ବଲାଙ୍ଗିର,୨୨।୫ : ବଲାଙ୍ଗୀର ଜିଲ୍ଲାରେ ଗୁରୁବାର ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ । ସଦର ମହାକୁମା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏହି ବୈଠକରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ , ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ଅତିରିକ୍ତ ଜିଲାପାଳ ଡ଼ ବିଜୟାନନ୍ଦ ସେଠୀ , ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ ମହାପାତ୍ର, ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ତରଣୀ ସୁନା, ଟିଟିଲାଗଡ଼ ଉପଜିଲ୍ଲାପାଳ ରହାନ ଖେତ୍ରି , ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲଙ୍କ ସମେତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ମୁଖ୍ୟତଃ ଦାଦନ ସମସ୍ୟା ଓ ଏହାର ପ୍ରତିକାର , ହର ଘର ଜଳ , ଗ୍ରାମୀଣ ଘର , ସ୍ବଚ୍ଛ ଭାରତ ମିଶନ , ମନରେଗା ସମ୍ପର୍କରେ ଆଲୋଚନା କରିଥିଲେ । ମନରେଗାରେ ଶ୍ରମିକମାନଙ୍କୁ ଧାର୍ଯ୍ୟ ଦିନ କାମ ମିଳୁଛି ନା ନାହିଁ ପଚାରି ଥିଲେ । ସେହିପରି ଦାଦନ ସମସ୍ୟାକୁ କମ କରିବାକୁ ଅଧିକାରୀ କଣ ନୂତନ ପଦକ୍ଷେପ ନେଇଛନ୍ତି ପଚାରିଥିଲେ | ଚାଷୀଙ୍କ ଆୟ ପ୍ରତି ଅଧିକାରୀ ଯତ୍ନବାନ ହେଲେ ଚାଷୀ ଦାଦନ କମିବ । ଜିଲ୍ଲାପ୍ରଶାସନ ବିଭିନ୍ନ ସମସ୍ୟା ଗୁଡିକ କ୍ଲଷ୍ଟର ତିଆରି କରିଲେ ଅଧିକ ରୁ ଅଧିକ ସମାଧାନ ମିଳିବ ବୋଲି କହିଥିଲେ | ଆଗାମୀ ଦିନରେ ଗ୍ରାମ ପଞ୍ଚାୟତ କୁ ଯାଇ ସମୀକ୍ଷା କରିବା ସହ ଘରକୁ ଘର ଯାଇ ମନରେଗା ବାବଦରେ କର୍ମ ନିଯୁକ୍ତି ମିଳୁଛି କି ନାହିଁ , କେହି କାମ ନ କରି ମିଛ ବିଲ ପାଇଥିଲେ ସାମିଲ ଥିବା ସମସ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ସେହିପରି ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ବିଭିନ୍ନ ଯୋଜନା ସାହାଯ୍ୟରେ କାମ ଯୋଗେଇ ଦିଆ ଯାଉଛି ଏବଂ ଏହି ସଂଖ୍ୟା ବଢେଇବାକୁ ସମସ୍ତ ଅଧିକାରୀଙ୍କୁ କହିଥିଲେ । ସରକାର ଲୋକଙ୍କ ପାଇଁ କାମ କରୁଛି ଏବଂ ଏଥିପାଇଁ ଅଧିକାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ । ଲୋକଙ୍କ ଦରକାର ମୁତାବକ ପ୍ରକଳ୍ପ ହେଲେ ହିଁ ସମସ୍ୟା ର ସମାଧାନ ହେଇପାରିବ ବୋଲି ସେ କହିଥିଲେ ।