ପ୍ରମୂଖ ଖବର
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ପ୍ରକାଶ ପାଇଲା ୧୦ଜଣ ସଦସ୍ୟଙ୍କ ନାଁ
  • ||
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ଦିନକ ପରେ ନୂଆଁଖାଇ...ସମଲେଇ ମନ୍ଦିରରେ ପ୍ରସ୍ତୁତି ଜୋରଦାର, ମା’ଙ୍କ ଅଳଙ୍କାର ସଫେଇରେ ବ୍ୟସ୍ତ କାରିଗର

Published By : Manoj | August 26, 2025 1:15 PM

ସମ୍ବଲପୁର,୨୬/୦୮: ଦିନକ ପରେ ପଶ୍ଚିମ  ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ।  ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମା’ସଲେଶ୍ୱରୀଙ୍କ  ମନ୍ଦିର । ରଙ୍ଗକାମଠୁ ନେଇ ମରାମତି ଓ ଗହଣ  ସଫେଇ ଜୋରସୋରେ ଚାଲିଛି । ସୁବ୍ୟବସ୍ଥିତ  କରିବାକୁ ସମସ୍ତ ପୂଜା ପ୍ରସ୍ତୁତି ଚୂଡାନ୍ତ ହୋଇଥିବା  ସୂଚନା ଦେଇଛନ୍ତି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି  ସଞ୍ଜୟ ବାବୁ ।  

ଶ୍ରୀ ବାବୁ କହିଛନ୍ତି, ଗତ ୨ ଦିନ ମଧ୍ୟରେ ମନ୍ଦିର  ମରାମତି କାମ ଜୋରସୋରରେ ଚାଲିଛି । ମନ୍ଦିର  ଭିତରେ ଫାଟିଥିବା ଟାଇଲ୍‌ ଓ ମାର୍ବଲ୍‌ କାମ ତିଆରି ସରିଛି। ମନ୍ଦିର ଭିତର ପାଶ୍ୱର୍ର ନୂଆଁ ରଙ୍ଗ କାମ  ହୋଇଛି । ମା’ଙ୍କ ଅଳଙ୍କାର ସଫେଇ କରାଯାଇଛି ।  ପାଶ୍ୱର୍ ଦେବାଦେବୀଙ୍କ ସିନ୍ଦୁର ଲଗା ସରିଛି । ସେହିଭଳି ସାନଗୁଡ଼ି ଭିତରେ ନୂଆଁ ଦୀପ ଷ୍ଟାଣ୍ଡ  ଲଗାଯିବ । ଫଳରେ  ଘିଅ ଉଛୁଳିଲେ ମଧ୍ୟ ଏହା ତଳେ ପଡ଼ିବ ନାହିଁ । ଭକ୍ତଙ୍କ ଦର୍ଶନ ପାଇଁ  ସୁବ୍ୟବସ୍ଥତା କରାଯାଇଛି ।  

ନୂଆଁଖାଇର ପୂଜାର୍ଚ୍ଚନା ସକାଶେ  ପ୍ରସ୍ତୁତି ଚାଲିଛି । ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ଘରେ ବି  ବଲବସପୁରରୁ ଆସିଥିବା ନୂଆଁ  ଧାନରୁ ନବାନ୍ନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା  ଜାରି ରହିଛି । ଆସନ୍ତା ଭାଦ୍ରବ  ଶୁକ୍ଳପକ୍ଷ ପଞ୍ଚମୀ ଗୁରୁବାର(୨୮  ତାରିଖ) ସକାଳ ୧୦ଟା ୩୩ରୁ ୧୦ଟା  ୫୫ମଧ୍ୟରେ ମା’ଙ୍କ ଠାରେ ନବାନ୍ନ ଲାଗିହେବ । ଏପଟେ, ସମଲେଶ୍ୱରୀ  ମନ୍ଦିର ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା  କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ମନ୍ଦିରରେ ନବାନ୍ନ ଖାଇବାର କାର୍ଯ୍ୟସୂଚୀ ଥିବା ମନ୍ଦିର ଟ୍ରଷ୍ଟ ବୋର୍ଡ  ପକ୍ଷରୁ ସୂଚନା ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.