ଭୁବନେଶ୍ବର,୦୮/୦୬: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ କଟକରୁ ଆରମ୍ଭ ହେବାକୁ ଯାଉଛି ନାରୀ ଶକ୍ତି ମେଳା। ଆସନ୍ତା ୧୩ ତାରିଖରେ ତଳ ବାଲିଯାତ୍ରା ପଡିଆରେ ଏହି ନାରୀ ଶକ୍ତି ସମ୍ମିଳନୀ ଆୟୋଜିତ ହେବ । ଯେଉଁଥିରେ କଟକ, ଯାଜପୁର ଓ ଜଗତସିଂହପୁର ଜିଲ୍ଲାର ମହିଳାମାନେ ଯୋଗ ଦେବେ। ରାଜ୍ୟବ୍ୟାପୀ ହେବାକୁ ଥିବା ଏହି ନାରୀଶକ୍ତି ମେଳାର ଶୁଭାରମ୍ଭ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ପଡିଆରୁ ଶୁଭାରମ୍ଭ କରିବେ।
ଆଜି ବାଲିଯାତ୍ରା ପଡିଆର ମେଳାସ୍ଥଳ ବୁଲିବା ସହ କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମ୍ପୂର୍ଣ୍ଣ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ସିଂଦେଓ। ଏହି ନାରୀ ଶକ୍ତି ମେଳା ସହ ସରକାରଙ୍କ ୧ ବର୍ଷ ପୂର୍ତ୍ତ ପାଳନ ପାଇଁ ବାଲିଯାତ୍ରା ପଡ଼ିଆରେ ୧୩ ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସମ୍ମିଳନୀ,କାର୍ଯ୍ୟକ୍ରମ ଓ ନୃତ୍ୟ ଗୀତ ମାଧ୍ୟମରେ ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇଵାର ପ୍ରୟାସ କରାଯିବ।