ଲହୁଣୀପଡ଼ା ,୨୬/୮ : ସାପ କାମୁଡାରେ ଚାଲିଗଲା ଦୁଇ ନାବାଳକ ଭାଇ ଭଉଏଭମ ଲାକ୍ରାଣୀଙ୍କ ଜୀବନ । ଏପରି ଏକ ଦୁଃଖଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡା ପଂଚାୟତ ଝିରପାଣି ଗ୍ରାମରେ । ମୃତ ନାବାଳକ ଭାଇ ଭଉଣୀ ହେଲେ ଏଭମ ଲାକ୍ରା ଓ ଏଭଲିନା ଲାକ୍ରା ବୋଲି ଜଣାପଡ଼ିଛି।
ସୂଚନା ମୁତାବକ,ଗତକାଲି ରାତିରେ ଉଭୟ ପରିବାର ଲୋକଙ୍କ ସହ ଖାଇସାରି ଶୋଇଥିଲେ । ସେହି ସମୟରେ କୌଣସି ବିଷଧର ସାପ ସେମାନଙ୍କୁ କାମୁଡ଼ିଥିଲା । ଏନେଇ ଘର ଲୋକ ଜାଣି ପାରି ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ବୋଲି ଘୋଷଣା କରିଥିବା ଜଣାପଡ଼ିଛି। ଅନ୍ୟପଟେ ଖବରପାଇ ଚାନ୍ଦିପୋଷ ପୁଲିସ ମୃତଦେହ ଜବତ କରିବା ସହ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।