ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଦକ୍ଷିଣ କୋରିଆରେ ହାଇଭୋଲଟେଜ୍ ଡ୍ରାମା,ରାଷ୍ଟ୍ରପତି ୟୁନ ସୁକ ୟୋଲ ଗିରଫ

Published By : Anindita Ratha | January 15, 2025 9:33 AM

ନୂଆଦିଲ୍ଲୀ,୧୫/୦୧: ଦକ୍ଷିଣ କୋରିଆରେ ହାଇ ଭୋଲଟେଜ୍ ଡ୍ରାମା । ମହାଅଭିଯୋଗର ସାମ୍ନା କରୁଥିବା  ରାଷ୍ଟ୍ରପତି ୟୁନ ସୁକ ୟୋଲ ଗିରଫ । ଆଜି ସକାଳୁ   ରାଷ୍ଟ୍ରପତିଙ୍କ ସରକାରୀ ବାସଭବନରେ ହଜାରରୁ ଅଧିକ ପୋଲିସ କର୍ମୀ ପ୍ରବେଶ କରିଥିଲେ । ଆଉ ସେହି ସମୟରେ, ୟେଓଲଙ୍କ ସମର୍ଥକ ଏବଂ ଶାସକ ପିପୁଲ୍ସ ପାୱାର ପାର୍ଟିର ସଦସ୍ୟମାନେ ସୁରକ୍ଷା ବାହିନୀ ସହିତ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା। 

ତେବେ ଉଭୟଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ପରେ ଅନେକ ଲୋକଙ୍କୁ ଅଟକ ମଧ୍ୟ ରଖାଯାଇଥିଲା। ଯାହା ପରେ ଦକ୍ଷିଣ କୋରିଆ କର୍ତ୍ତୃପକ୍ଷ ୟୁନ୍ ସୁକ୍ ୟେଓଲଙ୍କୁ ଗିରଫ କରିଛନ୍ତି। ସେହିପରି ପୂର୍ବରୁ, ୟୁନଙ୍କ ଓକିଲମାନେ ଯୁକ୍ତି କରିଥିଲେ ଯେ ୟୁନଙ୍କୁ ଅଟକ ରଖିବାର ପ୍ରୟାସ ବେଆଇନ ଥିଲା। ତାଙ୍କୁ ସର୍ବସାଧାରଣରେ ଅପମାନିତ କରିବା ପାଇଁ ଏକ ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର ରଚନା କରାଯାଉଛି। ତେବେ ୟୁନ୍‌ଙ୍କୁ ଗିରଫ କରିବା ପାଇଁ ତଦନ୍ତକାରୀଙ୍କୁ ଜାରି କରାଯାଇଥିବା ମିଲର୍ ୱାରେଣ୍ଟ ହେଉଛି ଦକ୍ଷିଣ କୋରିଆର ଜଣେ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଜାରି କରାଯାଇଥିବା ପ୍ରଥମ ୱାରେଣ୍ଟ। ପ୍ରକାଶ ଥାଉକି, ଏହା ପୂର୍ବରୁ ମଧ୍ୟ ଜାନୁୟାରୀ ୩ ରେ ସୁରକ୍ଷା କର୍ମୀମାନେ ରାଷ୍ଟ୍ରପତିଙ୍କୁ ଗିରଫ କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ତାଙ୍କୁ ଖାଲି ହାତରେ ଫେରିବାକୁ ପଡିଲା। ହେଲେ ଆଜି ଭୋର ୪ ଟାରୁ ପ୍ରାୟ  ହଜାର ପୋଲିସ୍ କର୍ମୀ ରାଷ୍ଟ୍ରପତିଙ୍କ ବାସଭବନରେ ବିଭିନ୍ନ ମାର୍ଗ ଦେଇ ପ୍ରବେଶ କରିଥିଲେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.