ଭୁବନେଶ୍ବର, ୨୪/୭ : ରାଜ୍ୟ କଂଗ୍ରେସ ତରଫରୁ ପାଳିତ ହୋଇଛି ଶ୍ରଦ୍ଧାଞ୍ଜଳି ଦିବସ । ବାଲେଶ୍ବରର ଛାତ୍ରୀଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ବଳଙ୍ଗା ନାବାଳିକା ପିଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରି ଏହି ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି ।
ରାଜ୍ୟରେ ଗୋଟିଏ ମିନିଟ ପାଇଁ ନିରବ ପ୍ରାଥନା କରିଛି କଂଗ୍ରେସ । ଉତ୍କଳ ବିଶ୍ଵବିଦ୍ୟାଳୟର ମୁଖ୍ୟ ଗେଟ ସମ୍ମୁଖରେ ପିସିସି ସଭାପତି ମଧ୍ୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଛନ୍ତି । ପିସିସି ସଭାପତି କହିଛନ୍ତି ରାଜ୍ୟରେ ନାରୀଙ୍କ ଉପରେ ଅତ୍ୟାଚାରକୁ ରୋକିବା ପାଇଁ ଜନ ଜାଗରଣର ଆବଶ୍ୟକତା ରହିଛି । ସେହି କ୍ରମରେ ରାଜ୍ୟବାସୀ ଏବଂ ମହିଳାଙ୍କୁ ସଚେତନ କରିବାକୁ ଆମେ ଏହି ଦିବସ ପାଳନ କରୁଛୁ ।