ପ୍ରମୂଖ ଖବର
  • ଭଦ୍ରକ : ଭଦ୍ରକ ସହରର ଏଲେଖା ନିକଟ ଏକ ଘରୁ ମିଳିଲା ବ୍ରାଉନସୁଗାର ସହ ପୁଳା ପୁଳା ଟଙ୍କା
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଖଣ୍ଡଗିରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ
  • ||
  • ବେତନଟୀ : ଟ୍ରକ୍‌ ଧକ୍କାରେ ବୁଲେଟ୍‌ ଚାଳକଙ୍କ ମୃତ୍ୟୁ, ଜଣେ ଆହତ
  • ||
  • ଭଦ୍ରକ : ଶିଶୁ ମହୋତ୍ସବ ମହକ୍‌ ଉଦ୍‌ଘାଟିତ, ଅଂଶ ଗ୍ରହଣ କଲେ ୪୨୨ ଛାତ୍ରଛାତ୍ରୀ
  • ||
  • ମୁନିଗୁଡ଼ା : ଦୋକାନ ଖୋଲିବା ବେଳେ ଲୁଟ୍‌, ସୁନା ବ୍ୟାଗ୍‌ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ଆଠଗଡ : ୧୪ ଲିଟର ଦେଶୀ ମଦ ଜବତ, ମହିଳା ଗିରଫ
  • ||
  • କନ୍ଧମାଳ : ମୋବାଇଲ ଟାୱାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ, ଟାୟାର ଜାଳି ରାସ୍ତାରୋକ
  • ||
  • ରିଆମାଳ : ସନ୍ଦେହ ଜନକ ଭାବେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
  • ||
  • ତେଲକୋଇରେ କଙ୍ଗାରୁ କୋର୍ଟ, ଦୁଇ ଧାନ ଚୋରଙ୍କ ମୁହଁରେ କାଳି ବୋଳି ଶାସ୍ତି ଦେଲେ ଲୋକେ
  • ||
  • ଚିତ୍ରକୋଣ୍ଡା : ମାଓବାଦୀଙ୍କ ନାଁରେ ଆଦାୟ କରୁଥିଲେ ବଟି, ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • କନ୍ଧମାଳରେ ଅପରେସନ୍‌ ନୀଳ ଜହର, ୧୩୦ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
  • ||
  • ସାଲେପୁର : ଅଜଣା ଗାଡି ଧକ୍କାରେ ୩ ଆହତ
  • ||
  • ଆଠମଲ୍ଲିକ : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ରାଜ୍ୟରେ ଲୁଚକାଳି ଖେଳୁଛି ଶୀତ: ଆଜି ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା, ବୁଧବାରଠାରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||

କ୍ୟାନସର ଚିକିତ୍ସା ନେଇ ସିଦ୍ଧୁଙ୍କ ବୟାନରୁ ବିବାଦ: ପତ୍ନୀଙ୍କ ୮୫୦ କୋଟିର ଲିଗାଲ ନୋଟିସ୍ ଜାରି

Image countesy: koimoi

ନୂଆଦିଲ୍ଲୀ: ଘରୋଇ ଉପଚାରରୁ ପତ୍ନୀ କ୍ୟାନସରରୁ ସୁସ୍ଥ ହୋଇଥିବା ଦାବି କରି ଅଡ଼ୁଆରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ତାଙ୍କ ପତ୍ନୀ ନବଜୋତ କୌରଙ୍କ ବିରୋଧରେ ଆସିଛି ୮୫୦ କୋଟି ଟଙ୍କାର ଲିଗାଲ ନୋଟିସ୍। ଛତିଶଗଡ ସିଭିଲ ସୋଶାଇଟି(ସିଏସଏସ) ଏହି ନୋଟିସ ପଠାଇଛି। ସିଦ୍ଧୁ କହିଥିବା କଥା ସତ କି ନା ସପ୍ତାହ ଭିତରେ ପ୍ରମାଣ କରିବାକୁ ନୋଟିସ୍ ଉଲ୍ଲେଖ ରହିଛି। ପ୍ରମାଣ ନ କରିପାରିଲେ ୮୫୦ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ସଂଗଠନ ନୋଟିସ କରିଛି। 

ଘରୋଇ ଉପଚାର ଦ୍ୱାରା ପତ୍ନୀ ନବଜୌତ କୌର ସୁସ୍ଥ ହୋଇଥିବା ନଭେମ୍ବର ୨୧ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ନବଜୌତ ସିଂହ ସିଦ୍ଧୁ। ସେ କହିଥିଲେ ଯେ ତାଙ୍କ ପତ୍ନୀ କ୍ୟାନସରର ଚତୁର୍ଥ ଷ୍ଟେଜ୍ରେ ଥିଲେ। ସେ ଆଉ ମାତ୍ର ୪୦ ଦିନ ବଞ୍ଚିବେ ବୋଲି ଡାକ୍ତର କହିଥିଲେ।  

ସମସ୍ତଙ୍କ ଠାରୁ ନିରାଶ ହେବା ପରେ ସେ ଦୀର୍ଘ ୧୦ ଘଣ୍ଟାକାଳ ଭାରତରେ ହୋଇଥିବା ସମସ୍ତ ଆୟୁର୍ବେଦ ଗବେଷଣା ପଢ଼ିଥିଲେ। ଓ ଆମେରିକାର ଡାକ୍ତରମାନଙ୍କ ସହ ଆଲୋଚନା କରି ପତ୍ନୀଙ୍କର ଘରୋଇ ଉପଚାର ଆରମ୍ଭ କରିଥିଲେ। ଯେଉଁଥିରେ ତାଙ୍କ ପତ୍ନୀ କ୍ୟାନସର ମୁକ୍ତ ହୋଇଥିବା ସିଦ୍ଧୁ ମିଡିଆ ଆଗରେ ଦାବି କରିଥିଲେ। 

ସିଦ୍ଧୁ କ୍ୟାନସର ରୋଗକୁ ଏକ ପ୍ରଦାହ(ଫୁଲା ରୋଗ) ରୋଗ ସହ ତୁଳନା କରିବା ସହ ଏହା କ୍ଷୀର, ଗହମ(କାର୍ବୋହାଇଡ୍ରାଟ), ମଇଦା ଓ ଚିନିଦ୍ୱାରା ଅଧିକ ବଢ଼ିଥାଏ ବୋଲି କହିଥିଲେ।  

ସେ ଆହୁରି କହିଥିଲେ କ୍ୟାନସର ଶର୍କରା ଜାତୀୟ ଖାଦ୍ୟ ଖାଇଲେ ବଢ଼େ। ତେଣୁ ଏହା କ୍ୟାନସରର ଲାଇଫ୍ ଲାଇନ। ତେଣୁ ମୁଁ ପତ୍ନୀଙ୍କ ଖାଇବାରୁ ମିଠା, ଅଟା, ମଇଦା, କୋଲ୍ଡଡ୍ରିଙ୍କ୍ସ ସବୁ ହଟାଇ ଦେଲି। ସିଙ୍ଗଡ଼ା ଓ ଜିଲାପି ସବୁ ବନ୍ଦ କରିଦେଲି ବୋଲି ସିଦ୍ଧୁ କହିଥିଲେ ବୋଲି ଏଏନ୍ଆଇରେ ଖବର ପ୍ରକାଶ ପାଇଥିଲା। ଯାହା ଏବେ ତାଙ୍କ ପାଇଁ କାଳ ହୋଇଛି। ଯେଉଁଥିପାଇଁ ସିସିଏସ ସିଦ୍ଧୁଙ୍କ ପତ୍ନୀଙ୍କୁ ନୋଟିସ୍ କରି ୩ଟି ପ୍ରଶ୍ନ କରିବା ସହ ୮୫୦ କୋଟିର କ୍ଷତିପୂରଣ ଦେବାକୁ ଦାବି କରିଛି। ସିସିଏସ ପଚାରିଥିବା ୩ଟି ପ୍ରଶ୍ନ ହେଲା-

୧) ଆପଣ ସୁସ୍ଥ ହେବା ବିଷୟରେ ଆପଣଙ୍କ ସ୍ୱାମୀ ଯେଉଁ ଦାବି କରୁଛନ୍ତି ତାହାକୁ ଆପଣ ସମର୍ଥନ କରୁଛନ୍ତି କି ?

୨) ଚିକିତ୍ସା ପାଇଁ ଆପଣ ଯେଉଁ ଏଲୋପାଥିକ୍ ଔଷଧ ଖାଉଥିଲେ ତାହା କାମ ଦେଉ ନଥିଲା ବୋଲି ଆପଣ ଭାବୁଛନ୍ତି କି?

୩) ସୁସ୍ଥ ହେବା ପାଇଁ ଆପଣ କ’ଣ କେବଳ ନିମପତ୍ର, ଲେମ୍ବୁପାଣି, ତୁଳସୀ ଏବଂ ହଳଦୀ ଖାଉଥିଲେ ନା ତା ସହିତ ନିୟମିତ ଏଲୋପାଥିକ୍ ଔଷଧ ମଧ୍ୟ ଖାଉଥିଲେ?

ସିସିଏସ କହିଛି ଯେ ସିଦ୍ଧୁଙ୍କ ଦାବି ଦ୍ୱାରା ଏଲୋପାଥିକ୍ ଔଷଧ ଓ ଏହାର ଚିକିତ୍ସା ପ୍ରତି ଲୋକଙ୍କ ମନରେ ନକାରାତ୍ମକତା ଭାବନା ସୃଷ୍ଟି ହେବାର ଆଶଙ୍କା ରହିଛି। କେବଳ ସେତିକି ନୁହେଁ, କ୍ୟାନସର ରୋଗୀ ଅଧାରୁ ଔଷଧ ଛାଡ଼ି ଜୀବନକୁ ବିପଦରେ ପକାଉଛନ୍ତି ବୋଲି ସିସିଏସ୍ କହିଛି।  ସିଦ୍ଧୁ ତାଙ୍କ ବିବାଦୀୟ ବୟାନକୁ ଫେରାନ୍ତୁ ନହେଲେ କଥାର ସତ୍ୟତା ପ୍ରମାଣ କରନ୍ତୁ। ନହେଲେ ୮୫୦ କୋଟିର କ୍ଷତିପୂରଣ ଦିଅନ୍ତୁ ବୋଲି ସଂଗଠନ ଦାବି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.