ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ମାଓଗଡ଼ରେ ବିଏସଏଫ କ୍ୟାମ୍ପର ସମୟ ସୀମା ବଢ଼ାଇବାକୁ ଦାବୀ ,ବିକାଶ କାର୍ଯ୍ୟକୁ ଗୁରୁତ୍ୱ ଦେଵା ପାଇଁ ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି

ମାଲକାନଗିରି/ଚିତ୍ରକୋଣ୍ଡା, ୨୩/୯(ଆପ୍ର ) : ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳ ମାଓଗଡ଼ ଯନ୍ତ୍ରୀ ଠାରେ ଥିବା ବିଏସଏଫ କ୍ୟାମ୍ପକୁ ପ୍ରତ୍ୟାହାର କରାନଯାଇ ସମୟ ସୀମା ଆହୁରି କୁ ୫ବର୍ଷକୁ ବଢ଼ାଇ ଦିଆଯାଉ। ଏଥିସହ ସ୍ୱାଭିମାନ ଅଞ୍ଚଳରେ ବିକାଶ କାର୍ଯ୍ୟକୁ ଗୁରୁତ୍ୱ ଦେଵା ପାଇଁ ସ୍ୱାଭିମାନ ଅଞ୍ଚଳବାସୀ ବିରାଟ ପ୍ରଜାମେଳି କରିଛନ୍ତି।

ଏକଦା ମାଓଗଡ଼ ଭାବେ ପରିଚିତ ଥିବା ବିଛିନ୍ନାଞ୍ଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ପରେ ମାଓ ଦମନ କାର୍ଯ୍ୟ ଜୋରଦାର ହୋଇଥିଲା।  କିଛି ମାଓବାଦୀ ଗିରଫ ହେବା ସହ ଆଉକିଛି ମାଓବାଦୀ ଆତ୍ମ ସମର୍ପଣ କରି ମୂଖ୍ୟ ସ୍ରୋତ ରେ ସାମିଲ ହୋଇଥିଲେ।  ଅନ୍ୟ କିଛି ମାଓବାଦୀ ଗଡ଼ ଛାଡି ପଳାୟନ କରିଛନ୍ତି। ଗୁରୁପ୍ରିୟା ସେତୁ ହେବା ପରେ ବିଛିନ୍ନା ଅଞ୍ଚଳକୁ ସ୍ୱାଭିମାନ ଅଞ୍ଚଳ ଭାବେ ଘୋଷଣା କରାଯାଇ ବିକାଶର ଧାରା ଆଗେଇ ଚାଲିଛି। ସେ ଅଞ୍ଚଳରେ ଏକରକମ ମାଓ ସମସ୍ୟା ହ୍ରାସ ପାଇବାରେ ଲାଗିଛି।  

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀଠାରେ ଥିବା ବିଏସଏଫ କ୍ୟାମ୍ପକୁ ପ୍ରତ୍ୟାହାର କରି ନିଆଯିବ ବୋଲି ଖବର ପାଇ ସେ ଅଞ୍ଚଳବାସୀ ଚିନ୍ତାରେ ପଡିଯାଇଛନ୍ତି। ବିଏସଏଫ କ୍ୟାମ୍ପ ଓ ଯବାନ ଅପରେସନ କରୁଥିବାରୁ ମାଓବାଦୀମାନେ ଭୟରେ ପଳାଇଯିବା ସହିତ ହିଂସା କାଣ୍ଡ କରିପାରୁନାହାନ୍ତି। ସ୍ୱାଭିମାନ ଅଞ୍ଚଳ ଦୁର୍ଗମ ଗ୍ରାମ ଗୁଡିକରେ ଉନ୍ନୟନ କାର୍ଯ୍ୟ ସହିତ ମେଡିକାଲ ଓ ଗମନା ଗମନର ସୁବିଧା ଲୋକେ ପାଇ ପାରୁଛନ୍ତି। ବିଏସଏଫ କ୍ୟାମ୍ପ ଉଠିଗଲେ ପୂର୍ବ ପରି ମାଓବାଦୀମାନେ ସ୍ୱାଭିମାନ ଅଞ୍ଚଳରେ ପ୍ରବେଶ କରି ସେମାନଙ୍କ ରାଜ ଚଲାଇବାର ଆଶଙ୍କାରେ ଯନ୍ତ୍ରୀ ପଞ୍ଚାୟତର ୧୪ଟି ଗ୍ରାମବାସୀ ଓ ନିକଟସ୍ଥ ଅନ୍ଦ୍ରାପଲ୍ଲୀ,ପଣସପୁଟ ପଞ୍ଚାୟତ ଗୁଡିକର ଗ୍ରାମବାସୀ ମାନେ ଆଜି ଅପରାହ୍ନରେ ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀ ଆମ୍ବ ତୋଟା ଠାରେ ଏକତ୍ରିତ ହୋଇଥିଲେ।  ସରପଞ୍ଚ ଦନେଇ ଗୋଲରୀ, ସାଧବ ଗିଲରୀ, ଶ୍ୟାମ ଗୋଲରୀ, ଗୁରୁଚନ୍ଦ୍ର ବିଶୋଇ ଙ୍କ ନେତୃତ୍ୱ ରେ ହଜାର ହଜାର ସଂଖ୍ୟାରେ ମହିଳା ପୁରୁଷ ଏକ ବିରାଟ ପ୍ରଜାମେଳି କରି ଥିଲେ। ବିରାଟ ଶୋଭାଯାତ୍ରାରେ ଯନ୍ତ୍ରୀ ବିଏସଏଫ କ୍ୟାମ୍ପ କୁ ଯାଇ କ୍ୟାମ୍ପ ପ୍ରତ୍ୟାହର କରାନଯାଇ ଆହୁରି ୫ବର୍ଷ ପର୍ଯ୍ୟନ୍ତ କ୍ୟାମ୍ପ ରଖା ଯାଉ ଓ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ ବୋଲି ବିଏସଏଫ କମାଣ୍ଡାଣ୍ଟଙ୍କ ଉଦେଶ୍ୟରେ ଏକ ପତ୍ର ଦେଇଛନ୍ତି। ଏହା ବ୍ୟତୀତ ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀ ଠାରୁ ବିଶୋଇଗୁଡା, ଧାକଡ଼ପଦର, ବଡ଼ିଗେଟା ଠାରୁ ଘନବେଢା ରାସ୍ତା ନିର୍ମାଣ କରିବା ସହିତ ଅନ୍ୟାନ୍ୟ ଦାବିରେ ଶୋଭାଯାତ୍ରା କରିଥିଲେ ।

ସୂଚନା ଯୋଗ୍ୟ ଯେ ମାଲକାନଗିରି ଜିଲ୍ଲା କାଲିମେଳା, ମାଥିଲି, ଚିତ୍ରକୋଣ୍ଡା, ଖଇରପୁଟ, ପଡିଆ, ମାଲକାନଗିରି ବ୍ଲକର ବିଭିନ୍ନ ମାଓପ୍ରବଣ ଅଞ୍ଚଳରେ ପ୍ରାୟ ୧୮ଟି ବିଏସଏଫ କ୍ୟାମ୍ପ ଅଛି ସେଥିମଧ୍ୟରୁ ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀ, ଯୋଡାମ୍ବ, ଘନବେଢ଼ା, ଗୋରାସେତୁ, ଯାନବାଇ,ହନ୍ତାଲଗୁଡା, ପାପରମେଟଲା ୬ଟି ସ୍ଥାନରେ   ବିଏସଏଫ କ୍ୟାମ୍ପ ରହିଛି।

ଗତ କିଛି ବର୍ଷ ତଳେ ସେ ଅଞ୍ଚଳରେ ମାଓବାଦୀମାନେ ପ୍ରଜାକୋର୍ଟ ଓ ପ୍ରଜାମେଳି କରି ବିଏସଏଫ କ୍ୟାମ୍ପ କୁ ବିରୋଧ କରୁଥିଲେ।  ଏବେ  ଖୁଲମ  ଖୁଲ୍ଲା ଭାବେ ସେ ଅଞ୍ଚଳର ଗ୍ରାମବାସୀ ବିଏସଏଫ କ୍ୟାମ୍ପ ରହିବା ପାଇଁ ପ୍ରଜାମେଳି କରିବା ଘଟଣା ସ୍ୱାଭିମାନ ଅଞ୍ଚଳର ବିକାଶର ଧରାକୁ ଆଗେଇ ନେବା ସହିତ ଉନ୍ନୟନ କାର୍ଯ୍ୟ ଅଗ୍ରଗତି ହୋଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.