ମୁମ୍ବାଇ, ୨୯/୩ : ଲୋକପ୍ରିୟ ସିଙ୍ଗର ନେହା କକ୍କଡ଼ ଏବେ ନିଜ ଅଷ୍ଟ୍ରେଲିଆ ଟୁରରେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏଠାରେ ଏକ ଇଭେଣ୍ଟରେ ଯେତେବେଳେ ସେ ଷ୍ଟେଜ ଉପରେ ବିଳମ୍ବରେ ଗୀତ ଗାଇବାକୁ ପହଞ୍ଚିଲେ ତ ଦର୍ଶକ ଗୋ ବ୍ୟାକ୍ ନାରା ଦେବା ଆରମ୍ଭ କରିଥିଲେ । ପ୍ରକାଶ ଯେ, ନେହା ଷ୍ଟେଜରେ ୩ଘଣ୍ଟା ବିଳମ୍ବରରେ ପହଞ୍ଚିଥିଲେ । ନେହା ଏହି କଥାର ପୂରା କାରଣ ଅର୍ଗାନାଇଜର ଉପରକୁ ଠେଲିଦେଲେ । ଏବେ ଅର୍ଗାନାଇଜର ନେହାଙ୍କ ଉପରେ ଦୋଷ ଦେଇ ଘେରିଛନ୍ତି । ଏଥର ଅର୍ଗାନାଇଜର ଏକ ପୋଷ୍ଟ ସେୟାର କରି ସିଙ୍ଗରଙ୍କ ସତ୍ୟାସତ୍ୟା ଦର୍ଶାଇଛନ୍ତି ଏବଂ ତାଙ୍କ ଉପରେ ଲାଗିଥିବା ସବୁ ଦୋଷକୁ ମୁଣ୍ଡରୁ ଓହ୍ଲାଇଦେଇଛନ୍ତି । ଅର୍ଗାନାଇଜର ସିଙ୍ଗରଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି କି ସେ ଏବଂ ତାଙ୍କ ବନ୍ଧୁ ହୋଟେଲ୍ ରୁମରେ ସିଗାରେଟ୍ ପିଇଥିଲେ ।
ଅର୍ଗାନାଇଜରଙ୍କ କହିବା ଅନୁସାରେ ସେ କିଛି ଭିଡ଼ିଓ ବି ସେୟାର କରିଛନ୍ତି । ଅର୍ଗାନାଇଜର୍ସଙ୍କ କହିବା ଅନୁସାରେ ଏବଂ ସତ୍ୟାସତ୍ୟ ଥିବା ଭିଡ଼ିଓ ଦେଖି ଲୋକେ ପୁଣି ଥରେ ନେହାଙ୍କ ଉପରେ ରାଗିଯାଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ଗତ୨୩ମାର୍ଚ୍ଚରେ ନେହାଙ୍କୁ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଏକ କନସର୍ଟ ଲାଗି ଡକାଯାଇଥିଲା । କିନ୍ତୁ ନେହା ଷ୍ଟେଜରେ ୩ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ । ସେହିଭଳି ନେହାଙ୍କ ସିଙ୍ଗର ଭାଇ ଟୋନୀ କକ୍କଡ଼ ବି ଅଭିଯୋଗ ଲଗାଇଛନ୍ତି କି ତାଙ୍କ ଭଉଣୀଙ୍କ ଲାଗି ହୋଟେଲ ଏବଂ ଟ୍ରାନ୍ସପୋର୍ଟର ବ୍ୟବସ୍ଥା କରାଯାଇନାହିଁ । ଯାହା ଫଳରେ ସେ ଶୋରେ ବିଳମ୍ବରେ ପହଞ୍ଚିଥିଲେ । ଏହା ବ୍ୟତୀତ ନେହା ଅର୍ଗାନାଇଜର୍ସଙ୍କ ଉପରେ ଟଙ୍କା ନ ଦେବାର ଅଭିଯୋଗ ଲଗାଇଥିଲେ।
ଯେତେବେଳେ ଏହି ସବୁ ଦାବି ଭାଇରାଲ ହେବାରେ ଲାଗିଲା ତ ଅର୍ଗାନାଇଜର୍ସଙ୍କ ହିଁ ଭୁଲ୍ ଲାଗିବାକୁ ଲାଗିଲା । ଏହାପରେ ଅର୍ଗାନାଇଜର୍ସ ନିଜ ପକ୍ଷ ରଖିଥିଲେ । ଅର୍ଗାନାଇଜର୍ସ ବିଟ୍ସ ପ୍ରଡକ୍ଶନ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟର ଏକ ପୋଷ୍ଟ ସେୟାର କରିଛି ଏବଂ ଏହି ପୋଷ୍ଟରେ ଏହି ଶୋର ସବୁ ତଥ୍ୟ ବି ଦେଇଛି ।