ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ବୌଦ୍ଧରେ ଯୋଗଦେଲେ ନୂତନ ଏସପି

Published By : Prameya | October 1, 2024 3:56 PM

ବୌଦ୍ଧ,୧/୧୦ : ବୌଦ୍ଧ ଜିଲ୍ଲାରେ ୩୪ତମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ଯୋଗ ଦେଇଛନ୍ତି ବେଙ୍ଗାଲୁର କ୍ୟାଡ଼ର ୨୦୧୮ବ୍ୟାଚର ଆଇପିଏସ ଅଧିକାରୀ ନାଗାରାଜୁ ଦେବରକୋଣ୍ଡା । ନୂତନ ଏସପି ଆଜି ମଧ୍ୟାହ୍ନରେ ଏସପି କାର୍ଯ୍ୟାଳୟକୁ ଆସି ପୂର୍ବତନ ଏସପି ରାଜ ପ୍ରସାଦଙ୍କଠାରୁ ନିଜର ଦାୟିତ୍ଵ ଭାର ଗ୍ରହଣ କରିଛନ୍ତି । ଦାୟିତ୍ଵ ଗ୍ରହଣ କରିବା ପରେ ସେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ, ଡିଏସପି ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ସାକ୍ଷାତ କରିଛନ୍ତି । ବୌଦ୍ଧ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଭାବେ ଆଜି କାର୍ଯ୍ୟଭାର ସମ୍ଭାଳିଥିବାବେଳେ ଜିଲ୍ଲାରେ ମୁଖ୍ୟତଃ ଦୁଇଟି ବଡ ସମସ୍ୟା ରହିଛି । 

ଗୋଟିଏ ମାଓ ସମସ୍ୟା ଏବଂ ଅନ୍ୟଟି ଜିଲ୍ଲାରେ ପ୍ରଚୁର ପରିମାଣର ଗଞ୍ଜେଇ ଚାଷ ଏବଂ ଗଞ୍ଜେଇ ଚାଲାଣ । ତେବେ ଏହି ଦୁଇ ବଡ ସମସ୍ୟା ଉପରେ ପୂର୍ବରୁ ଯେମିତି ଭାବେ ଗୁରୁତ୍ଵ ଦିଆଯାଉଥିଲା ସେହିଭଳି ଭାବେ ଆଗାମୀ ଦିନରେ ମଧ୍ୟ ଜିଲ୍ଲାକୁ ମାଓମୁକ୍ତ କରିବା ସହିତ ନିଶାମୁକ୍ତ କରିବାକୁ ମଧ୍ୟ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ନୂତନ ଏସପି ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଲାରେ ପ୍ରତ୍ୟେକ ଥାନା ଗୁଡିକରେ ସାଧାରଣ ଲୋକଙ୍କୁ ଉଚିତ୍ ବ୍ୟବହାର ଦେବା ସହିତ ଲୋକଙ୍କ ଅଭିଯୋଗକୁ ଶୁଣିବା ପାଇଁ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ବୌଦ୍ଧ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ଉପରେ ମଧ୍ୟ ଗୁରୁତ୍ଵ ଦିଆଯିବ ଏବଂ ଜିଲ୍ଲାର ଜନସାଧାରଣ ଯେ କୌଣସି ମୁହୂର୍ତ୍ତରେ ନିଜର ଅଭିଯୋଗ ମୋ ପାଖକୁ ଆଣିପାରିବେ ଏବଂ ଆମେ ସବୁବେଳେ ଜନସାଧାରଣଙ୍କ ସହିତ ଅଛୁ ବୋଲି କହିଛନ୍ତି ଏସପି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.