ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଯେତେ ବି ଖରାପ ହେଉ ପିଲାର ହ୍ୟାଣ୍ଡରାଇଟିଂ, ହସ୍ତାକ୍ଷର ସୁଧାରିବାରେ ସାହାଯ୍ୟ କରିବ ଏହି ଟିପ୍ସ

ନୂଆଦିଲ୍ଲୀ – କରୋନା ସମୟ ପରେ ଅଧିକାଂଶ ପିତାମାତାଙ୍କର ନିଜ ପିଲାଙ୍କୁ ନେଇ ଏହି ଅଭିଯୋଗ କି, ତାଙ୍କ ପିଲା ଲେଖିବାକୁ ଚାହୁଁ ନାହିଁ, ଯେଉଁଥି ପାଇଁ ତାଙ୍କର ହ୍ୟାଣ୍ଡରାଇଟିଂ ବହୁତ ଖରାପ ହୋଇ ଯାଉଛି। ଖରାପ ରାଇଟିଂ ପଛର କାରଣ ଯାହା ବି ହେଉ , କିନ୍ତୁ ଅସୁନ୍ଦର ହ୍ୟାଣ୍ଡରାଇଟିଂ କେବଳ ଲୋକଙ୍କ ସାମନାରେ ଲଜ୍ଜା ବୋଧ କରି ନଥାଏ , ବରଂ ଅନେକ ପରୀକ୍ଷାରେ କମ୍‌ ନମ୍ୱର ଆଣିବାରେ କାରଣ ମଧ୍ୟ ହୋଇଥାଏ । ଯଦି ଆପଣ ନିଜ ପିଲାର ଅସୁନ୍ଦର ହ୍ୟାଣ୍ଡରାଇଟିଂରେ ଚିନ୍ତିତ ଏବଂ ଏହାକୁ ଏହି ଗ୍ରୀଷ୍ମ ଛୁଟିରେ ସୁଧାରିବାକୁ ଯଦି ଚାହାନ୍ତି ତ ଏହି ଟିପ୍ସ ଆପଣଙ୍କର ସାହାଯ୍ୟ କରି ପାରେ। ଏହି ଟିପ୍ସକୁ ଆପଣାଇ କେବଳ ପିଲାଙ୍କ ରାଇଟିଂକୁ ସୁନ୍ଦର ହେବନି ଏହାସହ ଲୋକେ ଏହାକୁ ଦେଖି ଭଲ କମ୍ପ୍ଲିମେଣ୍ଟ ମଧ୍ୟ ଦେବେ। 

ଭଲ ହ୍ୟାଣ୍ଡରାଇଟିଂ ପାଇଁ ଆପଣାନ୍ତୁ ଏହି ଟିପ୍ସ :

ଟ୍ରେସିଂ ବୁକ୍‌ – ପିଲାଙ୍କୁ ଡ୍ରଇଂ କରିବା ଖୁବ୍‌ ପସନ୍ଦ ହୋଇ ଥାଏ। ଏଥିରେ ଆପଣ ନିଜ ପିଲାଙ୍କର ରାଇଟିଂକୁ ଭଲ କରିବା ପାଇଁ ତାକୁ ଆଲଫାବେଟ୍‌ ତଥା ନମ୍ୱର ଥିବା ଲେଟର ଟ୍ରେସିଂ ବୁକ୍‌ ଆଣି ଦେଇ ପାରିବେ। ପିଲାଙ୍କୁ ଏହି ଟ୍ରେସିଂ ବୁକ୍‌ରେ ଅଲଫାବେଟକୁ ସଠିକ୍‌ ଉପାୟରେ କରିବା ତଥା ରାଇଟିଂରେ ସୁଧାର ଆଣିବାରେ ସାହାଯ୍ୟ ମିଳି ପାରେ। 

କ୍ଲେ- କଥା ଯଦି ଇଣ୍ଡୋର ଗେମ୍ସର କହିବା ତ ପିଲା ସବୁଠୁ ଅଧିକ କ୍ଲେ ସହ ଖେଳିବାକୁ ପସନ୍ଦ କରିଥାନ୍ତି। କ୍ଲେରେ ଖେଳି ପିଲା କେବେ କେବେ ଏହାକୁ ଗୋଲ ଗୋଲ ଘୂରାନ୍ତି ତ ଆଉ କେତେ ବେଳେ ଏହାକୁ ଚେପେଟା କରିଥାନ୍ତି। କିନ୍ତୁ ଏମିତି କରି ପିଲାର ହାତର ମାଂସପେଶୀ ଗୁଡ଼ିକ ଭଲରେ ବିକଶିତ ହେବା ସହ ତାର ପେନସିଲ୍‌ ଉପରେ ଭଲ ଗ୍ରିପ୍‌ ମଧ୍ୟ ହୋଇଥାଏ। 

ସ୍ୟାଣ୍ଡ ଟ୍ରେ ରେ ଲେଖାନ୍ତି ଶବ୍ଦ – ପିଲାକୁ ସ୍ୟାଣ୍ଡ ବା ସଲ୍ଟ ଟ୍ରେର ସାହାଯ୍ୟରେ ଜଲଦି ଓ ପ୍ରଭାବୀ ଭାବେ ଆଲଫାବେଟ୍‌ ଲେଖିବା ଶିଖା ଯାଇପାରେ। ଏଥିପାଇଁ ଏକ ଟ୍ରେ ରେ ସ୍ୟାଣ୍ଡ , ଲୁଣ ବା ଚିନି ଭରି ରଖନ୍ତୁ। ଏବେ ପିଲାକୁ ଏହି ଟ୍ରେରେ ଇଣ୍ଡେକ୍ସ ଫିଙ୍ଗରରେ ଆଲଫାବେଟ୍, ନମ୍ୱର୍ସ ତିଆରି କରିବାକୁ କୁହନ୍ତୁ।

ମ୍ୟାଜିକ୍ ବୋର୍ଡ – ପିଲାଙ୍କ ପାଇଁ ଗେମ୍ସ କିଣିବାକୁ ଯାଉଥିଲେ , ତାର ରାଇଟିଂକୁ ସୁଧାରିବା ପାଇଁ ଏକ ମ୍ୟାଜିକ ବୋର୍ଡ ମଧ୍ୟ କିଣି ପାରିବେ। ପିଲାର ଖେଳିବା ସମୟରେ ତାଙ୍କୁ ମ୍ୟାଜିକ୍‌ ବୋର୍ଡରେ ଆଲଫାବେଟ୍‌ର ଅଭ୍ୟାସ କରି ପାରିବେ। ଏମିତି କରିବା ଦ୍ୱାରା ଖେଳ ସହ ପିଲାକୁ ଅକ୍ଷର ସହ ପରିଚୟ ଓ ସଠିକ୍ ଲେଖିବାର ଜ୍ଞାନ ମଧ୍ୟ ମିଳିବ।

ମେଜ ଗେମ୍ସ-  ଅନେକ ଶିଶୁଙ୍କ ରାଇଟିଂ ଖରାପ ହେବା ପଛରେ ରହିଛି , ସେମାନେ ପେନସିଲକୁ ଠିକ୍‌ ଭାବେ ଧରନ୍ତି ନାହିଁ। ଏଥିରେ ପେନସିଲ ଧରିବାର ପ୍ରାକ୍ଟିସ୍‌ କରିବାକୁ ପିଲାଙ୍କୁ ମେଜ୍‌ ଗେମ୍ସ ଖେଳାନ୍ତୁ। ମେଜକୁ ସଲଭ୍‌ କରିବାକୁ ପିଲାଙ୍କୁ ନିଜେ ରାସ୍ତା ଖୋଜିବାକୁ ହେବ। ଏମିତି କରିବାରେ ପିଲା କେବଳ ପେନସିଲ ଧରିବା ଶିଖିବନି, ବରଂ ତାର ଆଖି ଓ ଆଙ୍ଗୁଠି ମଧ୍ୟରେ ଖୁବ୍‌ ନିୟନ୍ତ୍ରଣ ରହିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.