ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ: ୧୧୩୨ଟି ବୁଥ ଜଗିବେ ୧୫ ପ୍ଲାଟୁନ୍‌ ଫୋର୍ସ, ପ୍ରବେଶ ପଥରେ ୨୪ ଘଣ୍ଟିଆ ଚେକିଂ

ଭୁବନେଶ୍ୱର,୨୩/୦୫: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୫ ତାରିଖରେ । ଭୁବନେଶ୍ୱର ସମେତ୬ ଲୋକସଭା କ୍ଷେତ୍ରରେ ମତଦାନ ହେବ । ଏଥିପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭୁବନେଶ୍ୱର ଓ ଏହାର ଉପକଣ୍ଠ ପାଇଁ ୧୫ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ସହ ୧୨ କମ୍ପାନୀ ସିଏପିଏଫ୍‌  ମୁତୟନ ହେବେ ବୋଲି ପୁଲିସ୍‌ କମିଶନର ସଞ୍ଜୀବ  ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।  

ଶନିବାର ଭୁବନେଶ୍ୱର ଓ ଏହାର ଉପକଣ୍ଠରେ ୫ ବିଧାନସଭା କ୍ଷେତ୍ର ପାଇଁ ଭୋଟ ହେବ । ଏହି  ୫ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୧୧୩୨ଟି ବୁଥ  ରହିଛି । ଜୟଦେବରେ ୧୧୧ଟି ବୁଥ, ଜଟଣୀରେ  ୧୧୫ଟି, ମଧ୍ୟ ଭୁବନେଶ୍ୱରରେ ୧୧୨ଟି, ଉତ୍ତରରେ  ୧୧୪ଟି ଓ ଏକାମ୍ରରେ ୧୧୨ଟି ବୁଥ କରାଯାଇଛି । ଏଥିରୁ ୧୫୨ଟି ବୁଥ୍‌ ହେଉଛି ସମ୍ୱେଦନଶୀଳ । ସମସ୍ତ ସମ୍ୱେଦନଶୀଳ ବୁଥ୍‌ରେ ସିଏପିଏଫ୍‌ ନିୟୋଜିତ ହେବେ । ୫ ନିର୍ବାଚନ ମଣ୍ଡଳୀ ମଧ୍ୟରେ  ୪୨୧ଟି ସଖୀ ବୁଥ ରହିଛି । ମଧ୍ୟ ନିର୍ବାଚନ  ମଣ୍ଡଳୀର ସମସ୍ତ ୨୦୦ ବୁଥରେ ଉଭୟ ପୁଲିଂ  ଓ ପୁଲିସ ଅଧିକାରୀ ଭାବେ ମହିଳା ନିୟୋଜିତ  ହେବେ । ୫୨୫ଟି ବୁଥରେ ୱେବ୍‌କାଷ୍ଟିଂ ବ୍ୟବସ୍ଥା  କରାଯାଇଛି । ଯାହାର ଟିକିନିଖି ବିବରଣୀ ରାଜ୍ୟ  ନିର୍ବାଚନ ଆୟୋଗଙ୍କ ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ  ରୁମ)ରେ ଦୃଶ୍ୟମାନ ହେବ । ସୁରକ୍ଷା ଦୃଷ୍ଟିରୁ  ୧୫ଟି ଫ୍ଲାଇଂ ସ୍କ୍ୱାଡ୍‌, ୩୦ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ୍‌  ନିୟୋଜିତ ହୋଇଛନ୍ତି ।  

୧୧୩୨ଟି ବୁଥ ପାଇଁ ୫୧ଟି ମୋବାଇଲ  ପାଟ୍ରୋଲିଂ ପାର୍ଟି ସହିତ ପ୍ରାୟ ୩୦୦୦ରୁ ଉଦ୍ଧ୍ୱର୍ ପୁଲିସ  କର୍ମଚାରୀ ଶାନ୍ତିପୂର୍ଣ ମତଦାନ ନିମନ୍ତେ ନିୟୋଜିତ  ହେବେ । ନିର୍ବାଚନ ସମୟରେ ପୁଲିସର ଭୂମିକାକୁ  ସୂଚାରୁ ଭାବରେ ତୁଲାଇବା ପାଇଁ କମିସନେରେଟ  ପୁଲିସ ଓ ଓଡ଼ିଶା ସ୍ପେସ୍‌ ଆପ୍ଲିକେସନ୍‌ ସେଣ୍ଟର ୨ଟି  ଆପ୍ଲିକେଶନ ତିଆରି କରିଛନ୍ତି । ଗୋଟିଏ ହେଲା  ପୁଲିସ୍‌ ପାଟ୍ରୋଲିଂ ଆଣ୍ଡ ବୁଥ ମନିଟରିଂ ସିଷ୍ଟମ (ପିପିବିଏମ୍‌ଏସ୍‌) ଓ ଅନ୍ୟଟି ହେଲା ଭେଇକିଲ୍‌  ଟ୍ରାକିଂ ସିଷ୍ଟମ୍‌ (ଭିଟିଏସ୍‌) । ଏହି ଆପ୍ଲିକେଶନ  ମାଧ୍ୟମରେ ପୁଲିଂ ଅବଧିରେ ପାଟ୍ରୋଲିଂ ୟୁନିଟ୍‌  ଗୁଡ଼ିକର ଅବସ୍ଥିତିକୁ ନଜରରେ ରଖି ହେବ ।  ଜରୁରି ସମୟରେ ଦରକାର ଥିବା ସ୍ଥାନକୁ ତୁରନ୍ତ  ପଠାଯାଇ ପାରିବ । ଏହି ଆପ୍ଲିକେଶନ ମାଧ୍ୟମରେ  ବୁଥରେ ନିୟୋଜିତ କର୍ମୀ କଣ୍ଟ୍ରୋଲ ରୁମ୍‌ ସହିତ  ସିଧାସଳଖ ବୁଥ୍‌ର ସ୍ଥିତି ଯଥା ପୁଲିସ୍‌ର ଷ୍ଟାଟସ୍‌,  ଧାଡ଼ିରେ ଅପେକ୍ଷା କରି ଥିବା ଭୋଟରଙ୍କ ସଂଖ୍ୟା  ଜାଣି ହେବ ।  

ଭୁବନେଶ୍ୱର ଡିସିପି ପ୍ରତୀକ ସିଂହଙ୍କ  ନେତୃତ୍ୱରେ ୫ ଅତିରିକ୍ତ ଡିସିପି, ୧୩ ଏସିପି, ୩୫  ଇନ୍ସପେକ୍ଟର, ୨୯୩ ସବଇନ୍ସପେକ୍ଟରଙ୍କ ସହ ୧୨  କମ୍ପାନୀ ସିଏପିଏଫ୍‌ ଓ ୧୫ ପ୍ଲାଟୁନ ରାଜ୍ୟ ସଶସ୍ତ୍ର  ପୁଲିସ ସମେତ କ୍ୟୁଆରଟି ସୁରକ୍ଷା ଦାୟିତ୍ୱରେ  ରହିବେ । ୨୩ ତାରିଖ ସନ୍ଧ୍ୟାରୁ ପ୍ରଚାର ବନ୍ଦ  କରାଯିବ । ତା’ପରେ ଆହୁରି କଡ଼ାକଡି ଯାଞ୍ଚ କରାଯିବ  ବୋଲି ପୁଲିସ୍‌ କମିଶନର ଶ୍ରୀ ପଣ୍ଡା କହିଛନ୍ତି ।  ନାଇଟ୍‌ ପାଟ୍ରୋଲିଂ, ବ୍ଲକିଂ ସହ ଭୁବନେଶ୍ୱରର  ପ୍ରବେଶ ପଥକୁ ସଶସ୍ତ୍ର ପୁଲିସ ବାହିନୀ ଆଜି  ଠାରୁ ୨୪ ଘଣ୍ଟିଆ ଜଗି ରହିବେ । ନିର୍ବାଚନ ପାଇଁ  ମୁତୟନ ଥିବା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ  ନେଇ କମିଶନର ଏକ ବୈଠକ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.