ପ୍ରମୂଖ ଖବର
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ଆଜିଠୁ ଆରମ୍ଭ ନବରାତ୍ର ପୂଜା, ପ୍ରଥମେ ଶୈଳପୁତ୍ରୀ ବେଶରେ ଦର୍ଶନ ଦେବେ ମା’ଗୌରୀ

ଭୁବନେଶ୍ୱର,୦୩/୦୯: ଆଶ୍ୱିନ ଶୁକ୍ଳ ପ୍ରତିପଦ ତଥା ଗୁରୁବାର ଠାରୁ ସମସ୍ତ ଶକ୍ତି ପୀଠରେ ମା’ଦୁର୍ଗାଙ୍କ ନବରାତ୍ରୀ  ପୂଜା ଆରମ୍ଭ ହେବ । ଏହି ଅବସରରେ ଏକାମ୍ର କ୍ଷେତ୍ରର ମହାପ୍ରଭୁ  ଶ୍ରୀଲିଙ୍ଗରାଜଙ୍କ ପୀଠରେ ମା’ଭୁବନେଶ୍ୱରୀ,କେଦାରଗୌରୀ  ମନ୍ଦିରରେ ଗୌରୀ,କପିଳେଶ୍ୱର ଜିଉଙ୍କ ପୀଠରେ  ମା’ଦକ୍ଷୀଣକାଳୀ,ବିନ୍ଧ୍ୟବାସିନୀ ସମେତ ଅଷ୍ଟଚଣ୍ଡୀଙ୍କ  ଠାରେ ପୂଜାର୍ଚ୍ଚନା ଏବଂ ଚଣ୍ଡୀପାଠ କରାଯିବ ।   

ମା’ଗୌରୀଙ୍କୁ ସହଶ୍ର କୁମ୍ଭ ଜଳରେ ଅଭିଷେକ  କରାଇ ପଞ୍ଚାମୃତରେ ମାଜଣା କରାଯିବ । ବେଶ ନିମନ୍ତେ  ପାଟଶାଢୀ,ରୂପା ମକୁଟ ସହ ଅନ୍ୟାନ୍ୟ ଅଳଙ୍କାରରେ ଆଭୁଷିତ  କରାଯିବ । ପ୍ରଥମ ଦିନ ମା’ ଶ୍ରଦ୍ଧାଳୁଙ୍କୁ ଶୈଳପୁତ୍ରୀ ବେଶରେ  ଦର୍ଶନ ଦେବେ । ଏହା ପରେ ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା,  କଷ୍ମାଣ୍ଡ, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ  ଓ ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେବେ ବୋଲି ମନ୍ଦିର  ସେବାୟତ ମିହୀର ମହାପାତ୍ର ଏବଂ ଲୁଲୁ ମହାପାତ୍ର ସୂଚନା  ଦେଇଛନ୍ତି । 

ଏବେ ପ୍ରତ୍ୟେହ ସକାଳ ଧୂପରେ ମା’ଙ୍କ ଠାରେ  ମୁଗ, ଅଦା, ନଡିଆ, ଖଇ,କୋରା,ବିଷୋୟୀ ସେବାୟତଙ୍କ  ପ୍ରଦତ୍ତ ମୁଆଁ, ଛେନା, ପଇଡ ସହ ନାନାଦି ପ୍ରକାରର ଫଳ  ଲାଗି ହେବ । ଦ୍ୱିପହର ଧୂପରେ ଅନ୍ନ, କାନେକା,ଡାଲମା, ଓଉ ଖଟା, ଖିରି,ମାଣ୍ଡୁଅ ଆଦି ଲାଗି ହେବ । ଶେଷରେ  ସନ୍ଧ୍ୟାଧୂପରେ ଦହି ପଖାଳ ଲାଗି ପହୁଡ ପଡିବ । ସେହିପରି ମା’ବନ୍ଧବଢେଇଙ୍କ ଠାରେ ମଧ୍ୟ ସମାନ ନୀତିରେ ପୂଜାର୍ଚ୍ଚନା କରାଯିବ ବୋଲି ଶିକ୍ଷାବିତ ପ୍ରତାପ ଚନ୍ଦ୍ର ଜେନା କହିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.