ଖପ୍ରାଖୋଲ,୨୩/୫ : ଅଟୋ ଭିତରୁ ମୃତଦେହ ଉଦ୍ଧାର। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଲରମ୍ଭା ଥାନା ଅନ୍ତର୍ଗତ ଦମକେଇପାଲି ଗ୍ରାମ ନିକଟରୁ ଏକ ସନ୍ଦିଗ୍ଧ ଅଟୋ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଦମେଇପାଲିରୁ ଜୁରିଆ ରାସ୍ତା ମଧ୍ୟରେ ଥିବା ବୁଲାଣି ନିକଟରେ ଏକ ଅଟୋ ଠିଆ ହୋଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟୋକୁ କେହି ନନେବାରୁ ସ୍ଥାନୀୟ ଲୋକେ ସନ୍ଦେହ କରି ନିକଟକୁ ଯାଇ ଦେଖିଥିଲେ। ଅଟୋ ଭିତରେ ଏକ ମୃତଦେହ ପଡ଼ିଥିବା ଦେଖି ଲରମ୍ଭା ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।
ମୃତ ବ୍ୟକ୍ତି ଜଣଙ୍କର ପରିଚୟ ମିଳିଛି । ସେ ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳର ଡରବେକେଳା ଗ୍ରାମର ବୋଲି ଜଣାପଡ଼ିଛି। ତେବେ ଅଟୋଟି କାହାର ଏବଂ ଅଟୋ ଭିତରକୁ କିପରି ତାଙ୍କର ମୃତଦେହ ଆସିଲା ସେନେଇ ପୁଲିସ ଛାନଭିନ୍ ଚଳାଇଛି। ଉକ୍ତ ବ୍ୟକ୍ତିଙ୍କୁ କେହି ହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।