ପ୍ରମୂଖ ଖବର
  • ରାଜ୍ୟରେ ପୁଣି ଉପରମୁହାଁ ତାତି : ଆଗାମୀ ୪ ଦିନ ଯାଏ ଭୀଷଣ ଗରମ ସହ ଗୁଳୁଗୁଳି, ସପ୍ତାହ ଯାଏ ବର୍ଷା ନାହିଁ
  • ||

ବିଲାତି ବୋଝେଇ ପିକଅପ୍ ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବର୍ତ୍ତିଲେ ୨ ଡ୍ରାଇଭର

Published By : Bijay Swain | May 26, 2025 4:32 PM

ଠାକୁରମୁଣ୍ଡା, ୨୬/୦୫(ଆପ୍ର): ଠାକୁରମୁଣ୍ଡାରୁ ୭ କିମି ଦୂର ୫୩ ନମ୍ବର ରାଜ୍ୟ ରାଜପଥର ଚାଇଁଵାଇଶି ପେଟ୍ରୋଲ ପମ୍ପ ନିକଟରେ ଗତ ରାତି ୩ଟା ସମୟରେ ଏକ ବିଲାତି ବୋଝେଇ ପିକଅପ୍ ଶାଳ ଗଛକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଘଟଣାରୁ ପ୍ରକାଶ ଯେ, ଯାଜପୁର ରୋଡ଼ରୁ ବିଲାତି ବୋଝେଇ  କରି ଏକ ପିକଅପ୍ ଭ୍ୟାନ ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚି ଯାଉଥିବା ବେଳେ ଠାକୁରମୁଣ୍ଡା ଥାନା ଚାଇଁଵାଇଶି ପେଟ୍ରୋଲ ପମ୍ପ ନିକଟରେ ବିପରୀତ ଦିଗରୁ ଆସୁଥିବା ହାଇୱା ସାଇଡ଼ ମାରିବାରୁ ଭାରସାମ୍ୟ ହରାଇ ଏକ ଶାଳ ଗଛକୁ ଧକ୍କା ଦେଇଥିଲା। ମାତ୍ର ଏହି ଦୁର୍ଘଟଣାରେ ଗାଡିରେ ଥିବା ୨ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ୧୦୮ ଆମ୍ବୁଲାନସକୁ ଫୋନ କରି ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟକୁ ଆସିଥିଲେ ୨ ଡ୍ରାଇଭର। 

ଡ୍ରାଇଭରଙ୍କ ଘର ଝାଡଖଣ୍ଡ ରାଜ୍ୟର ରାଞ୍ଚି ହୋଇଥିବା ବେଳେ ସେମାନଙ୍କ ନାମ ଅନିଲ ଯାଦବ (୨୬) ଏଵଂ ହରିନନ୍ଦନ ଲହରା (୨୮) ବୋଲି ଜଣାପଡିଛି। ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ଦୁହିଁଙ୍କ ଚିକିତ୍ସା ଚାଲିଛି। ଦୁର୍ଘଟଣାସ୍ଥଳରୁ ବିଲାତି ବ୍ୟଵସାୟୀ ଅନ୍ୟ ଏକ ପିକଅପ୍ ଯୋଗେ ବିଲାତି ଲୋଡ଼ କରି ରାଞ୍ଚି ପଠାଇଛନ୍ତି। ଠାକୁରମୁଣ୍ଡା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.