ପ୍ରମୂଖ ଖବର
  • ବରଗଡ଼ : ଦେବରାଜ ହତ୍ୟା ଘଟଣାର ପର୍ଦାଫାଶ, ୨ ଗିରଫ; ପୁଲିସର ସିନ୍ ରିକ୍ରିଏସନ
  • ||
  • ରଥ ଯାତ୍ରାରେ ଶ୍ରୀକ୍ଷେତ୍ରକୁ ଚାଲିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
  • ||
  • ମାଲକାନଗିରି: ଛତିଶଗଡ଼ ସୁକୁମା କୋଣ୍ଟାରେ IED ବିସ୍ଫୋରଣ, ASP ଆକାଶ ରାଓ ଶହୀଦ
  • ||
  • ପୁରୀ: ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧୦୦ ଆମ ବସ୍, ସୂଚନା ଦେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
  • ||
  • ମୁମ୍ବାଇରେ ଚଳନ୍ତା ଲୋକାଲ୍ ଟ୍ରେନ୍‌ରୁ ଖସିପଡ଼ି ଚାଲିଗଲା ୫ ଜୀବନ, ଅନେକ ଗୁରୁତର
  • ||
  • ସୁନ୍ଦରଗଡ଼ : ଶାଗ ତୋଳିବା ହେଲା କାଳ, ଗଛରୁ ପଡ଼ି ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ଼ : ଭାଇର ଲୁହା ଛଡ଼ ମାଡ଼ରେ ଭଉଣୀ ମୃତ, ଭାଉଜକୁ ବଞ୍ଚାଇବାକୁ ଯାଇ ଜୀବନ ଗଲା
  • ||
  • ୧୦ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ ଆଇଏଏସ୍‌ ଅଫିସର, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ମେଘାଳୟରୁ ନିଖୋଜ ଇନ୍ଦୋର ଦମ୍ପତି ମାମଲାରେ ଟ୍ୱିଷ୍ଟ, ପତ୍ନୀ ସୋନମ ୟୁପିରୁ ଗିରଫ
  • ||
  • ଢେଙ୍କାନାଳ : ବାଲି ମାଫିଆଙ୍କ ଉତ୍ପାତ : ରାତି ଅଧରେ କାର୍‌ ଉପରକୁ ବୋମା ମାଡ଼
  • ||
  • ଆମେରିକାର ଟେନେସିରେ ୨୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣା, ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ
  • ||
  • କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବାପା-ପୁଅଙ୍କ ଜୀବନ
  • ||
  • ମହାକାଶରେ ପୁଣି ଉଡ଼ିବ ତ୍ରିରଙ୍ଗା; ମିଶନ୍ ଆକ୍ସିଓମ୍ -୪କୁ ସଫଳ କରିବେ ଶୁଭାଂଶୁ ଶୁକ୍ଳା
  • ||
  • ଭୁବନେଶ୍ଵର ଆସିଲେ ଆଉ ହଇରାଣ ହେବେନି, ପ୍ରତି ଜିଲ୍ଲା ପାଇଁ ବିଭିନ୍ନ ସ୍ଥାନରେ ଗେଷ୍ଟ ହାଉସ୍ ନିର୍ମାଣ କରିବେ ସରକାର
  • ||
  • କେନ୍ଦ୍ରାପଡ଼ା ଯିବେ ମୁଖ୍ୟମନ୍ତ୍ରୀ, ମାଉସୀ ମା' ମନ୍ଦିର ଠାରୁ ଶ୍ରୀବଳଦେବଜିଉ ମନ୍ଦିର ପର୍ଯ୍ୟନ୍ତ କରିବେ ତ୍ରିରଙ୍ଗା ଶୋଭାଯାତ୍ରା
  • ||
  • ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଦ୍ଵିତୀୟ ରଥଯାତ୍ରା ସମନ୍ଵୟ ବୈଠକ, ଆକ୍ସନ୍ ପ୍ଲାନ୍ ରିପୋର୍ଟ ଦାଖଲ କରିବେ ବିଭାଗୀୟ ଅଧିକାରୀ
  • ||
  • ଆମେରିକାର ଟେନେସି ଅଞ୍ଚଳରେ ବିମାନ ଦୁର୍ଘଟଣା, ୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍, ୬ ଆହତ
  • ||
  • ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ, ତାତିରୁ ମିଳିବ ଆଶ୍ୱସ୍ତି, ଆସନ୍ତା ୪ ଦିନ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ପୁଲିସକୁ ଢେଲା ମାଡ଼ ଘଟଣା; ୩ ଜଣଙ୍କୁ କୋର୍ଟ ଚାଲାଣ

Published By : Harapriya Sethi | June 8, 2025 3:01 PM

ତିଗିରିଆ,୦୮/୦୬: ପୁଲିସକୁ ଗୋଡେଇ ଗୋଡେଇ ପଥର ମାଡ କରିଥିଲେ । ଚଢାଉ କରି ୩ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟ । ଅଭିଯୁକ୍ତମାନେ ହେଲେ ରଞ୍ଜନ କୁମାର ସାହୁ, ଗଗନ ବିହାରୀ ସାହୁ ଓ ଯୁଗଳ କିଶୋର ସାହୁ (ଟୁକୁ )। କଟକ ଜିଲ୍ଲା ତିଗିରିଆ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

ସୂଚନା ମତାବକ, ଗତ ୨୦୨୪ ଜୁନ୍‌ ୧୬ ତାରିଖରେ ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ଠାରେ ଟ୍ରେଲର ଚାଳକକୁ ମରଣାନ୍ତକ ଆକ୍ରମଣ କରି ଲୁଟ୍‌ ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ କରିବା ପାଇଁ ଯାଇଥିବା ବେଳେ ପୁଲିସ ଉପରକୁ ପଥର ମାରିବା ସହ ପୁଲିସ ଗାଡିକୁ ଭାଙ୍ଗି ଦେଇଥିଲେ । ଏହି ଘଟଣାରେ ୩ ଜଣ ପୁଲିସ ଆହତ ହୋଇଥିଲେ । ଏହି ଘଟଣାରେ ପୁଲିସ ୧୨ରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା । ତେବେ ଶନିବାର ୩ ଜଣ ଅଭିଯୁକ୍ତଙ୍କୁ ନିଜ ଗାଁରୁ ଗିରଫ କରି କୋର୍ଟ ଚାଲାଣ କରିଛି  ପୁଲିସ । ଅନ୍ୟମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଧରାଯିବ ବୋଲି ତିଗିରିଆ ପୁଲିସ ପକ୍ଷରୁ କୁହାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.