ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

୪.୫%କୁ ଖସିବ ବିତ୍ତୀୟ ନିଅଣ୍ଟ, ଫେବୃଆରୀ ପହିଲାରେ ସାଧାରଣ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ

Published By : Prameya | December 27, 2024 9:18 AM

ନୂଆଦିଲ୍ଲୀ, ୨୭।୧୨: ଆର୍ଥିକ ବର୍ଷ ୨୦୨୫- ୨୬ରେ କେନ୍ଦ୍ର ସରକାର ବିତ୍ତୀୟ ନିଅଣ୍ଟକୁ ୪.୫%କୁ ହ୍ରାସ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି । ବ୍ୟବସ୍ଥିତ ଖର୍ଚ୍ଚ, ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମକୁ ଦୃଢ଼ କରିବା ଉପରେ ଫୋକସ କରାଯାଇଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଫେବ୍ରୁଆରୀ ପହିଲାରେ ସାଧାରଣ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ । ଏଥର ମଧ୍ୟ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ସରକାର ପ୍ରାଥମିକତା ଦେବେ ବୋଲି କୁହାଯାଇଛି । ପୁଞ୍ଜି ଖର୍ଚ୍ଚରେ ଆଖିଦୃଶିଆ ବୃଦ୍ଧି ହୋଇପାରେ । 

ସେହିଭଳି ଗରିବଙ୍କ ଲାଗି ସାମାଜିକ କଲ୍ୟାଣକାରୀ ଯୋଜନାଗୁଡ଼ିକରେ ମଧ୍ୟ ସରକାର ବ୍ୟୟବରାଦ ବଢ଼ାଇପାରନ୍ତି । ତେବେ ବିଭିନ୍ନ ଖର୍ଚ୍ଚ ସତ୍ତେ୍ୱ ମଧ୍ୟ ବିତ୍ତୀୟ ସ୍ଥିତି ଯେଭଳି ନ ବିଗିଡ଼େ ତାକୁ ମଧ୍ୟ ସରକାର ଧ୍ୟାନରେ ରଖିବେ । ଅର୍ଥ ମନ୍ତ୍ରଣାଳୟ ନିକଟରେ ଟିକସ ସଂଗ୍ରହ ଏବଂ ଖର୍ଚ୍ଚ ସ୍ଥିତିକୁ ନିକଟରେ ତର୍ଜମା କରିଥିଲା । ସରକାରୀ ଖର୍ଚ୍ଚର ପାରଦର୍ଶିତାକୁ ମଧ୍ୟ ବିଚାର କରାଯିବ । ଏଭଳି ପଦକ୍ଷେପ ଦ୍ୱାରା ଦେଶର ଆର୍ôଥକ ପରିଦୃଶ୍ୟ ଉପରେ ମୋଟାମୋଟି ଭାବେ ଭଲ ପ୍ରଭାବ ପଡ଼ିବ ବୋଲି କହିଛି ମନ୍ତ୍ରଣାଳୟ । ୟୁରୋପ ଏବଂ ମଧ୍ୟପ୍ରାଚ୍ୟରେ ଉପୁଜିଥିବା ସଙ୍କଟ ଭାରତୀୟ ଅର୍ଥନୀତି ପାଇଁ ଆହ୍ୱାନ ଆଣିବାର ଆଶଙ୍କା ରହିଛି । ଏହି ସ୍ଥିତି ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ହୋଇନି । ସରକାର ଅଭିବୃଦ୍ଧି ଏବଂ ଆର୍ଥିକ ସ୍ଥିରତାକୁ ବିଚାର କରିଛନ୍ତି । ମୋଟ ୪୮.୨୧ ଲକ୍ଷ କୋଟିର ଖର୍ଚ୍ଚ ମଧ୍ୟରେ ରାଜସ୍ୱ ଏବଂ ପୁଞ୍ଜି ଆକାଉଣ୍ଟ ବର୍ଗ ଯଥାକ୍ରମେ ୩୭.୦୯ ଲକ୍ଷ କୋଟି ଏବଂ ୧୧.୧୧ ଲକ୍ଷ କୋଟି ଟଙ୍କା ରହିଛି । ଚଳିତ ଆର୍ôଥକ ବର୍ଷ ପ୍ରଥମ ୬ ମାସରେ ୨୧.୧୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହା ବଜେଟ ଲକ୍ଷ୍ୟର ୪୩.୮%  । ବିତ୍ତିୟ ନିଅଣ୍ଟ ୧୬.୧୩ ଲକ୍ଷ କୋଟି ଟଙ୍କା ରହିବାକୁ ଥିବା ବେଳେ ଏହା ଜିଡିପିର ୪.୯% ।

 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.