ନୂଆଦିଲ୍ଲୀ, ୦୨/୦୭: କରୋନା ମହାମାରୀ ପରେ ବହୁ ସଂଖ୍ୟକ ଲୋକ ହଠାତ୍ ପ୍ରାଣ ହରାଉଛନ୍ତି । ଏହାର କାରଣ କୋଭିଡ୍ ଟୀକା ବୋଲି ସନ୍ଦେହ କରାଯାଉଥିଲା । ମାତ୍ର ଏହା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି ଆଇସିଏମ୍ଆର୍-ଏନସିଡିସି ଏବଂ ଆଇସିଏମଆର- ଏମ୍ସର ଅଧ୍ୟୟନ । ହୃତଘାତ୍ କିମ୍ବା ଅକସ୍ମାତ୍ ମୃତ୍ୟୁ ସହିତ କୋଭିଡ୍ ଟୀକା କୌଣସି ସମ୍ପର୍କ ନାହିଁ । ହଠାତ୍ ମୃତ୍ୟୁ, କୋଭିଡ୍ ଭ୍ୟାକ୍ସନର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ଆଇସିଏମଆର ଏବଂ ଏମ୍ସର ଅଧ୍ୟୟନକୁ ଆଧର କରି କେନ୍ଦ୍ରୀୟ ପରିବାର ଏବଂ ସ୍ବାସ୍ଥ୍ୟ କଲ୍ୟାଣ ମନ୍ତ୍ରାଳୟ ଖୁଲାସା କରିଛି ।
କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଇଣ୍ଡିଆନ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ICMR) ଏବଂ ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ (NCDC) ତରଫରୁ କରାଯାଇଥିବା ଅଧ୍ୟୟନରୁ ଏହା ସ୍ପଷ୍ଟ ହେଉଛି ଯେ, ଭାରତରେ ପ୍ରସ୍ତୁତ ହୋଇଥିବା କୋଭିଡ୍ ଟୀକା ସୁରକ୍ଷିତ ଏବଂ ପ୍ରଭାବଶାଳୀ । ଏଥିରେ ସାଇଡ୍ ଇଫେକ୍ଟ ଖୁବ୍ କମ୍ ଦେଖିବାକୁ ମିଳିଛି । ବୟାନରେ ଏହା କୁହାଯାଇଛି ଯେ, ହଠାତ୍ ହୃଦଘାତରୁ ହେଉଥିବା ମୃତ୍ୟୁର ଅନେକ କାରଣ ଥାଇପାରେ । ଏହା ବଂଶଗତ, ଜୀବନଶୈଳୀ ଏବଂ ପୂର୍ବରୁ ରହିଥିବା କୌଣସି ରୋଗ କାରଣ ତଥା କରୋନା ସଂକ୍ରମଣ ପରେ ହେଉଥିବା ଜଟିଳତା କାରଣରୁ ହେଉଛି । କରୋନା ଏବଂ ହଠାତ୍ ହେଉଥିବା ମୃତ୍ୟୁକୁ ସଂଯୋଗ କରିବା ଭୁଲ୍ । କାରଣ ଏପରି କରିବା ଦ୍ୱାରା ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହେଉଛି । ସେଥିପାଇଁ ବୌଜ୍ଞାନିକ ଏହାକୁ ସମର୍ଥନ କରୁନାହାନ୍ତି ।
ଇଣ୍ଡିଆନ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ICMR) ଏବଂ ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ (NCDC) ତରଫରୁ ଏକ ଅଧ୍ୟୟନ କରାଯାଇଥିଲା, ଯେଉଁଥିରେ ୧୮ରୁ ୪୫ ବର୍ଷ ବୟସର ଲୋକଙ୍କ ମଧ୍ୟରେ ଅକସ୍ମାତ୍ ହେଉଥିବା ମୃତ୍ୟୁ ଉପରେ ରିସର୍ଚ୍ଚ କରାଯାଇଥିଲା । ଏହାକୁ ନେଇ ୨ଟି ଭିନ୍ନ ଉପାୟରେ ରିସର୍ଚ୍ଚ ହୋଇଥିଲା । ସେଥିରୁ ପ୍ରଥମଟି ପୁରୁଣା ତଥ୍ୟ ଉପରେ ଏବଂ ଦ୍ୱିତୀୟଟି ରିୟଲ ଟାଇମ୍ ଯାଞ୍ଚ ଉପରେ ଅଧାରିତ ଥିଲା । ପ୍ରଥମଟି ୨୦୨୩ ମେ’ ରୁ ଅଗଷ୍ଟ ମାସ ମଧ୍ୟରେ ୧୯ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪୭ଟି ଡାକ୍ତରଖାନାରେ କରାଯାଇଥିଲା । ଏଥିରେ ୨୦୨୧ ଅକ୍ଟୋବରରୁ ୨୦୨୩ ମାର୍ଚ୍ଚ ମାସ ମଧ୍ୟରେ ହଠାତ୍ ପ୍ରାଣ ହରାଇଥିବା ଲୋକଙ୍କ ଉପରେ ରିସର୍ଚ୍ଚ କରାଯାଇଥିଲା, ଯେଉଁମାନେ ସମ୍ପୂର୍ଣ୍ଣ ସୁସ୍ଥ ବୋଲି କୁହାଯାଉଛି ।
ଦ୍ୱିତୀୟ ଅଧ୍ୟୟନ AIIMS ଏବଂ ICMR ଦ୍ୱାରା କରାଯାଉଛି । ଏହି ଅଧ୍ୟୟନ ମାଧ୍ୟମରେ ଯୁବପିଢିଙ୍କ ମଧ୍ୟରେ ହେଉଥିବା ଅକସ୍ମାତ୍ ମୃତ୍ୟୁ ପଛର କାରଣ ବୁଝିବାକୁ ଚେଷ୍ଟା କରାଯାଉଛି । ତଥ୍ୟର ପ୍ରରମ୍ଭିକ ବିଶ୍ଲେଷଣରୁ ଜଡଣାପଡ଼ିଛି ଯେ, ହୃଦଘାତ କିମ୍ୱା ମାୟୋକାର୍ଡିୟଲ୍ ଇନଫାର୍କ୍ସନ ହେଉଛି ହଠାତ୍ ମୃତ୍ୟୁର ପ୍ରମୁଖ କାରଣ । ଏଠାରେ ମହତ୍ତ୍ୱପୂର୍ଣ୍ଣ କଥା ଏହା ଯେ, ବିଗତ ବର୍ଷଗୁଡ଼ିକ ତୁଳନାରେ ଏହି କାରଣର ପ୍ୟାଟର୍ଣ୍ଣରେ କୌଣସି ବଡ଼ ଧରଣର ପରିବର୍ତ୍ତନ ପରିଲକ୍ଷିତ ହୋଇନାହିଁ ।