ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

୨୪ ବର୍ଷ ତଳେ ସ୍ୱପ୍ନ ଦେଖିଥିଲେ ଫାର୍ମାସିଷ୍ଟ ପଙ୍କଜିନୀ, ଏବେ ଘରକୁ ଆଣିଲେ ୫୦ ଲକ୍ଷର ପୁରସ୍କାର...

Published By : Prameya | December 14, 2024 1:58 PM

ଚୌଦ୍ୱାର-ଗୁରୁଡ଼ିଝାଟିଆ,୧୪/୧୨: ଗୋଟିଏ ପରେ ଗୋଟିଏ କଷ୍ଟକର ପ୍ରଶ୍ନ । ସବୁ ପ୍ରଶ୍ନର ଉତ୍ତର କିନ୍ତୁ ବେଶ୍‌ ବୁଦ୍ଧିମତା  ଓ ଆତ୍ମବିଶ୍ୱାସର ସହ ଦେଇ ଚାଲିଥିଲେ  ସେ । ଏଭଳି ୧୯ଟି ପ୍ରଶ୍ନର ଠିକ୍‌ ଉତ୍ତର  ରଖି ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନ୍‌ଙ୍କ  ପ୍ରଶଂସାଭାଜନ ହେବା ସହ ସେ ଜିତିଛନ୍ତି  ୫୦ଲକ୍ଷ ଟଙ୍କାର ପୁରସ୍କାର ରାଶି । ଚୌଦ୍ୱାରର ଏକ ଛୋଟ ଔଷଧ ଦୋକାନରୁ ଆଜି ଜାତୀୟ  ଟେଲିଭିଜନର ଲୋକପ୍ରିୟ ରିଅଲିଟି ସୋ’  କୌନ୍‌ ବନେଗା କରୋଡ୍‌ପତି(କେବିସି) ର ହଟ୍‌ସିଟ୍‌ରେ ବସି ପୁରସ୍କାର ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ପଙ୍କଜିନୀ ଦାଶ । ତାଙ୍କର ଏହି ବିଜୟ ପରେ କେବଳ ଚୌଦ୍ୱାରରୁ  ନୁହେଁ ବରଂ ରାଜ୍ୟର ସବୁ ଅଞ୍ଚଳରୁ  ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।   




ଚୌଦ୍ୱାର ପୌରପାଳିକା ନୁନ୍‌ଟିକିରୀର  ବାସିନ୍ଦା ହେଉଛନ୍ତି ପଙ୍କଜିନୀ ଦାଶ ।  ପେସାରେ ଜଣେ ଫାର୍ମାସିଷ୍ଟ ହୋଇଥିବାରୁ  ଘର ପାଖରେ ସ୍ୱାମୀ ଅଜୟ କୁମାର ତ୍ରିପାଠୀଙ୍କ  ମା’ ଶାରଳା ମେଡିସିନ୍‌ ଷ୍ଟୋର୍‌ ନାମକ ଔଷଧ  ଦୋକାନକୁ ସେ ସମ୍ଭାଳିଥାନ୍ତି । ଦୋକାନରୁ  ଆସିବା ପରେ ସୁଗୃହିଣୀ ଭାବେ ପରିବାରର  ସମସ୍ତ ଦାୟିତ୍ୱ ନିର୍ବାହ କରିଥାନ୍ତି । ପରିବାର  କହିଲେ ଗୋଟିଏ ବୋଲି ପୁଅ ଅର୍ଜୁନ କୁମାର  ତ୍ରିପାଠୀ, ଶାଶୂ ଓ ଶ୍ୱଶୁର । ସକାଳ ୫ଟାରୁ  ଉଠି ଘର କାମ ସାରି ଦିନ ୯ଟା ସମୟରେ  ଦୋକାନ ଖୋଲିଥାନ୍ତି । ଏମିତିକି ତାଙ୍କ ଉତ୍ତମ  ବ୍ୟବହାର ପାଇଁ ସ୍ଥାନୀୟ ଅଞ୍ଚଳରେ ନାନୀଙ୍କ  ଔଷଧ ଦୋକାନ ଭାବେ ତାଙ୍କ ଦୋକାନ  ପରିଚିତ । ଅବସର ସମୟରେ ଜାତୀୟ  ଚ୍ୟାନେଲ୍‌ ସୋନି ଏଣ୍ଟର୍‌ଟେନ୍‌ମେଣ୍ଟ୍‌ରେ  ଦେଉଥିବା କୌନ୍‌ ବନେଗା କରୋଡ୍‌ପତି  କାର୍ଯ୍ୟକ୍ରମ ସେ ଦେଖୁଥିଲେ । ଦୀର୍ଘ ୨୪ବର୍ଷ  ହେବ କେବିସିର ହଟ୍‌ସିଟ୍‌ରେ ବସି ପ୍ରଶ୍ନର  ଉତ୍ତର ଦେବାକୁ ଉଦ୍ୟମ ଜାରି ରଖିଥିଲେ ।  କେବିସିର ୨୫ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର  ସୁଯୋଗ ପାଇ ସେ ପ୍ରଥମେ କ୍ୱାଲିଫାଇଙ୍ଗ  ରାଉଣ୍ଡରୁ ଉତ୍ତୀର୍ଣ୍ଣ ହୋଇ ପାରିନଥିଲେ ମଧ୍ୟ  ପରେ ୧୦ ଜଣଙ୍କ ମଧ୍ୟରେ ରହିଥିଲେ । ପରେ  କମ୍‌ ସମୟରେ ଏକ ପ୍ରଶ୍ନର ଉତ୍ତର ରଖି  ହଟ୍‌ସିଟ୍‌ରେ ବସିବାର ସୁଯୋଗ ପାଇଥିଲେ ।  ସୁପରଷ୍ଟାର୍‌ ଅମିତାଭଙ୍କ ଦ୍ୱାରା ପଚରା  ଯାଇଥିବା ୨୦ଟି ପ୍ରଶ୍ନରୁ ୧୯ଟିର ଠିକ୍‌ ଉତ୍ତର  ଦେଇ ପରେ ଓହରି ଯାଇଥିଲେ । ସିଜିନ୍‌ ୧୬  ଏପିସୋଡ୍‌-୮୯ ରେ କଟକର ପଙ୍କଜିନୀ  ଦାଶ ୫୦ଲକ୍ଷ ଟଙ୍କା ଜିତିବାର ସୌଭାଗ୍ୟ  ଅର୍ଜନ କରିଛନ୍ତି । ଏ ଖବର ସମଗ୍ର ଚୌଦ୍ୱାର  ଅଞ୍ଚଳରେ ଖୁସିର ଲହରୀ ଖେଳାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.