ପ୍ରମୂଖ ଖବର
  • ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍ : ୨୫% ଶୁଳ୍କ ସହ ଜରିମାନା ଲଗାଇଲା ଆମେରିକା, ୧ ଅଗଷ୍ଟରୁ ହେବ ଲାଗୁ
  • ||
  • ଗଲୱାନର ଚାରବାଗ ଅଞ୍ଚଳରେ ସେନା ଗାଡ଼ି ଉପରେ ଖସିଲା ପଥର; ୨ ଅଧିକାରୀ ସହିଦ, ୩ ଗୁରୁତର
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଗିରଫ
  • ||
  • ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ||
  • ନଦୀରେ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କନ୍ଧମାଳ : ସାପ କାମୁଡ଼ାରେ ଚାଲିଗଲା ୨ ଜଣଙ୍କ ଜୀବନ
  • ||
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ

Published By : Ankita S | July 30, 2025 9:26 AM

ନୂଆଦିଲ୍ଲୀ,୩୦/୦୭: ଇତିହାସ ରଚିବାକୁ ଯାଉଛି ଇସ୍ରୋ । ନାସା ସହିତ ହାତ ମିଳାଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଆଉ କମ କରିବନାହିଁ ଶତ୍ରୁ ଦେଶର ଚାଲାକି । ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ମିଳିବ ସୂଚନା । ଆଜି ଉତ୍‌କ୍ଷେପଣ ହେବ ସବୁଠୁ ମହଙ୍ଗା ଓ ଶକ୍ତିଶାଳୀ ଆର୍ଥ ଇମେଜିଂଙ୍ଗ 'ନିସାର୍' ଉପଗ୍ରହ । ଶ୍ରୀହରିକୋଟ୍ଟା ସ୍ପେଶ୍‌ ଷ୍ଟେସନ୍‌ରୁ ୫ଟା ୪୦ ଲଞ୍ଚ୍‌ ହେବ 'ନିସାର୍‌' । GSLV-F16 ଜରିଆରେ ମହାକାଶ ପଠାଯିବା ଉପଗ୍ରହ । ISRO ଏବଂ NASAର ମିଳିତ ବିକଶିତ ମିଶନ ହେଉଛି 'ନିସାର୍‌' । ପ୍ରତି ୧୨ ଦିନରେ ଏହା ପୃଥିବୀକୁ ସ୍କାନ କରିବ । ବିପର୍ଯ୍ୟୟ ମୁକାବିଲା ସହିତ କୃଷି ଏବଂ ଜୈବ ସଂରକ୍ଷଣ ଦିଗରେ ଏହା ସହାୟକ ହେବ ।

ବିଶ୍ୱର ସବୁଠୁ ମହଙ୍ଗା ‘ନିସାର’ ସାଟେଲାଇଟର ବିଶେଷତା ହେଉଛି ଏହା ସାହାଯ୍ୟରେ ପୃଥିବୀ ଉପରେ ନଜର ରଖିବା ସମ୍ଭବ ହେବ। ଏହି ସାଟେଲାଇଟ୍ ୧୨ ଦିନରେ ସମଗ୍ର ପୃଥିବୀକୁ ସ୍କାନ୍‌ କରିବ। ୧୨ ଦିନରେ ପୃଥିବୀର ଗୋଟିଏ ପରିକ୍ରମା ଶେଷ କରିବ । ଏହା ଦ୍ୱାରା କେଇ ସେଣ୍ଟିମିଟରର ପରିବର୍ତ୍ତନକୁ ମଧ୍ୟ କଏଦ କରାଯାଇପାରିବ । ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଦେବ ସୂଚନା । ବନ୍ୟା, ଗ୍ଲାସିୟର୍, ଉପକୂଳ କ୍ଷୟ ଇତ୍ୟାଦି ପ୍ରାକୃତିକ ଘଟଣା ଉପରେ ନଜର ରଖିବ ଆଉ ଆଗୁଆ ସୂଚନା ଦେବା ସହିତ ଶତ୍ରୁ ଦେଶର କାର୍ଯ୍ୟକଳାପ ଉପରେ ମଧ୍ୟ ରଖିବ କଡ଼ା ନଜର । 

ଏପରି ପରିସ୍ଥିତିରେ, ଚୀନ୍ ଏବଂ ପାକିସ୍ତାନ ଭଳି ଦେଶ ମଧ୍ୟ ବେଶି ଚାଲାକି କରିପାରିବେ ନାହିଁ। ସେମାନଙ୍କ ସବୁ ଚାଲ୍ ଧରାପଡିଯିବ। ବିଶେଷ କରି ପୃଥିବୀର ରକ୍ଷକ ହେବ ନିସାର । ସାଟେଲାଇଟ୍ ନିସାରରେ ନାସାର ଦୁଇଟି ରାଡାର ସିଷ୍ଟମ ରହିଛି । ଏହି ଦୁଇଟି ସିଷ୍ଟମ ମିଶି ବାଦଲ ଭିତରେ ମଧ୍ୟ ସ୍ପଷ୍ଟ ଚିତ୍ର ଦେଇପାରିବ ଏବଂ ଦିନରାତି ପୃଥିବୀକୁ ନିରୀକ୍ଷଣ କରିପାରିବ। ଏହି ଟେକନିକ୍ ଭୂକମ୍ପର ଗତି, ଭୂମି ଧଷିବା ପରି ଭଳି ବିପର୍ଯ୍ୟୟକୁ ସମୟ ପୂର୍ବରୁ ଚିହ୍ନଟ କରିବାରେ ସାହାଯ୍ୟ କରିବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.