାରିବା ସହ ରାତ୍ରିଭୋଜନ କରିଛନ୍ତି।’’
ସୂଚନା ଅନୁସାରେ, ଡିଜିପି-ଆଇଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଓହ୍ଲାଇବା ପରେ, ପିଏମ୍ ମୋଦୀଙ୍କୁ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରମୁଖ ସ୍ୱାଗତ କରିଥିଲେ ।