ପ୍ରମୂଖ ଖବର
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ପୁରୀରେ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ମୁକ୍ତ ରଥଯାତ୍ରା, ଚାଲିଛି ପୁନଃ ପ୍ରକ୍ରିୟାକରଣ ବ୍ୟବସ୍ଥା

ପୁରୀ, ୧୯/୭ : ଚଳିତ ରଥଯାତ୍ରାକୁ ପରିବେଶ ଉପଯୋଗୀ କରିବା ସହ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ମୁକ୍ତ କରିବା ପାଇଁ ପ୍ରୟାସ କରାଯାଇଥିଲା। ଏହା ଏକ ବଡ ପଦକ୍ଷେପ । ଏକ ଦୀର୍ଘ ସ୍ଥାୟୀ ସୂତ୍ରରେ ଏହାର ପୁନଃ ପ୍ରକ୍ରିୟାକରଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି। ପୁରୀ ଜିଲ୍ଲା ପ୍ରଶାସନ, ପୁରୀ ପୌରପାଳିକା, ଏସ୍‌ପିସିବି, ଆନନ୍ଦନା ଓ ହିନ୍ଦୁସ୍ତାନ କୋକାକୋଲା ଲିମିଟେଡର ମିଳିତ ସହାୟତାରେ ଓଡ଼ିଶା ଡ଼େଭଲପମେଣ୍ଟ ମ୍ୟାନେଜମେଣ୍ଟ ପ୍ରୋଗ୍ରାମ(ଓଡ଼ିଏମ ପି), ୱାଇ ଫରଡ଼ି ଫାଉଣ୍ଡେସନ, ଫାଉଣ୍ଡେସନ ଫର କ୍ଲାଇମେଣ୍ଟ ପ୍ରୋଟେକ୍ସନର ମିଳିତ ଉଦ୍ୟମରେ ରଥଯାତ୍ରା ଠାରୁ ସୁନାବେଶ ପର୍ଯ୍ୟନ୍ତ ଦୀର୍ଘ ୧୨ ଦିନ ଧରି ପୁରୀ ସହରରେ ବ୍ୟବହୃତ ପ୍ଲାଷ୍ଟିକ ବୋତଲ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜୁଲାଇ ୫ ତାରିଖରେ ଏହି କାର୍ଯ୍ୟରେ ନିୟୋଜିତ ହେବାକୁ ଯାଉଥିବା ସଫେଇ ସାଥୀ, ସୁପରଭାଇଜର ଓ ସ୍ଵେଚ୍ଛାସେବୀମାନଙ୍କୁ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ତାଲିମ ପ୍ରଦାନ କରାଯାଇଥିଲା । ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ବିନୟ କୁମାର ଦାଶ, ପୁରୀ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା, ହିନ୍ଦୁସ୍ତାନ କୋକାକୋଲା ଲିମିଟେଡର ଜାତୀୟ ମୁଖ୍ୟ (ଇପିଆର) ସଷ୍ଟେନିବିଲିଟି, ତୁଷାର ପଟ୍ଟନାୟକ, ପବ୍ଲିକ ଆଫେୟାର୍ସର ରାଜ୍ୟ ମୁଖ୍ୟ ମୁକେଶ ଯୋଶୀ, ପି.ଏ.ସି.ଏସ. ଶ୍ରୀ ନୀତେଶ କୁମାର, ଓ ଓଡ଼ିଏମ୍‌ପିର ଆବାହକ, ସୁଶାନ୍ତ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ସଫେଇ ସାଥି, ସୁପର ଭାଇଜର ଓ ସ୍ଵେଚ୍ଛାସେବୀମାନଙ୍କୁ ସେବା ମନୋବୃତି ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।

ପ୍ରଭୁ ଜଗନ୍ନାଥଙ୍କର ଅପାର କରୁଣା ହେଲେ ଘୋଷଯାତ୍ରା ସମୟରେ ସେବା କରିବାର ସୁଯୋଗ ମିଳିଥାଏ। ତେଣୁ ସେବା ମନୋବୃତ୍ତି ନେଇ କାର୍ଯ୍ୟକରିବା ସହିତ ଆମ ପରିବେଶକୁ ସୁନ୍ଦର ଓ ପରିଷ୍କାର କରିବାରେ ନିଜକୁ ଜଣେ ଜଣେ ସୈନିକ ଭାବେ ପ୍ରତିପାଦନ କରିବାକୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ଆହ୍ବାନ ଜଣାଇଥିଲେ । ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ଜିଲ୍ଲାପାଳ କହିଥିଲେ ଯେ ପୁରୀ ସହରର ୮ଟି ସ୍ଥାନରେ ପ୍ଲାଷ୍ଟିକ ବୋତଲ ସଂଗ୍ରହ କେନ୍ଦ୍ର ସ୍ଥାପନ କରାଯାଇ ସଫାଇ ସାଥୀମାନଙ୍କ ଦ୍ବାରା ପ୍ଲାଷ୍ଟିକ ବୋତଲ ସଂଗ୍ରହ କରାଯାଇଥିଲା। ସଂଗୃହିତ ପ୍ଲାଷ୍ଟିକ ବୋତଲ ଗୁଡ଼ିକୁ ପୁନଃ ବ୍ୟବହାର ନିମନ୍ତେ ହିନ୍ଦୁସ୍ତାନ କୋକାକୋଲା ଲିମିଟେଡ ତରଫରୁ ରିସାଇକେଲିଂ କମ୍ପାନୀକୁ ପ୍ରେରଣ କରାଯାଇଥିଲା । ଯାହା ଏବେ ସୁନ୍ଦର ଜ୍ୟାକେଟରେ ରୂପାନ୍ତରିତ ହୋଇଛି। ଆଗାମୀ ଦିନରେ ଏହାର ବ୍ରାଣ୍ଡିଂ କରିବା ସହ ପୁନଃବ୍ୟବହାର ଉପଯୋଗୀ ପାଣି ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରାଯିବାର ଲକ୍ଷ୍ୟ ରଖଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ହିନ୍ଦୁସ୍ତାନ କୋକୋକୋଲା ଲିମିଟେଡର ଜାତୀୟ ମୁଖ୍ୟ (ଇପିଆର) ସଷ୍ଟେନିବିଲିଟି ତୁଷାର ପଟ୍ଟନାୟକ, ପବ୍ଲିକ ଆଫେୟାର୍ସର ରାଜ୍ୟ ମୁଖ୍ୟ ମୁକେଶ ଯୋଶୀ ଓ ଓଡିଏମ୍‌ପିର ଆବାହକ, ସୁଶାନ୍ତ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.