ପ୍ରମୂଖ ଖବର
  • ପୁଣି ଶ୍ରୀମନ୍ଦିର ଭିତରୁ ଯୁବକଙ୍କ ଠାରୁ ହିଡେନ କ୍ୟାମେରା ଜବତ
  • ||
  • ମଙ୍ଗଳବାର ଏନଡିଏ ସଂସଦୀୟ ଦଳର ବୈଠକ, ସାଂସଦଙ୍କୁ ସମ୍ବୋଧନ କରିବେ ପିଏମ ମୋଦୀ
  • ||
  • ଓଭାଲରେ ଇଂଲଣ୍ଡର ଭାଙ୍ଗିଲା ଗର୍ବ; ପଞ୍ଚମ ଟେଷ୍ଟକୁ ୬ ରନରେ ଜିତିଲା ଭାରତ, ସିରିଜ୍ ବରାବର
  • ||
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଦୁର୍ଘଟଣାରେ ମୃତ୍ୟୁ ସନ୍ଦେହ

Published By : Suraj Kumar | August 3, 2025 4:12 PM

ଡେରାବିଶ, ୩।୮ (ଆ.ପ୍ର) : ଡେରାବିଶ ଥାନା ନରସିଂହପୁର ପଞ୍ଚାୟତ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି -ଲଳିତଗିରି ରାସ୍ତାର ତିଲଙ୍ଗ ପିଙ୍ଗଳେଶ୍ବରୀ ମନ୍ଦିର ନିକଟରେ ରବିବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ମୃତକ ଜଣକ ହେଲେ  ବାଲିଆ ପଞ୍ଚାୟତ ଦରବୋଲ ଗ୍ରାମର ରତ୍ନାକର ସାମଲ (୬୧)।

ଡେରାବିଶ ବ୍ଲକ ବାଲିଆ ପଞ୍ଚାୟତ ଦରବୋଲ ଗ୍ରାମର ରତ୍ନାକର ସାମଲ ଶନିବାର ଭଉଣୀ ଘର କଟକ ଜିଲ୍ଲା ମାହାଙ୍ଗା ବ୍ଲକ ହଳଦିଆ ଗ୍ରାମକୁ ଅସୁସ୍ଥ ଭିଣୋଇକୁ ଭେଟିବାକୁ ଯାଇଥିଲେ।   ସନ୍ଧ୍ୟାରେ ସେଠାରୁ ସେ ନିକଟସ୍ଥ ଏଣ୍ଡର ହାଟକୁ ଯାଇ ପରିବା କିଣି ଘରକୁ ଫେରୁଥିଲେ। କିନ୍ତୁ ସେ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ଗାଁର ଲୋକମାନେ ବ୍ୟସ୍ତ ହୋଇ ରାତି ସାରା ଖୋଜାଖୋଜି କରି ନିରାଶ ହେବା ପରେ ରତ୍ନାକରଙ୍କ ବଡ଼ଝିଅ ଲକ୍ଷ୍ମିପ୍ରିୟା ଡେରାବିଶ ଥାନାରେ ନିଖୋଜ ସମ୍ପର୍କରେ ଏତଲା ଦେଇଥିଲେ। ରବିବାର ସକାଳେ ଜନୈକ ବ୍ୟକ୍ତି ନିଶ୍ଚିନ୍ତକୋଇଲି -ଲଳିତଗିରି ରାସ୍ତାର ତିଲଙ୍ଗ ନିକଟରେ  ସାଇକେଲ  ଓ ପରିବା ବ୍ୟାଗ ସହ ଜଣେ ବ୍ୟକ୍ତି ମୁହମାଢି ପଡିଥିବାର ଖବର ଦେଇଥିଲେ। ଏହି ଖବର ପାଇ ବହୁ ଲୋକ ପହଞ୍ଚି ନିଖୋଜ ରତ୍ନାକରଙ୍କ ମୃତ ଦେହ ବୋଲି ଚିହ୍ନଟ କରିଥିଲେ। କୌଣସି ଅଜଣା ଗାଡ଼ି ଧକ୍କା ଦେଇ ସେଠାରୁ ଚାଲିଯାଇଥିବା ଅନୁମାନ କରାଯାଉଛି।ପରେ ଡେରାବିଶ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ବ୍ୟବଚ୍ଛଦ ନିମନ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। 

ସୂଚନାଯୋଗ୍ୟ ରତ୍ନାକର ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କର ହଠାତ୍ ବିୟୋଗରେ ପରିବାରକୁ ବିପତ୍ତିର ପାହାଡର ବୋଝ ଲଦି ହୋଇଯାଇଛି। ଏହି ପରିବାରକୁ ତୁରନ୍ତ ସରକାରୀ ସାହାଯ୍ୟ ପାଇଁ ସମାଜସେବୀ ତଥା ପୂର୍ବତନ ସମିତି ସଭ୍ୟ ଶ୍ରୀମନ୍ତ ରାଉତରାୟ ଦାବି କରିଛନ୍ତି। ରତ୍ନାକରଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.