ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ରାସ୍ତା କଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଚାନ୍ଦବାଲି,୨୬/୦୭: ଆଜି ବି କନ୍ୟା ରତ୍ନ ଅଲୋଡା । ଶିଶୁକନ୍ୟାକୁ ରାସ୍ତା କଡର କଣ୍ଟା ବୁଦାରେ ଫିଙ୍ଗି ଚାଲି ଯାଇଛି କେହି ଅବିବେକି ଲୋକ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମରା କରଞ୍ଜମାଳରେ ।

ସୂଚନା ଅନୁଯାୟୀ, ଗୁରୁବାର ରାତିରେ କରଞ୍ଜମାଳ ପଞ୍ଚାୟତରେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଶିଶୁକନ୍ୟା ଟିକୁ ଏକ ପଲିଥିନରେ ବାନ୍ଧି ରାସ୍ତା କଡର କଣ୍ଟା ବୁଦାରେ କେହି ଫିଙ୍ଗି ଚାଲି ଯାଇଥିଲା । କାନ୍ଦିବା ଶବ୍ଦ ଶୁଣି କରଞ୍ଜ ମାଳ ଅଞ୍ଚଳର ସୁମିତ୍ରା ମାଝୀ ଶିଶୁ ଟିକୁ ଉଦ୍ଧାର କରିଥିଲେ । ପରେ ଗ୍ରାମବାସୀଙ୍କ ସହାୟତାରେ ଉକ୍ତ ଶିଶୁକୁ ଧାମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ମହିଳା । ଶିଶୁର ପ୍ରାଥମିକ ଚିକିତ୍ସା  ଆରମ୍ଭ କରିଥିଲେ ଡାକ୍ତର ଜନ୍ମେଜୟ ବେହେରା । ଶିଶୁକନ୍ୟାଟି ସୁସ୍ଥ ଥିବାବେଳେ ତାର  ଓଜନ ପ୍ରାୟ ୧ କିଲୋ ୯୦୦ ଗ୍ରାମ ରହିଥିଲା । ତେବେ ନବଜାକ ଶିଶୁଟିକୁ ICU ର ଆବଶ୍ୟକତା ରହିଥିବା ହେତୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଥିବା ଡ଼ାକ୍ତର ସୂଚନା ଦେଇଛନ୍ତି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.