ପ୍ରମୂଖ ଖବର
  • ବୟକଟ୍ ଇଣ୍ଡିଆରୁ ୱେଲକମ୍ ମୋଦି, ମାଳଦ୍ଵୀପ ବିମାନ ବନ୍ଦରରେ ମୋଦିଙ୍କୁ ସ୍ଵାଗତ କଲେ ମୁଇଜ୍ଜୁ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ : ରିଟର୍ଣ୍ଣିଂ ଏବଂ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
  • ||
  • ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ୨୫ ଭିଡିଓ ପ୍ଲାଟଫର୍ମକୁ ବ୍ୟାନ୍ କଲେ କେନ୍ଦ୍ର ସରକାର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ନୂଆ ଟୁଇଷ୍ଟ, ପୀଡ଼ିତାଙ୍କ ସାଙ୍ଗ କିଣିଥିଲେ ରୁପା ମୁଦି
  • ||
  • ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୪ଟି ଗେଟ୍‌, ବାମ ପାର୍ଶ୍ୱରେ ୮ଟି ଏବଂ ଡାହାଣ ପାର୍ଶ୍ୱରେ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ
  • ||
  • ଜୟପୁର: ଭିଜିଲାନ୍ସ ପଞ୍ଝାରେ ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ରେଡ୍
  • ||
  • ବିକାଶ ହେବ ୬ ବୟନଶିଳ୍ପ ପାର୍କ, ଆଜି ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାମ୍ବୋଡିଆ-ଥାଇଲାଣ୍ଡ ଭୟଙ୍କର ଯୁଦ୍ଧ, ଆକାଶରୁ ବର୍ଷୁଛି ବୋମା, ଗୁଳିମାଡ଼ରେ ୧୩ ଥାଇ ନାଗରିକଙ୍କ ମୃତ୍ୟୁ
  • ||
  • ଭାରତ-ବ୍ରିଟେନ୍‌ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର, ଶସ୍ତା ହେବ ବ୍ରିଟେନ୍‌ ହ୍ୱିସ୍କି, କାର୍‌, ସଫ୍ଟଡ୍ରିଙ୍କ, ଫୁଟ୍‌ୱେର୍‌
  • ||
  • ମଣିପୁରରେ ଆଉ ୬ ମାସ ବଢ଼ିଲା ରାଷ୍ଟ୍ରପତି ଶାସନ, ସଂସଦରେ ପ୍ରସ୍ତାବକୁ ମଞ୍ଜୁରୀ, ଅଗଷ୍ଟ ୧୩ରୁ ଲାଗୁ
  • ||
  • ଅବପାତ ରୂପ ନେବ ଲଘୁଚାପ, ୩୦ ଯାଏ ପ୍ରବଳ ବର୍ଷିବ, ସମୁଦ୍ର ଅଶାନ୍ତରୁ ଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ
  • ||

ଆଉଟରିଚ ପକ୍ଷରୁ ଜାତୀୟ ପ୍ରସାରଣ ଦିବସ ପାଳିତ ; ଲୋକାର୍ପଣ ହେଲା ରେଡ଼ିଓ ଭୁବନେଶ୍ୱର ୮୯.୨ଏଫଏମ

Published By : Gurupada Nath | July 23, 2025 8:55 PM

ଭୁବନେଶ୍ୱର,୨୩/୭ :  ଆଉଟରିଚ ପକ୍ଷରୁ ଜାତୀୟ ପ୍ରସାରଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଲୋକାର୍ପଣ ହୋଇଛି ନୂଆ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ଭୁବନେଶ୍ୱର ୮୯.୨ଏଫଏମ । ଆଉଟରିଚ ରେଡିଓ ନେଟୱର୍କର ଅଧ୍ୟକ୍ଷ ସୁବ୍ରତ କୁମାର ପତିଙ୍କ ପୌରହିତ୍ୟରେ ସ୍ଥାନୀୟ ଜୟଦେବ ଭବନରେ ଏକ ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ କରାଯାଇଥିଲା ।

ପ୍ରଖ୍ୟାତ ଲୋକ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ଉତ୍ସବ ଚରଣ ଦାସ, ରେଡ଼ିଓ ବ୍ୟକ୍ତିତ୍ୱ ତଥା ବର୍ଷିଆନ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ, ସୁନାମଧନ୍ୟ ଓଡିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି, ହକି ଇଣ୍ଡିଆର ସଭାପତି ତଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କୀ ଓ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଖ୍ୟାତିସମ୍ପନ୍ନ ନ୍ୟୁରୋସର୍ଜନ ପଦ୍ମଶ୍ରୀ ଡା ଅଶୋକ ମହାପାତ୍ର ଅତିଥି ଭାବେ ଯୋଗଦେଇ ରେଡିଓ ଭୁବନେଶ୍ୱରକୁ ଲୋକାର୍ପିତ କରିଥିଲେ । ରେଡିଓ ଭୁବନେଶ୍ୱରର ସିଂଗନେଚର ଟ୍ୟୁନକୁ ଅତିଥିମାନେ ପ୍ରସାରଣ କରିବା ସହ ଔପଚାରିକ ରେଡ଼ିଓ ପ୍ରସାରଣ ଆରମ୍ଭ ହୋଇଥିଲା । 

ସୂଚନା ଅନୁସାରେ, ଆଜିର ଦିନରେ ୧୯୨୭ମସିହାରେ ବମ୍ବେ ସହରରେ ପ୍ରଥମ ରେଡ଼ିଓ ପ୍ରସାରଣ ଆରମ୍ଭ ହୋଇଥିଲା । ଏହାକୁ ମନେ ରଖିବା ପାଇଁ ପ୍ରତି ବର୍ଷ ୨୩ଜୁଲାଇକୁ ଜାତୀୟ ପ୍ରସାରଣ ଦିବସ ଭାବରେ ପାଳନ କରାଯାଏ । ଆଉଟରିଚ ପକ୍ଷରୁ ପ୍ରତି ବର୍ଷ ଭୁବନେଶ୍ୱରରେ ଜାତୀୟ ପ୍ରସାରଣ ଦିବସ ପାଳନ ହୁଏ । ଚଳିତ ବର୍ଷ ଏହାକୁ ସ୍ୱତନ୍ତ୍ର କରିବା ପାଇଁ ଏହି ଦିନ ରେଡିଓ ଭୁବନେଶ୍ୱରକୁ ଲୋକାର୍ପଣ କରିବାକୁ ନିଷ୍ପତ୍ତି ନେଇଥିଲେ ଆୟୋଜକ ସଂସ୍ଥା ଆଉଟରିଚ ।

ଏହି ରେଡ଼ିଓ ଷ୍ଟେସନଟି ଭୁବନେଶ୍ୱରବାସୀଙ୍କ ସ୍ୱର ହେଉ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । କମ୍ୟୁନିଟି ମିଡ଼ିଆ ଏକ୍ସପର୍ଟ ତଥା ଆଉଟରିଚର ପରାମର୍ଶଦାତା ଏନଏଶାହ ଆନସାରୀ ସ୍ୱାଗତ ଭାଷଣ ଦେଇଥିଲେ । ରେଡିଓ ଭୁବନେଶ୍ୱରର ଉପସ୍ଥାପକ ପାର୍ଥସାରଥୀ ମହାନ୍ତି ମଞ୍ଚ ସଂଚାଳନ କରିଥିଲେ । ରେଡିଓ ଜକି ଲିପ୍ସା ଦାଶ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ନୃତ୍ୟପ୍ରଭା ଡ୍ୟାନ୍ସ ଏକାଡେମୀର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.