ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

କାନ୍ତୋଲ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟିଂ: ସପକ୍ଷରେ ୮, ବିପକ୍ଷରେ ଶୂନ

Published By : Harapriya Biswal | June 21, 2025 3:36 PM

ମହାବିରୋଡ଼,୨୧/୬: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କାନ୍ତୋଲ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବା ପରେ ଶନିବାର ଭୋଟ ଗ୍ରହଣ ହୋଇଛି।  କାନ୍ତୋଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଭୋଟ ଗ୍ରହଣରେ ଅନାସ୍ଥା ସପକ୍ଷରେ ୮ ଜଣ ସଦସ୍ୟ ଭୋଟ ଦେଇଥିବା ବେଳେ ବିପକ୍ଷରେ କେହି ସଦସ୍ୟ ଭୋଟ ଦେଇନାହାନ୍ତି। ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କାନ୍ତୋଲ ଗ୍ରାମ ପଞ୍ଚାୟତରେ କାମିନୀ ଦେହୁରୀ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ମାତ୍ର ସରପଞ୍ଚଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ତାଙ୍କ ବିରୋଧରେ ୱାର୍ଡ ସଦସ୍ୟାମାନେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। 

ପୂର୍ବ ସ୍ଥିରୀକୃତ ଯୋଜନା ଅନୁସାରେ ଶନିବାର କାନ୍ତୋଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନାସ୍ଥା ପ୍ରସ୍ତାବ ନେଇ ଭୋଟ ଗ୍ରହଣ ହୋଇଥିଲା। ସରପଞ୍ଚ କାମିନୀ ଦେହୁରୀ, ନାଏବ ସରପଞ୍ଚ ରମେଶ ଦେହୁରୀଙ୍କୁ ମିଶି ୮ ଜଣ ୱାର୍ଡ ସଦସ୍ୟ, ସଦସ୍ୟା ଉପସ୍ଥିତ ଥିଲେ ।ଏହି ଭୋଟ ଗ୍ରହଣରେ ୧୨ ଜଣଙ୍କ ମଧ୍ୟରୁ ୮ ଜଣ ସଦସ୍ୟ, ସଦସ୍ୟା ଓ ସରପଞ୍ଚ ଭାଗ ନେଇଥିଲେ। ନିର୍ବାଚନ ଅଧିକାରୀ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଜ୍ୟୋତିରୂପା ଶତପଥୀ ନିର୍ବାଚନ ପରିଚାଳନା କରିଥିବା ବେଳେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଏସ ନୈବେଦ୍ୟ ଲଲାଟେନ୍ଦୁ, କାନ୍ତୋଲ ପଞ୍ଚାୟତ ନିର୍ବାହୀ ଅଧିକାରୀ ସସ୍ମିତା ସେଠୀ ସହଯୋଗ କରିଥିଲେ। ଫଳାଫଳ ଜିଲ୍ଲାପାଳ ଘୋଷଣା କରିବେ ବୋଲି ନିର୍ବାଚନ ପରିଚାଳନା କରୁଥିବା ଅଧିକାରୀ ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.