ନୂଆଦିଲ୍ଳୀ,୧୫।୧: ବହୁ ବର୍ଷ ଧରି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ସବୁବେଳେ ଆଇଏଫଏମ୍, ଓ୍ବାର୍ଲ୍ଡ ବ୍ୟାଙ୍କ ଓ ସାଉଦି ଆରବ ଏବଂ ଚୀନ୍ ଭଳି ଦେଶରୁ ଋଷ ପାଇଁ ଗୁହାରୀ କରୁଛି। ଗତ ବର୍ଷ ଆଇଏମ୍ଏମର ବହୁ ସର୍ତ୍ତ କାରଣରୁ ପାକିସ୍ତାନକୁ ଋଣ ନେବାରେ ସମସ୍ୟା ହେଉଛି। ଏହା ଭିତରେ ସେ ଓ୍ବାର୍ଲ୍ଡ ବ୍ୟାଙ୍କଠାରୁ ବଡ଼ ଲୋନ୍ ହାସଲ କରିନେଇଛି। ବିଶ୍ବ ବ୍ୟାଙ୍କ ପାକିସ୍ତାନକୁ ୧୦ ବର୍ଷ ପାଇଁ ୨୦ ବିଲିୟନ ଡଲାର ଲୋନ୍ ଦେବା ଉପରେ ସହମତି ପ୍ରକାଶ କରିଛି। ଏହି ଟଙ୍କା ତାକୁ କଣ୍ଟ୍ରି ପାର୍ଟନରସିପ୍ ଫ୍ରେମଓ୍ବାର୍କ ଅନୁସାରେ ଦିଆଯିବ। ବିଶ୍ବ ବ୍ୟାଙ୍କ ମଧ୍ୟ ଏଥିପାଇଁ ସର୍ତ୍ତ ରଖିଛି। ଏହି ପୁଞ୍ଜିକୁ ଶିଶୁ ମୃତ୍ୟୁହାର କମ୍ କରିବା, କୁପୋଷଣ ଶେଷ କରିବା, ଶକ୍ତିର ନବୀକରଣ ଉପାୟ ଗ୍ରହଣ କରିବା ଓ କ୍ଲାଇମେଟ୍ ଚେଞ୍ଜର ମୁକାବିଲାର ଉପାୟରେ ଖର୍ଚ୍ଚ କରାଯିବ। ଯଦି ସ୍ପଷ୍ଟ ଭାବରେ କୁହାଯିବ ତେବେ ବିଶ୍ବ ବ୍ୟାଙ୍କ ପାକିସ୍ତାନକୁ ଏହି ଲୋନ୍ ଦେଶରେ ଶିକ୍ଷା, ସ୍ବାସ୍ଥ୍ୟର ପ୍ରସାର ପାଇଁ ଦେଇଛି। ଏହାକୁ ଅନ୍ୟ କେଉଁଥିରେ ବ୍ୟବହାର କରିହେବନି।
ଓ୍ବାର୍ଲ୍ଡ ବ୍ୟାଙ୍କର କଣ୍ଟ୍ରି ଡାଇରେକ୍ଯର ନେଜି ବେନହାସିନ୍ କହିଛନ୍ତି, ଏହି ଟଙ୍କା ପାକିସ୍ତାନକୁ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ ଆସୋସିଏସନ୍ ଓ ଇଣ୍ଟରନ୍ୟାସନାଲ ବ୍ୟାଙ୍କ ଫର ରିକନଷ୍ଟ୍ରକସନ୍ ଆଣ୍ଡ ଡେଭଲପମେଣ୍ଟ ମାଧ୍ୟମରେ ଦିଆଯାଇଛି। ବିଶ୍ବ ବ୍ୟାଙ୍କ ପାକିସ୍ତାନକୁ ସଫା କହିଦେଇଛି ଯେ, ଏହି ଟଙ୍କା ଲୋକଙ୍କୁ ସଫା ପାଣି, ସାନିଟେସନର ସୁବିଧା, ଶିକ୍ଷା ମାଧ୍ୟମରେ ଗରିବି ହ୍ରାସ କରିବା ଓ ବନ୍ୟା ଏବଂ ଅନ୍ୟ ପ୍ରାକୃତିକ ବିପଦକୁ ରୋକିବା ପାଇଁ ଖର୍ଚ୍ଚ କରାଯିବ। ପାକିସ୍ତାନ ପାଇଁ ଏହା ବହୁତ ବଡ ଋଣ, ଯାହାକି ଲଗାତାର ଋଣ ପାଇଁ ଚିନ୍ତାରେ ରହିଥାଏ। ଗତ କିଛି ବର୍ଷରେ ଇମ୍ରାନ ଖାନ୍ଙ୍କଠାରୁ ନେଇ ଶେବହଜା ଶରିଫ୍ଙ୍କ ପର୍ଯ୍ୟନ୍ତ ଋଷ, ସାଉଦି ଆରବ, ଚୀନ୍ ସହିତ ବହୁ ଦେଶ ନିକଟରେ ଋଣ ବୋଝ ତଳେ ଦବି ହୋଇ ରହିଛନ୍ତି। ସେଭଳି ଆଇଏମ୍ଏଫ୍ ଦୀର୍ଘ ଚେଷ୍ଟା ପରେ ପାକିସ୍ତାନକୁ ଲୋନ୍ ଦେଇଥିଲା।
ଉଲ୍ଲେଖନୀୟ ଯେ, ପାକିସ୍ତାନ ୧୯୫୦ରୁ ଓ୍ବାର୍ଲ୍ଡ ବ୍ୟାଙ୍କର ସଦସ୍ୟ ଦେଶ। ବ୍ୟାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ୪୦ ଅରବ ଡଲାର ସାହାଯ୍ୟରେ ପାକିସ୍ତାନକୁ ଦିଆଯାଇଛି। ଏଥିରୁ ଜଣାପଡୁଛି ଗତ ୭୫ ବର୍ଷ ହେବ ଯେତିକି ଟଙ୍କା ଓ୍ବାର୍ଲ୍ଡ ବ୍ୟାଙ୍କରୁ ମିଳିଥିଲା,ସେତିକି ହିଁ ତାକୁ ଏବେ ଥରେ ମିଳୁଛି। ଏହି ଲୋନ୍ରେ କୁହାଯାଇଛି ପାକିସ୍ତାନକୁ ସ୍ଥାୟୀ ବିକାଶର ଯୋଜନା ଉପରେ ଫୋକସ୍ କରିବାକୁ ହେବ। ଏହାଛଡା ୧.୨ କୋଟି ଯଙ୍କାକୁ କ୍ବାଲିଟି ଏଜୁକେସନ୍ ଦେବାର ମଧ୍ୟ ଯୋଜନା ରହିଛି। ୩ କୋଟି ଲୋକଙ୍କୁ ଖାଦ୍ୟ ସୁରକ୍ଷା ଓ ୬ କୋଟି ଲୋକଙ୍କ ପର୍ଯ୍ୟନ୍ତ ସଫା ପାଣି ଏବଂ ଶୌଚାଳନୟ ପହଁଞ୍ଚାଇବାର ଲୋନ୍ ଦେବାର ଲକ୍ଷ୍ୟ ରହିଛି। ଏହି ଲୋନ୍ର ଖର୍ଚ୍ଚ ଉପରେ ସିଧା ସଳଖ ଭାବରେ ବିଶ୍ବ ବ୍ୟାଙ୍କ ଉପରେ ମଧ୍ୟ ନଜର ରଖିବ।
କଂଗ୍ରେସର ନୂତନ ମୁଖ୍ୟାଳୟକୁ ଉଦଘାଟନ କଲେ ସୋନିଆ ଗାନ୍ଧୀ, ଜାଣନ୍ତୁ କେଉଁଠି ଏବେ ନୂଆ ଠିକଣା ?