ପ୍ରମୂଖ ଖବର
  • ଆୟର୍ଲାଣ୍ଡରେ ଭାରତୀୟ ନାଗରିକଙ୍କ ଉପରେ ଆକ୍ରମଣ ମାମଲା ବୃଦ୍ଧି, ସତକର୍ତା ଜାରି କଲା ଦୂତାବାସ
  • ||
  • ଓଲିଉଡ୍ ପାଇଁ ପୁଣି ଖୁସି ଖବର, ଓଡ଼ିଆ ଫିଲ୍ମ ‘ପୁଷ୍କରା’କୁ ମିଳିଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର
  • ||
  • ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ, ଧରାପଡ଼ିଲେ ରାଜସ୍ବ ବିଭାଗର ବରିଷ୍ଠ କିରାଣୀ
  • ||
  • ଶରଧାବାଲି ଦଳାଚକଟା ଘଟଣା: ଉନ୍ନୟନ କମିଶନରଙ୍କ ରିପୋର୍ଟକୁ ତର୍ଜମା କରୁଛନ୍ତି ମୁଖ୍ୟମନ୍ତ୍ରୀ
  • ||
  • ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ; ୭ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି
  • ||
  • ଅନୀଲ ଅମ୍ବାନୀଙ୍କୁ ଇଡ଼ି ସମନ, ୧୭ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ହେବ ପଚରାଉଚରା
  • ||
  • ବିଜେପିକୁ ବଡ଼ ଝଟ୍‌କା, ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ NDA ସହିତ ସମ୍ପର୍କ ଭାଙ୍ଗିଲା ଓପିଏସ୍‌
  • ||
  • କୋରିଅର୍‌ ସଂସ୍ଥାରେ ମିଳିତ ଚଢ଼ାଉ, ୧୭ ହଜାର ବୋତଲ କଫ୍‌ ସିରପ୍‌ ଜବତ
  • ||
  • ଶୁକ୍ରବାର ବିଏଡ୍‌ ପ୍ରବେଶିକା ପରୀକ୍ଷା ଫଳ, ୮ରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ, ୧୧ରୁ ନାମଲେଖା
  • ||
  • ଦିଗପହଣ୍ଡି : ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଟ୍ୟୁସନ ସାର୍ ଗିରଫ
  • ||
  • ଫୁଟିଲା ଟାରିଫ୍ ବୋମା; ୧୦ରୁ ୪୧% ଯାଏ ରେସିପ୍ରୋକାଲ ଟାରିଫ୍ ଆଦେଶ ଉପରେ ଟ୍ରମ୍ପଙ୍କ ସାଇନ୍, ଭାରତ ସମେତ ୭୦ ଦେଶ ଉପରେ ପଡିବ ପ୍ରଭାବ
  • ||
  • ୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା, ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ରାଜ୍ୟରେ ଏବେ କାଁ ଭାଁ ବର୍ଷା ସମ୍ଭାବନା, ବଢ଼ିବ ତାପମାତ୍ରା: ଆଜି ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଟ୍ରମ୍ପଙ୍କ ଟାରିଫ୍ ବମ୍ ଉପରେ ଲୋକସଭାରେ ଟିପ୍ପଣୀ ରଖିଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, କହିଲେ ‘ଭାରତର ହିତ ରକ୍ଷା ପାଇଁ ନିଆଯିବ ସମସ୍ତ ପଦକ୍ଷେପ’…

Published By : Ladu Kishor | July 31, 2025 9:07 PM

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଭାରତୀୟ ରପ୍ତାନି ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା ହେବା ପରେ, କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଲୋକସଭାରେ ଏକ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ, ଆମେରିକାର ଏହି ପଦକ୍ଷେପର ପ୍ରଭାବ କିଭଳି ରହିବ ତାହା ଆକଳନ କରାଯାଉଛି। ସେ କହିଛନ୍ତି ଯେ, ଆମେ ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବୁ, ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବା ଦିଗରେ ଆଗକୁ ବଢ଼ୁଛି।

କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ସଂସଦରେ କହିଛନ୍ତି କି, "ଭାରତ ଏବଂ ଆମେରିକା ମଧ୍ୟରେ ଚୁକ୍ତିକୁ ଚୂଡ଼ାନ୍ତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ୨ ଏପ୍ରିଲ, ୨୦୨୫ରେ ପାରସ୍ପରିକ ଶୁଳ୍କ ଉପରେ ଏକ କାର୍ଯ୍ୟକାରୀ ନିର୍ଦ୍ଦେଶ ଜାରି କରିଥିଲେ ଏବଂ ଏହାର ତିନି ଦିନ ପରେ ୧୦ ପ୍ରତିଶତର ଏକ ବେସଲାଇନ୍ ଶୁଳ୍କ କାର୍ଯ୍ୟକାରୀ ହୋଇଥିଲା। ଭାରତ ଉପରେ ବେସଲାଇନ୍ ଶୁଳ୍କ ସମେତ ୨୬ ପ୍ରତିଶତର ଅତିରିକ୍ତ ଶୁଳ୍କ ଲାଗୁ କରାଯାଇଥିଲା । ଏହା ପରେ ଏହାକୁ ୯୦ ଦିନ ପାଇଁ ଏବଂ ତା'ପରେ ଅଗଷ୍ଟ ୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

କେନ୍ଦ୍ର ମନ୍ତ୍ରୀ ସଂସଦକୁ କହିଛନ୍ତି କି,"ଭାରତ ଏବଂ ଆମେରିକା ମଧ୍ୟରେ ମାର୍ଚ୍ଚ ମାସରେ ଏକ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ଆମର ଲକ୍ଷ୍ୟ ଥିଲା ଅକ୍ଟୋବର-ନଭେମ୍ବର ୨୦୨୫ ସୁଦ୍ଧା ଏହି ଚୁକ୍ତିର ପ୍ରଥମ ପର୍ଯ୍ୟାୟକୁ ଚୂଡ଼ାନ୍ତ କରିବା। ଏଥିପାଇଁ, ପ୍ରଥମ ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ଏବଂ ବାକି ବୈଠକ ୱାଶିଂଟନ ଡିସିରେ ଅନୁଷ୍ଠିତ ହୋଇଥିଲା। ଦୁଇ ଦେଶ ମଧ୍ୟରେ ଅନେକ ଭର୍ଚୁଆଲ୍ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ସେ କହିଛନ୍ତି, "ଆମେ ଆମର ଘରୋଇ ଶିଳ୍ପକୁ ସୁରକ୍ଷା ଦେବୁ। ବିଶ୍ୱର ବିକାଶରେ ଭାରତର ଅବଦାନ ୧୬ ପ୍ରତିଶତ । ଆମେ ଆମର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଏବଂ ଆଗକୁ ବଢ଼ାଇବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବୁ। ଆମର ସରକାର କୃଷକ ମାନଙ୍କ ପାଇଁ କାମ କରୁଛି। ଆମେ ନିଶ୍ଚିତ ଯେ ଆମେ ୨୦୪୭ ସୁଦ୍ଧା ଏକ ବିକଶିତ ଦେଶ ହୋଇଯିବୁ।

ସୂଚନାଥାଉକି, ଟ୍ରମ୍ପ୍ ଅଗଷ୍ଟ୧ ରୁ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି । ସେ ରୁଷରୁ ଅଶୋଧିତ ତୈଳ ଏବଂ ସାମରିକ ଉପକରଣ କିଣିବା ପାଇଁ ଭାରତ ଉପରେ ଜରିମାନା ମଧ୍ୟ ଘୋଷଣା କରିଛନ୍ତି। ତେବେ ଆମେରିକାର ଏହି ଘୋଷଣାକୁ ଭାରତ ଉପରେ ଏକ ରଣନୈତିକ ଚାପ ଭାବରେ ବିବେଚନା କରାଯାଉଛି।

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.