ଭୁବନେଶ୍ଵର, ୧୮/୦୨ : ଘରୋଇ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା। ୨ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କଲା କମିସନରେଟ୍ ପୋଲିସ। ଗିରଫ ସିକ୍ୟୁରିଟି ଗାର୍ଡ ହେଲେ ରମାକାନ୍ତ ନାୟକ, ଯୋଗେନ୍ଦ୍ର ବେହେରା । ସମସ୍ତ କିଟ୍ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ପ୍ରତିଶୃତି ଦେଲା କମିସନରେଟ୍ ପୋଲିସ। ଏଥି ସହିତ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। କୌଣସି ଅସୁବିଧାର ସମ୍ମୁଖୀନ ହେଲେ ୮୨୮୦୩୩୮୩୦ ହେଲ୍ପଲାଇନ ନମ୍ବର ଯୋଗାଯୋଗ କରିବାକୁ ଅପିଲ କଲା ପୋଲିସ।
ସେପଟେ କିଟ୍ ବିଶ୍ଵବିଦ୍ୟାଳୟର ୨ ସୁରକ୍ଷାକର୍ମୀ ଏବଂ ୨ ବରିଷ୍ଠ ଛାତ୍ରାବାସ ଅଧିକାରୀଙ୍କୁ ନିଲମ୍ବିତ କଲା କିଟ୍। ଏହା ସହ ଅନ୍ତର୍ଜାତୀୟ ଲୋକସମ୍ପର୍କ ଅଧିକାରୀ ମଧ୍ୟ ନିଲମ୍ବିତ ହୋଇଛନ୍ତି। ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଫେରି ଆସିବାକୁ କିଟ୍ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି। କିଟ୍ ପକ୍ଷରୁ ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ ଟୋଲ ଫ୍ରି ନମ୍ବର ୮୧୧୪୩୮୦୭୭୦ ଜାରି କରାଯାଇଛି।
ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ପ୍ରେମିକକୁ ଗିରଫ କଲା ପୁଲିସ, ଆଜି ହେବ ଛାତ୍ରୀଙ୍କ ବ୍ୟବଚ୍ଛେଦ