ନୂଆଦିଲ୍ଲୀ,୨୯/୦୪: ଭାରତ ସହ ପଙ୍ଗା ନେବା ପଡ଼ିଲା ମହଙ୍ଗା । ଜାତିସଂଘରେ ପାକିସ୍ତାନର ମୁଖା ଖୋଲିଗଲା । ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ବର୍ଷିଲେ ଜାତିସଂଘ ସ୍ଥାୟୀ ପ୍ରତିନିଧି । ଭାରତ ବିପକ୍ଷରେ ପାକିସ୍ତାନ ଦେଇଥିବା ମନ୍ତବ୍ୟକୁ ନିନ୍ଦା କରିବା ସହ ଆତଙ୍କୀଙ୍କୁ ପାଣ୍ଠି ଯୋଗାଇ ପୋଷୁଛି ପାକିସ୍ତାନ ବୋଲି କହିଛନ୍ତି ଜାତିସଂଘ ପ୍ରତିନିଧି ୟୋଜନା ପଟେଲ ।
ଜାତିସଂଘରେ ଭାରତର ପ୍ରତିନିଧି ଯୋଜନା ପଟେଲ ପାକିସ୍ତାନ ଉପରେ ବର୍ଷିଛନ୍ତି । ପାକିସ୍ତାନ ରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଦେଇଥିବା ବୟାନ ବିଷୟରେ ଆଲୋଚନା କରିଛନ୍ତି । ଯେଉଁଥିରେ ଖ୍ୱାଜା ମାନିଛନ୍ତି କି ପାକିସ୍ତାନରେ ଆତଙ୍କବାଦକୁ ପ୍ରସୟ ଦିଆଯାଉଛି । ଏହାକୁ ନେଇ ଜାତିସଂଘ ପ୍ରତିନିଧି କହିଛନ୍ତି, ପାକିସ୍ତାନ ଏକ ଦୁଷ୍ଟ ଦେଶ ଯିଏକି ଆତଙ୍କବାଦୀଙ୍କୁ ପୋଷୁଛି ପୁରା ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରୁଛି । ଏହା ଖୋଦ୍ ତାଙ୍କ ମନ୍ତ୍ରୀ ମାନିଛନ୍ତି ତେବେ ଆଉ କିଛି କହିବାର ନାହିଁ ।''
ଆତଙ୍କବାଦ ବିରୋଧୀ ବୈଠକରେ ଯୋଜନା ପେଟେଲ କହିଛନ୍ତି, ''ପାକିସ୍ତାନ ରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ମାନିଛନ୍ତି କି ପାକିସ୍ତାନ ଆତଙ୍କୀଙ୍କୁ ଟ୍ରେନିଂ ଦେଇଛି ଏବଂ ପାଣ୍ଠି ମଧ୍ୟ ଯୋଗାଉଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି କି ପାକିସ୍ତାନ ଦୁନିଆରେ ଆତଙ୍କବାଦ ବିସ୍ତାର କରୁଥିବା ଦେଶ ହୋଇଛି । ଏବେ ବିଶ୍ୱକୁ ଏହି ବିପଦକୁ ଅଣଦେଖା କରିବା କଥା ନୁହେଁ । ୨୦୦୮ ପରେ ପହଲଗାମରେ ସବୁଠୁ ବଡ଼ ଆକ୍ରମଣ ହୋଇଥିଲା । ଯେଉଁଥିରେ ୨୭ ନୀରିହଙ୍କ ଜୀବନ ଯାଇଛି ।''
କଣ କହିଥିଲେ ପାକିସ୍ତାନ ରକ୍ଷା ମନ୍ତ୍ରୀ ? ନିକଟରେ ପାକିସ୍ତାନ ରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଏକ ସାକ୍ଷାତକାରରେ ମାନିଥିଲେ କି, ପାକିସ୍ତାନ ଆତଙ୍କବାଦକୁ ସମର୍ଥନ କରୁଛି । ଆତଙ୍କୀଙ୍କୁ ଫଣ୍ଡ ଦେବାର ଲମ୍ବା ଇତିହାସ ରହିଛି । ଗତ ୩୦ ବର୍ଷ ହେବ ଆମେରିକା ପାଇଁ ଏହି କାମ କରି ଆସୁଛି ପାକିସ୍ତାନ ।''
ଏହା ବି ପଢନ୍ତୁ...Pahalgam Attack: ଶାହବାଜଙ୍କୁ ବଡ଼ଭାଇ ନୱାଜ ସରିଫଙ୍କ ପରାମର୍ଶ, କୂଟନୈତିକ ରଣନୀତି ଆପଣାଅ
କହି ରଖୁଛି କି, ଜମ୍ମୁ କଶ୍ମୀର ପହଲହାମ ବୈସରନ ଘାଟିରେ ହୋଇଥିବା ଭୟଙ୍କର ଆତଙ୍କୀ ଆକ୍ରମଣରେ ୨୭ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳର କିଛି ଭିଡ଼ିଓ ସାମ୍ନାକୁ ଆସୁଛି । ଯେଉଁଥିରେ ଦେଖିବାକୁ ମିଳିଛି କି ଆଖିବୁଜା ଗୁଳିମାଡ କରିଥିଲେ ଆତଙ୍କୀ । ଏହି ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ବିଗିଡ଼ିବାରେ ଲାଗିଛି ।