ପ୍ରମୂଖ ଖବର
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

୯ରେ ମିଳିବ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ରାଶି, ମାର୍ଚ୍ଚ ୮ ପୂର୍ବରୁ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା

ଭୁବନେଶ୍ୱର ୦୪/୧୦: ମାର୍ଚ୍ଚ ୮ ପୂର୍ବରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଆସନ୍ତା  ୯ରେ ବାରିପଦାରେ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା  ମିଳିବ । ତା’ ପୂର୍ବରୁ ସମସ୍ତ କାମ ଆସନ୍ତା ୬ ତାରିଖ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉନ୍ନୟନ କମିଶନର ଅନୁ  ଗର୍ଗ । ତେବେ ବର୍ତ୍ତମାନ ସୁଦ୍ଧା ସୁଭଦ୍ରାରେ ପଞ୍ଜୀକରଣ  କଲେଣି ୯୮ ଲକ୍ଷ । ସେହିପରି ସୁଭଦ୍ରାର ପ୍ରଥମ ପର୍ଯ୍ୟାୟ  ଟଙ୍କା ପାଇଥିବା ହିତାଧିକାରୀଙ୍କଠୁ ଫିଡ୍‌ ବ୍ୟାକ୍‌ ନିଆଯିବ  ବୋଲି ସମୀକ୍ଷା ବୈଠକରେ ସୂଚନା ଦିଆଯାଇଛି ।  

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ପ୍ରଥମ  କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ଆସନ୍ତା ୯ରେ  ଦେବା ପାଇଁ ଘୋଷଣା କରିଛନ୍ତି । ଏହି ପର୍ଯ୍ୟାୟରେ  ଯେତେ ଅଧିକ ସଂଖ୍ୟକ ସମ୍ଭବ ହିତାଧିକାରୀଙ୍କୁ ପ୍ରଥମ  କିସ୍ତି ଅର୍ଥ ରାଶି ଦିଆଯିବ । ସେଥିପାଇଁ କାମ ଚାଲିଛି  ବୋଲି ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ କହିଛନ୍ତି ।  ରାଜ୍ୟ ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟ ୧ କୋଟି ହିତାଧିକାରୀଙ୍କ  ମଧ୍ୟରୁ ପ୍ରଥମ କିସ୍ତି ପ୍ରଦାନ ପରେ ଅବଶିଷ୍ଟ ସମସ୍ତ  ଯୋଗ୍ୟ ହିତାଧିକାରୀ ୨୦୨୫ ମାର୍ଚ୍ଚ ୮ ତାରିଖ ପୂର୍ବରୁ  ଦେବାକୁ ବିଭାଗ ଲକ୍ଷ୍ୟ ରଖିଛି । 

ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୨୯  ହଜାର ୭୨୦ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯାଇଥିଲା । ଏହି ବୈଠକରେ ଉନ୍ନୟନ କମିଶନର  ଶ୍ରୀମତୀ ଗର୍ଗଙ୍କ ସମେତ ରାଜ୍ୟ ସୂଚନା ଓ ଲାକସଂପର୍କ  ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂ, ମହିଳା ଓ  ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ଶୁଭା ଶର୍ମା, ବିଭାଗର  ନିର୍ଦ୍ଦେଶିକା ମନିଷା ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ । ମତାମତ ସଂଗ୍ରହ ପ୍ରକ୍ରିୟା ବ୍ୟବସ୍ଥା କରାଯିବାକୁ ଉନ୍ନୟନ  କମିଶନର ପରାମର୍ଶ ଦେଇଥିଲେ । ଏହି ପ୍ରକ୍ରିୟାରେ  ପ୍ରଥମ କିସ୍ତି ଅର୍ଥରାଶି ପାଇଥିବା ହିତାଧିକାରୀ କେତେ  ଉତ୍ସାହିତ ଅଛନ୍ତି, ଏହି ଆର୍ଥିକ ସହାୟତା ସେମାନଙ୍କ  ଜୀବନରେ କିପରି ସହାୟକ ହୋଇଛି ସମ୍ପର୍କରେ ମତ  ନିଆଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.