ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ସ୍ୱାଭିମାନ ଅଞ୍ଚଳର ଝିଅ ଅଙ୍କିତା ହେବେ ଡାକ୍ତର

ମାଲକାନଗିରି/ଚିତ୍ରକୋଣ୍ଡା,୨୧/୯ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳର ଝିଅ ଡାକ୍ତରୀ ପାଠ ପଢିବା ପାଇଁ ମନୋନୀତ ହୋଇଛନ୍ତି । ଦୃଢ ମନୋବଳ  ଓ କଠିନ ପରିଶ୍ରମ ଯୋଗୁଁ  ଡାକ୍ତର ହେବାର ସ୍ୱପ୍ନକୁ ସାକାର କରିପାରିଛନ୍ତି ଦୁର୍ଗମ ସ୍ବାଭିମାନ ଅଞ୍ଚଳର ଝିଅ ଅଙ୍କିତା ବେହେରା। ସେ ଅଲ ଇଣ୍ଡିଆ ନିଟ ପରୀକ୍ଷାରେ ରାଙ୍କ ୯୫୪୨୧ ଏବଂ ଷ୍ଟେଟ ରାଙ୍କରେ ୨୭୬୫ ପାଇଛନ୍ତି। ବର୍ତ୍ତମାନ ସେ ଦ୍ୱିତୀୟ ସିଲେକ୍ସନରେ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୋରାପୁଟରେ ଡାକ୍ତରୀରେ ପାଠ ପଢିବେ। 

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ଵାଭିମାନ ଅଞ୍ଚଳର  ରବୀନ୍ଦ୍ର କୁମାର ବେହେରା ଓ ସୁମତି ବେହେରାଙ୍କ ତୃତୀୟ କନ୍ୟା ଅଙ୍କିତା । ବାପା ରବିନ୍ଦ୍ର ସ୍ୱାଭିମାନ ଅଞ୍ଚଳ ଦୁର୍ଗମ ଅପହଞ୍ଚ ଧୂଳିପୁଟ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରନ୍ତି । ମାଆ ଜଣେ ଗୃହଣୀ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଅଙ୍କିତାଙ୍କ ପାଠ ପଢା ପ୍ରତି ଆଗ୍ରହ ପିଲାଟି ଦିନରୁ ଜଣାପଡିଥିଲା।  

ଅଙ୍କିତା ପ୍ରାଥମିକ ଶିକ୍ଷା ଚିତ୍ରକୋଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରଥମରୁ ପଞ୍ଚମ ଯାଏଁ ପଢିଥିଲେ। ପରେ ନବୋଦୟ ବିଦ୍ୟାଳୟରେ ଷଷ୍ଠରୁ ଯୁକ୍ତ ଦୁଇ ଯାଏଁ ପଢିଥିଲେ। ତା’ପରେ ଦ୍ଵିତୀୟ ଥର ସିଲେକସନରେ ନିଟ ରେ କୃତିତ୍ଵ ହାସଲ କରିଥିଲେ। ସ୍ଵାସ୍ଥ୍ୟ କ୍ଷେତ୍ରରେ ଦୁର୍ଗମ ପାହାଡ଼ିଆ ଅଂଚଳରେ ବିଶେଷ ସୁବିଧା ନଥିବାରୁ ଡାକ୍ତରୀ ହେବାକୁ ଇଚ୍ଛା  କରିଥିଲେ । ସେ ଡାକ୍ତର ହେବା ପରେ ଦୁର୍ଗମ ଅଞ୍ଚଳର ଗରିବ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.