ଭୁବନେଶ୍ଵର, ୧୧/୧୦ : ଭୁବନେଶ୍ଵରରେ ପୂଜା ମଣ୍ଡପ ବୁଲିଲେ ନବୀନ। ଶୁକ୍ରବାର ସକାଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ରସୁଲଗଡ଼ ପୂଜା ମଣ୍ଡପରେ ପହଞ୍ଚି ମହାମାୟାଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ସମସ୍ତଙ୍କୁ ଦଶହରାର ଶୁଭେଚ୍ଛା ଜଣାଇଛନ୍ତି। ନବୀନଙ୍କୁ ଅତି ନିକଟରୁ ପାଇ ସାଧାରଣ ଜନତା ଖୁବ୍ ଉତ୍ସାହିତ ହୋଇଛନ୍ତି।
ଏହାପରେ ନବୀନ ସହିଦନଗର ପୂଜା ମଣ୍ଡପ ବୁଲି ଦେଖିଛନ୍ତି। ସେଠାରେ ସେ ବଡ଼ଗଡ଼ ପୂଜା ମଣ୍ଡପ ଯାଇ ମା’ଙ୍କ ଆଶୀର୍ବାଦ ଭିକ୍ଷା କରିବେ। ପରବର୍ତ୍ତୀ ଦିନମାନଙ୍କରେ ସେ ଉତ୍ତର ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି । ବିଭିନ୍ନ ମନ୍ତ୍ରୀମାନେ ମଧ୍ୟ ଏଥର ପୂଜା ମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି।