ବଲାଙ୍ଗୀର,୨୪।୫ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡରୁ ୟୁରୋପର ଲଣ୍ଡନକୁ ଶନିବାର ଆମ୍ବ ପଠାଯାଇଛି। ଯେଉଁଥିରେ ଟିଟିଲାଗଡର ଯାଡେନ୍ ଏଫପିଓ, କୃଷକ ଉନ୍ନୟନ ଏଫପିଓ ଏବଂ ଫାର୍ମ ନନ୍ ଫାର୍ମ ଏଫପିଓ ସହାୟତାରେ ସଂଗ୍ରହ କରାଯାଇଥିଲା । ଏହାକୁ ଟିଟିଲାଗଡ ଉପ ଜିଲ୍ଲାପାଳ ରେହାନ ଖେତ୍ରି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥଲେ। ଅନ୍ୟମାନଙ୍କ ମଧ୍ୟରେ ନାବାର୍ଡ, ଉଦ୍ୟାନ କୃଷି, ପଲାଡିୟମ ଏବଂ ଓରମାସର ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଏହି ସବୁ ଆମ୍ବ ରବିବାର କଲିକତା ପହଞ୍ଚିବା ପରେ ଲଣ୍ଡନକୁ ବିମାନ ଯୋଗେ ପଠାଯିବ। ସେହିପରି ଦିଲ୍ଲୀ ସ୍ଥିତ ମଦର୍ ଡାଏରୀ ୟୁନିଟ କୁ ମଧ୍ୟ ୨୦ କ୍ଵିଣ୍ଟାଲ ଆମ୍ବ ପଠା ଯାଇଛି । ଯାହା ଜିଲ୍ଲା ପାଇଁ ଏକ ଗୌରବର ବିଷୟ ।