ପ୍ରମୂଖ ଖବର
  • ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା, ଲୋକସେବା ଭବନରେ ପ୍ରବେଶ ପାଇଁ ମିଳିଲା ଅନୁମତି
  • ||
  • ସ୍କୁଟି ରଖି ବୈତରଣୀ ନଦୀକୁ ଡେଇଁଲେ ଦୋକାନୀ, ଭାସୁଛି ମୃତଦେହ
  • ||
  • ମଙ୍ଗଳବାର ୪ ଜିଲ୍ଲା ଗସ୍ତ କରିବେ ନବୀନ, କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ପଚାରି ବୁଝିବେ
  • ||
  • ଦକ୍ଷିଣ ଇଥୋପିଆରେ ଭୟଙ୍କର ସଡକ ଦୁର୍ଘଟଣା, ନଦୀକୁ ଟ୍ରକ ଖସି ୭୧ ଜଣଙ୍କ ମୃତ
  • ||
  • ରାଜ୍ୟରେ ଜିରୋ ନାଇଟ୍‌ରୁ ବଢ଼ିବ ଶୀତ,ଆଗାମୀ ତିନି ଦିନରେ ୩ରୁ ୫ ଡିଗ୍ରୀ ଖସିବ ରାତି ତାପମାତ୍ରା
  • ||

ଦେଶରେ ପ୍ରଥମ, ଅଗ୍ନିଶମ ବାହିନୀରେ ସାମିଲ ହେବେ ୧୦ କୁକୁର

Published By : Anindita | December 29, 2024 10:25 AM

ଭୁବନେଶ୍ବର,୨୯/୧୨: ବାରଙ୍ଗ ବ୍ଲକ ଅନ୍ତର୍ଗତ ମୁଣ୍ଡଳିସ୍ଥିତ ଏନ୍‌ଡିଆରଏଫ୍‌ ପରିସରରେ ଓଡ଼ିଶା ଅଗ୍ନିଶମ ବିଭାଗ ତରଫରୁ କେ-୯ ଡଗ୍‌ ସ୍କ୍ୱାଡ୍‌ର ଏକ ତାଲିମ କାର୍ଯ୍ୟକ୍ରମ ଚାଲିଛି । ଦେଶରେ ପ୍ରଥମ କରି ଏହି ସ୍କ୍ୱାଡ୍‌ରେ ୧୦ଟି ସନ୍ଧାନୀ କୁକୁରଙ୍କୁ ୫୬ ସପ୍ତାହ ଧରି ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ । ବର୍ତ୍ତମାନ ସୁଦ୍ଧା ୨୨ ସପ୍ତାହ ତାଲିମ ପାଇ ସାରିଲେଣି । ଏହି କୁକୁରଗୁଡ଼ିକୁ ରାଜସ୍ଥାନର ଡୋରା ଅଞ୍ଚଳରୁ ଅଣାଯାଇଛି । ଏମାନେ ତାଲିମ ପାଇସାରିଲା ପରେ କଟକ, ପୁରୀ, ବାଲେଶ୍ୱର, ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ଅନୁଗୁଳ, କୋରାପୁଟ ଓ ଝାରସୁଗୁଡ଼ାରେ ଥିବା ଅଗ୍ନିଶମ ବାହିନୀରେ ନିୟୋଜିତ ହେବେ । 

ପ୍ରାକୃତିକ ବିପର୍ଯ୍ୟୟ, ଭୂକମ୍ପରେ ମାଟି ତଳେ ପୋତିହୋଇ ରହିଥିବା ଜୀବିତ କିମ୍ବା ମୃତ ମଣିଷଙ୍କୁ ତୁରନ୍ତ ଠାବ କରିବାରେ ଏହି ତାଲିମପ୍ରାପ୍ତ କୁକୁରମାନେ ସହାୟକ ହୋଇପାରିବେ । ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କୁ ଅଧିକ ପରିମାଣରେ ସହାୟତା ପ୍ରଦାନ କରିବେ । ଓଡ଼ିଶା ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଡ.ସୁଧାଂଶୁ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ଏହି ସନ୍ଧାନୀ କୁକୁରମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଉଛି । ନରାଜ ସ୍ଥିତ ଅଗ୍ନିଶମ ବିପତ୍ତି ନିସ୍ତାର ଓ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ସତ୍ୟପୀର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଲିମପ୍ରାପ୍ତ ପ୍ରଶିକ୍ଷକମାନେ ଏହି ସନ୍ଧାନୀ କୁକୁରମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି । ସହକାରୀ ଅଗ୍ନିଶମ ଅଧିକାରୀ ଶଶାଙ୍କ ଶେଖର ମହାପାତ୍ର, ଡେପୁଟି ଫାୟାର ଅଫିସର ଶୁଭାଶିଷ ମୁଦୁଲି ପ୍ରଶିକ୍ଷଣରେ ସହାୟତା କରୁଛନ୍ତି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.