ପ୍ରମୂଖ ଖବର
  • ବରଗଡ଼ : ଦେବରାଜ ହତ୍ୟା ଘଟଣାର ପର୍ଦାଫାଶ, ୨ ଗିରଫ; ପୁଲିସର ସିନ୍ ରିକ୍ରିଏସନ
  • ||
  • ରଥ ଯାତ୍ରାରେ ଶ୍ରୀକ୍ଷେତ୍ରକୁ ଚାଲିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
  • ||
  • ମାଲକାନଗିରି: ଛତିଶଗଡ଼ ସୁକୁମା କୋଣ୍ଟାରେ IED ବିସ୍ଫୋରଣ, ASP ଆକାଶ ରାଓ ଶହୀଦ
  • ||
  • ପୁରୀ: ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
  • ||
  • ମୁମ୍ବାଇରେ ଚଳନ୍ତା ଲୋକାଲ୍ ଟ୍ରେନ୍‌ରୁ ଖସିପଡ଼ି ଚାଲିଗଲା ୫ ଜୀବନ, ଅନେକ ଗୁରୁତର
  • ||
  • ସୁନ୍ଦରଗଡ଼ : ଶାଗ ତୋଳିବା ହେଲା କାଳ, ଗଛରୁ ପଡ଼ି ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ଼ : ଭାଇର ଲୁହା ଛଡ଼ ମାଡ଼ରେ ଭଉଣୀ ମୃତ, ଭାଉଜକୁ ବଞ୍ଚାଇବାକୁ ଯାଇ ଜୀବନ ଗଲା
  • ||
  • ୧୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ ଆଇଏଏସ୍‌ ଅଫିସର, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ମେଘାଳୟରୁ ନିଖୋଜ ଇନ୍ଦୋର ଦମ୍ପତି ମାମଲାରେ ଟ୍ୱିଷ୍ଟ, ପତ୍ନୀ ସୋନମ ୟୁପିରୁ ଗିରଫ
  • ||
  • ଢେଙ୍କାନାଳ : ବାଲି ମାଫିଆଙ୍କ ଉତ୍ପାତ : ରାତି ଅଧରେ କାର୍‌ ଉପରକୁ ବୋମା ମାଡ଼
  • ||
  • ଆମେରିକାର ଟେନେସିରେ ୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣା, ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ
  • ||
  • କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ
  • ||
  • ମହାକାଶରେ ପୁଣି ଉଡ଼ିବ ତ୍ରିରଙ୍ଗା; ମିଶନ୍ ଆକ୍ସିଓମ୍ -୪କୁ ସଫଳ କରିବେ ଶୁଭାଂଶୁ ଶୁକ୍ଳା
  • ||
  • ଭୁବନେଶ୍ଵର ଆସିଲେ ଆଉ ହଇରାଣ ହେବେନି, ପ୍ରତି ଜିଲ୍ଲା ପାଇଁ ବିଭିନ୍ନ ସ୍ଥାନରେ ଗେଷ୍ଟ ହାଉସ୍ ନିର୍ମାଣ କରିବେ ସରକାର
  • ||
  • କେନ୍ଦ୍ରାପଡ଼ା ଯିବେ ମୁଖ୍ୟମନ୍ତ୍ରୀ, ମାଉସୀ ମା' ମନ୍ଦିର ଠାରୁ ଶ୍ରୀବଳଦେବଜିଉ ମନ୍ଦିର ପର୍ଯ୍ୟନ୍ତ କରିବେ ତ୍ରିରଙ୍ଗା ଶୋଭାଯାତ୍ରା
  • ||
  • ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଦ୍ଵିତୀୟ ରଥଯାତ୍ରା ସମନ୍ଵୟ ବୈଠକ, ଆକ୍ସନ୍ ପ୍ଲାନ୍ ରିପୋର୍ଟ ଦାଖଲ କରିବେ ବିଭାଗୀୟ ଅଧିକାରୀ
  • ||
  • ଆମେରିକାର ଟେନେସି ଅଞ୍ଚଳରେ ବିମାନ ଦୁର୍ଘଟଣା, ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍, ୬ ଆହତ
  • ||
  • ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ, ତାତିରୁ ମିଳିବ ଆଶ୍ୱସ୍ତି, ଆସନ୍ତା ୪ ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ନବ ବିବାହିତାଙ୍କୁ ନିର୍ଯାତନା! ମୃତ୍ୟୁ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର, ପୁଲିସର ତଦନ୍ତ

Published By : Harapriya Sethi | June 8, 2025 10:04 AM

କୋକସରା,୦୮/୦୬: ବାସ୍ତବତା ମାଟିରେ ଲୋଟି ପଡ଼ିଛି, ସ୍ବପ୍ନ ସମାଧି ନେଇଛି । ଅସରନ୍ତି ସୁଖକୁ ସାଉଁଟିବା ପୂର୍ବରୁ ଚିର ନିଦ୍ରାରେ ଶୋଇପଡ଼ିଛି । ସଂସାର ପଥରେ ସଂଘର୍ଷ କରିବା ବଦଳରେ ଶ୍ମଶାନ ତାକୁ ଡାକିନେଇଛି । ଭାବିଥିଲା ଦୁଇ କୁଳକୁ ହିତ ହୋଇ ସ୍ବପ୍ନକୁ ବାସ୍ତବତାର ରୂପ ଦେବ । ବୋହୂ ଭାବେ ସୁଖ-ଦୁଃଖ-ଦାୟିତ୍ୱ ବହନ କରି ବାଟ ଚାଲିବ । ହେଲେ ବିବାହକୁ ୩ ମାସ ନପୁରୁଣ ନିର୍ଯାତନାର ଶିକାର ହେଲା । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥି କରିବାର ଶପଥ ନେଇଥିବା ସ୍ୱାମୀ ଶେଷରେ ହାତ ଛାଡ଼ି ଦେଲା । ଶାଶୁ ଘର ଲୋକଙ୍କ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇ ଶେଷରେ ଚିର ନିଦ୍ରାରେ ଶୋଇଛି ପଡ଼ିଛି ମାଳତୀ । ଦୁଃଖ ଲୁହକୁ ବଳି ଯାଇଛି ସାଂଘାତିକ୍ ଅଭିଯୋଗ । 


ମାର୍ଚ୍ଚ ୮ ତାରିଖ ୨୦୨୫ରେ ପଡ଼ିଥିଲା ହାତଗଣ୍ଠି । କଳାହାଣ୍ଡି କୋକସରା ବ୍ଲକ୍ କାଉଡୋଲି ଗାଁର ମାଳତୀ ଛତ୍ରିଆ, ବୈଦିକ ରାତିନୀତିରେ ଲଡୁଗାଁ ପଞ୍ଚାୟତ ଆଇଲି ଗାଁର ଲିଙ୍ଗରାଜ ବାଗଙ୍କୁ ବିବାହ କରିଥିଲେ । ତିନି ମାସ ପର୍ଯ୍ୟନ୍ତ ସୁରୁଖୁରୁରେ ଚାଲିଥିଲା ସଂସାର । ସ୍ବାମୀ ଲିଙ୍ଗରାଜଙ୍କୁ ନେଇ ମେଞ୍ଚା ମେଞ୍ଚା ସ୍ବପ୍ନକୁ ଆଞ୍ଜୁଳା ଆଞ୍ଜୁଳା କରି ସାଇଥିଲା ମାଳତୀ । ମାତ୍ର ତାହା ବାସ୍ତବ ରୂପ ପାଇବା ପୂର୍ବରୁ ଜୀବନ ଦୀପ ଲିଭିଯାଇଛି । ଲିଙ୍ଗରାଜ କୌଣସି କାରଣରୁ ପ୍ରଥମେ ଗାଳିଗୁଲଜ ପରେ ବାରମ୍ବାର ନିର୍ଯାତନା ଦେଉଥିଲେ । ମାଳତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଅତ୍ୟାଚାର ଧୀରେ ଧୀରେ ସୀମା ଲଙ୍ଘିଥିଲା । ଆଉ ଗତକାଲି ବାଇକ ଯୋଗେ ମାଳତୀଙ୍କୁ ହସ୍ପିଟାଲ ନେବା ରାସ୍ତାରେ ହୋଇଥିଲା ଦୁର୍ଘଟଣା । ଭବାନୀପାଟଣା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ନେବା ରାସ୍ତାରେ ପ୍ରାଣ ହରାଇଛନ୍ତି ମାଳତୀ । 

ଏହା ଦୁର୍ଘଟଣା ନୁହେଁ ଯୋଜନା ବଦ୍ଧ ହତ୍ୟା ବୋଲି ଅଭିଯୋଗ କରି କୋକସରା ଥାନାରେ ଏତଲା ଦେଇଥିଲେ ମାଳତୀଙ୍କ ପରିବାର ଲୋକ । କୋକସରା ପୋଲିସ, ମାଜିଷ୍ଟ୍ରେଟ୍ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । କିନ୍ତୁ ସତର ପର୍ଦ୍ଦାଫାସ୍ ହେବ ତ ? ମାଳତୀଙ୍କ ମୃତ୍ୟୁ-ଅଭିଯୋଗ-ସତ୍ୟାସତ୍ୟ ସବୁକିଛି ସ୍ପଷ୍ଟ ହେବତ ? ଏସବୁ ପ୍ରଶ୍ନ ଭିତରେ ମାଳତୀଙ୍କ ପରିବାର କିନ୍ତୁ ଚାହାନ୍ତି ନ୍ୟାୟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.