ପ୍ରମୂଖ ଖବର
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ଏନ୍‌ଆଇଟି ରାଉରକେଲା ଗବେଷକଙ୍କ ଦ୍ୱାରା ନୂତନ ଆବିଷ୍କାର,ସାଇବର ସୁରକ୍ଷା ଦେବ ହ୍ୱେଲ-ଇନ୍‌ସ୍ପାୟାଡ୍‌ର୍ ଆଲ୍‌ଗୋରିଦମ୍‌

Published By : Manoj | August 26, 2025 11:35 AM

ରାଉରକେଲା,୨୬/୦୮: ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌  ଅଫ୍‌ ଟେକ୍ନୋଲୋଜି (ଏନ୍‌ଆଇଟି) ରାଉରକେଲାର  ଗବେଷକମାନେ ମାଇକ୍ରୋଗ୍ରୀଡ୍‌ (ସ୍ଥାନୀୟ ବିଦ୍ୟୁତ୍‌  ପ୍ରଣାଳୀର ସ୍ଥିରତା ଏବଂ ସାଇବର ସ୍ଥିରତା)କୁ ସୁଦୃଢ଼ କରିବା ପାଇଁ ଏକ ନୂତନ ଆଲଗୋରିଦମ୍‌ ବିକଶିତ କରିଛନ୍ତି । 

ଏନ୍‌ଆଇଟି ରାଉରକେଲାର ବୈଦ୍ୟୁତିକ ଇଞ୍ଜିନିୟରିଂ  ବିଭାଗର ପ୍ରଫେସର ଓ ବିଭାଗ-ମୁଖ୍ୟ ପ୍ରଫେସର ପ୍ରଭାତ  କୁମାର ରାୟଙ୍କ ନେତୃତ୍ୱରେ ଗବେଷକ ଦଳ ହମ୍ପବ୍ୟାକ୍‌  ତିମି (କୁଜଧାରୀ ହ୍ୱେଲ୍‌)ର ଶିକାର ରଣନୀତିରୁ ଅନୁପ୍ରାଣିତ  ହୋଇ ଏକ ସଂଶୋଧିତ ଉନ୍ନତ ହ୍ୱେଲ୍‌ ଅପ୍‌ଟିମାଇଜେସନ୍‌  (ଏମ୍‌ଆଇଡବ୍ଲ୍ୟୁଓ) ଆଲଗୋରିଦମ ବିକଶିତ କରିଛନ୍ତି । ଏହି ତିମି ବବଲ୍‌-ନେଟ୍‌ ଫିଡିଂ ପ୍ରକ୍ରିୟା ବ୍ୟବହାର କରେ ଯାହା ମାଛକୁ ଘୁରାଇ ଓ ଫୋଟକା (ବବଲ୍‌)ଛାଡ଼ି ଏକ ଜାଲ  ତିଆରି କରେ ଏବଂ ସେମାନଙ୍କୁ ଫାଶରେ ପକାଇଥାଏ ।  

ମାଇକ୍ରୋଗ୍ରୀଡ୍‌ଗୁଡ଼ିକ ସୌର ଓ ପବନ ପରି  ନବୀକରଣଯୋଗ୍ୟ ଶକ୍ତିକୁ ସଂରକ୍ଷଣ ଏବଂ ପାରମ୍ପରିକ  ଜେନେରେଟର ସହିତ ଏକୀକୃତ କରନ୍ତି । ଯାହା ବୈଶ୍ୱିକ ଶକ୍ତି  ପରିବର୍ତ୍ତନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଗୁଡ଼ିକ ଡିଜିଟାଲ୍‌  ଯୋଗାଯୋଗ ଉପରେ ନିର୍ଭରଶୀଳ ଥିବାରୁ ମିଥ୍ୟା ତଥ୍ୟ  ପ୍ରୟୋଗ ଓ ସମୟ-ବିଳମ୍ବ ଆକ୍ରମଣ ଦ୍ୱାରା ସୃଷ୍ଟ ସାଇବର  ଆକ୍ରମଣର ସମ୍ମୁଖୀନ ହୋଇପାରନ୍ତି । 

ଏହି ଦୁର୍ବଳତାର ସମାଧାନ ପାଇଁ ଗବେଷକମାନେ  ଏକ ସଂଶୋଧିତ ଉନ୍ନତ ହ୍ୱେଲ୍‌ ଅପ୍‌ଟିମାଇଜେସନ୍‌- ଆଧାରିତ ଫ୍ରାକ୍ସନାଲ୍‌ ଅର୍ଡର ପିଆଇଡି (ଏମ୍‌ଆଇଡବ୍ଲ୍ୟୁଓ-ଏଫ୍‌ଓପିଆଇଡି) ନିୟନ୍ତ୍ରକ ପ୍ରଚଳନ କରିଛନ୍ତି³ ଯାହା ସାଇବର  ଆକ୍ରମଣ ଓ ଶକ୍ତି ସଂରକ୍ଷଣ ସିଷ୍ଟମରେ ପରିବର୍ତ୍ତନ ସମୟରେ  ଦୃଢ଼ ଦ୍ୱିତୀୟ ଫ୍ରିକ୍ୱେନ୍‌ସି ନିୟନ୍ତ୍ରଣକୁ ସୁନିଶ୍ଚିତ କରିବ । 

ଗବେଷଣା ବିଷୟରେ ଏନ୍‌ଆଇଟି ରାଉରକେଲାର  ବୈଦ୍ୟୁତିକ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଓ ବିଭାଗୀୟ  ମୁଖ୍ୟ ପ୍ରଫେସର ପ୍ରଭାତ କୁମାର ରାୟ କହିଛନ୍ତି, “ଆଧୁନିକ  ମାଇକ୍ରୋଗ୍ରୀଡ୍‌ ଗୁଡ଼ିକରେ ଯୋଗାଯୋଗ ନେଟୱାର୍କଗୁଡ଼ିକ  ବିଭିନ୍ନ ଉପାଦାନ ମଧ୍ୟରେ ସୂଚନା ଆଦାନ ପ୍ରଦାନ ପାଇଁ  ପ୍ରାଥମିକ ମାଧ୍ୟମ ଭାବରେ କାର୍ଯ୍ୟ କରେ । ଯାହା ଫଳରେ  ସାଇବର ଆକ୍ରମଣ ପ୍ରତି ସେମାନଙ୍କର ଦୁର୍ବଳତା ବୃଦ୍ଧି  ପାଏ । ଏହି ଗବେଷଣାରେ ପ୍ରସ୍ତାବିତ ନିୟନ୍ତ୍ରକ ସମୟ ବିଳମ୍ବ ଆକ୍ରମଣ, ମିଥ୍ୟା ତଥ୍ୟ ପ୍ରଯୋଗ (ଏଫ୍‌ଡିଆଇ),  ଶକ୍ତି ସଂରକ୍ଷଣ ପ୍ରଣାଳୀ (ଇଏସ୍‌ଏସ୍‌) ସ୍ଥିତି ଆକ୍ରମଣ,  ଅନିୟମିତ ଆକ୍ରମଣ ଓ ମାଲୱେର ଅନୁପ୍ରବେଶ ସମେତ ବିଭିନ୍ନ ସାଇବର ଆକ୍ରମଣ ପରିସ୍ଥିତିରେ ପରିବ୍ୟୟ ଫଳନକୁ  ଅପ୍‌ଟିମାଇଜ୍‌ କରି ଫ୍ରିକ୍ୱେନ୍‌ସି ବିଚ୍ୟୁତିକୁ ହ୍ରାସ କରେ । 

ବିକଶିତ ଆଲ୍‌ଗୋରିଦମ୍‌ର ଅନନ୍ୟ ଦିଗ ଗୁଡ଼ିକ ହେଲା  ଏହା ଆଧୁନିକ ଶକ୍ତି ପ୍ରଣାଳୀର ସୁରକ୍ଷା ଓ ନିର୍ଭରଯାଗ୍ୟତାକୁ  ସୁଦୃଢ଼ କରେ । ଏହା ସାଇବର ଆକ୍ରମଣ ସତ୍ତେ୍ୱ ସ୍ଥିର  କାର୍ଯ୍ୟକ୍ଷମତା ବଜାୟ ରଖିବାରେ ସକ୍ଷମ ରଖେ, ସେବା  ବାଧାପ୍ରାପ୍ତ ହେବାର ବିପଦକୁ କମାଏ । ଏହାର ନିର୍ଭରଯୋଗ୍ୟ ବ୍ୟବସ୍ଥା କାର୍ଯ୍ୟଦକ୍ଷତା ସୁନିଶ୍ଚିତ କରି ସୌରଶକ୍ତି ଓ ବ୍ୟାଟେରୀ ସଂରକ୍ଷଣ ଭଳି ନବୀକରଣୀୟ ଶକ୍ତି ଉତ୍ସଗୁଡ଼ିକର ସମନ୍ୱୟକୁ ସହଜ କରେ । ଜଟିଳ ଭିତ୍ତିଭୂମି ପାଇଁ ଏହା ଡିଜିଟାଲ୍‌ ବିପଦ  ବିରୋଧରେ ସୁରକ୍ଷାକୁ ସୁଦୃଢ଼ କରିବା ସହ ସାମଗ୍ରିକ  ସ୍ଥିରତାରେ ଉନ୍ନତି ଆଣେ । ଏହି ଗବେଷଣାର ସଫଳତା  କେବଳ ଭାରତର ନବୀକରଣୀୟ ଶକ୍ତି ଲକ୍ଷ୍ୟକୁ ଦୃଢ଼ କରେ  ନାହିଁ ବରଂ ବିଶ୍ୱ ନୀତି ନିର୍ଦ୍ଧାରକ, ଉପଯୋଗିତା ଓ ଶିଳ୍ପ  ନେତୃତ୍ୱମାନଙ୍କୁ ସ୍ମାର୍ଟ, ସୁରକ୍ଷିତ ଶକ୍ତି ପରିଚାଳନା ଅଭ୍ୟାସକୁ  ଆଗକୁ ବଢ଼ାଇବା ପାଇଁ ଏକ ଦୃଢ଼ ଢାଞ୍ଚା ପ୍ରଦାନ କରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.