ପ୍ରମୂଖ ଖବର
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ଆରମ୍ଭ ହେଲା ପିଜି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା, ସେପ୍ଟେମ୍ବର ୩ ଯାଏ ଆବେଦନ

Published By : Swapna Ray | August 24, 2025 1:30 PM

ଭୁବନେଶ୍ୱର, ୨୪।୮: ଆରମ୍ଭ ହେଲା ସ୍ନାତକୋତ୍ତର (ପିଜି) ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ । ଶନିବାର ଅର୍ଥାତ୍ ଗତକାଲିଠାରୁ ଆସନ୍ତା ୩ ତାରିଖ ଯାଏ ସାମ୍ସ ୱେବସାଇଟ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୯ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୧୦ରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇବେ । ୧୩ରୁ ୧୫ ତାରିଖ ମଧ୍ୟରେ ବଳକା ଥିବା ସିଟ୍‌ରେ ନାମଲେଖା ପାଇଁ ଆବେଦନ ହେବ । ୱେଟିଂ ଲିଷ୍ଟରେ ଥିବା ପିଲାମାନେ ସିଧା ନିଜର ଡକ୍ୟୁମେଣ୍ଟ ଦେଇ ଆବେଦନ କରିପାରିବେ । 

୧୬ ତାରିଖରେ ଏହାର ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ପିଲାମାନେ ୧୭ରୁ ୨୦ ତାରିଖ ମଧ୍ୟରେ ନାମଲେଖାଇବେ । ସୂଚନାଯୋଗ୍ୟ, ରାଜ୍ୟର ୧୨୫ଟି ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ମୋଟ୍ ୩୧ ହଜାର ୬୦୮ସିଟ୍‌ ରହିଛି । ଏଥିରୁ ପ୍ରଥମ ପର୍ଯ୍ୟାୟ ସୁଦ୍ଧା ୨୧ ହଜାର ୭୫ ଜଣ ନାମ ଲେଖାଇଛନ୍ତି । ଆହୁରି ୧୦ ହଜାର ୫୦୦ ସିଟ୍‌ ଖାଲି ପଡ଼ିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.