ଭୁବନେଶ୍ୱର, ୨୬/୦୮ : ବଢିଲା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆବେଦନ ଅବଧି। ଆବେଦନ ଶେଷ ତାରିଖ ଅଗଷ୍ଟ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ସ୍ଵାସ୍ଥ୍ୟବୀମା ଆବେଦନ ଅବଧି ବଢିଛି।
କର୍ମଜୀବୀ ସାମ୍ବାଦିକମାନଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟବୀମା ଯୋଗାଇ ଦେଉଛନ୍ତି। ଏହା ଦ୍ୱାରା ବହୁ ସାମ୍ବାଦିକଙ୍କ ପରିବାର ଦେୟମୁକ୍ତ ଭାବେ ବିଭିନ୍ନ ଅନୁବନ୍ଧିତ ଡାକ୍ତରଖାନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇପାରୁଛନ୍ତି । ଚଳିତ ବର୍ଷ ମଧ୍ୟ ଉଭୟ ନୂତନ ଏବଂ ନବୀକରଣ ନିମନ୍ତେ ସାମ୍ବାଦିକମାନଙ୍କଠାରୁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଉଛି। ସୂଚନାଯୋଗ୍ୟ ଯେ ଇଚ୍ଛୁକ ସାମ୍ବାଦିକମାନେ www.owjws.odisha.gov.in ରେ ଆବେଦନ କରିପାରିବେ।