ପ୍ରମୂଖ ଖବର
  • ଚାନ୍ଦବାଲି : ଅଙ୍ଗନବାଡ଼ିରେ ମିଳୁନାହିଁ ରନ୍ଧା ଖାଦ୍ୟ, କର୍ମୀଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି
  • ||
  • କନ୍ଧମାଳ : ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ମାଣ୍ଡିପଙ୍କାରେ ପହଞ୍ଚିଲେ ଦକ୍ଷିଣାଞ୍ଚଳ ଆରଡିସି
  • ||
  • ଦେବଗଡ଼ : ତିନି ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଅଟକ
  • ||
  • ନୀଳଗିରି : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ସିରିଜ୍‌ ଚୋରି, ତାଲାଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ଜିନିଷ
  • ||
  • କାମାକ୍ଷାନଗର : ଗାଧୋଇବା ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ବୁଡ଼ି ଶ୍ରମିକଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ଡାକ୍ତରଙ୍କ ଦାଦାଗିରି, ରୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ଉଦ୍ୟମ
  • ||
  • ଭୁବନେଶ୍ୱର : ସ୍ତ୍ରୀଙ୍କୁ ଆନେସ୍ଥେସିଆ ଦେଇ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ପ୍ରଦ୍ୟୁମ୍ନକୁ ରିମାଣ୍ଡରେ ନେବ ପୋଲିସ
  • ||
  • କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନିୟରିଙ୍ଗ୍ କଲେଜରେ ରାଗିଂ ଅଭିଯୋଗ, ଛାତ୍ର ଗୁରୁତର
  • ||
  • ଇଡ୍‌କୋ ଜୁନିୟର ମ୍ୟାନେଜରଙ୍କ ଘରେ ରେଡ୍‌, ଏକକାଳୀନ ୬ଟି ସ୍ଥାନରେ ଚଢାଉ
  • ||
  • ପୁରୁଷୋତ୍ତମପୁର : ତାରା ତାରିଣୀ ମନ୍ଦିରରୁ ଚୋରି, ସୁନା ରୁପା ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସମ୍ୱଲପୁର : ନିଆଁରେ ପୋଡ଼ି ହୋଇ ମା' ଓ ଝିଅ ଜୀବନ୍ତ ଦଗ୍ଧ, କାରଣ ଅସ୍ପଷ୍ଟ
  • ||
  • କୋଣାର୍କ : ଗଛରେ ପିଟି ହେଲା କାର୍‌; ୨ ମୃତ, ଜଣେ ଗୁରୁତର
  • ||

ରଘୁନାଥପୁର ପଞ୍ଚାୟତରେ ମାଙ୍କଡ ପଲଙ୍କ ଉତ୍ପାତ, ୧୫ ରୁ ଉର୍ଦ୍ଧ୍ୱ ଗୁରୁତର

ଜଳେଶ୍ୱର, ୨୮/୧୦: ମାଙ୍କଡ଼ ଆତଙ୍କରେ ଅତିଷ୍ଠ ହେଲେଣି ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତର ଲୋକେ । ଗତ କିଛି ଦିନ ଧରି ୫୦ ରୁ ଉର୍ଦ୍ଧ୍ୱ ମାଙ୍କଡ ଗାଁ ଭିତରେ ପଶି ଗ୍ରାମବାସୀଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରୁଛନ୍ତି । ମାଙ୍କଡ ଆକ୍ରମଣରେ ୧୫ ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ଯାହା ଫଳରେ ଲୋକେ ଭୟରେ ଘରୁ ବାହାରକୁ ବାହାରୁ ନାହାନ୍ତି । ରଘୁନାଥପୁର ପଞ୍ଚାୟତର ସାନଅସ୍ତୀ, କୁଙ୍କୁଡ଼ି, ମଠକଙ୍କୁଡ଼ି ଓ ପାଳସାହି ଆଦି ଗ୍ରାମରେ ୫୦ ରୁ ଅଧିକ ମାଙ୍କଡ଼ ଏହିଭଳି ଭାବରେ ଉତ୍ପାତ ହେଉଛନ୍ତି । 

ମାଙ୍କଡ ଭୟରେ ଲୋକମାନେ କାମ କରିବାକୁ ଯାଇ ପାରୁ ନଥିବାବେଳେ ପିଲା ମାନେ ପାଠ ପଢିବା ପାଇଁ ମଧ୍ଯ ଘରୁ ବାହାରକୁ ଯାଇ ପାରୁ ନାହାନ୍ତି । ଯଦି କୌଣସି ଜରୁରୀ କାମ କିମ୍ବା ହାଟ ବଜାରକୁ ଯିବାକୁ ପଡୁଛି, ତାହାଲେ ହାତରେ ଠେଙ୍ଗା ଏବଂ ଲାଠି ଧରି ଗ୍ରାମବାସୀମାନେ ମିଳିମିଶି ବାହାରୁଛନ୍ତି । 

ଗ୍ରାମବାସୀଙ୍କ କହିବା ଅନୁସାରେ, ମାଙ୍କଡ ପଲ ଭିତରେ କିଛି  ପାଗଳ ମାଙ୍କଡ଼ ଅଛନ୍ତି । ସେମାନେ ଗୋଡାଇ ଗୋଡାଇ ଲୋକଙ୍କୁ କାମୁଡୁଛନ୍ତି । ମାଙ୍କଡ଼ କାମୁଡାରେ କିଛି ଗ୍ରାମବାସୀ ଗୁରୁତର ହୋଇ ବାଲେଶ୍ବର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ସମେତ କଟକ ଏବଂ ଭୁବନେଶ୍ବରରେ ଚିକିତ୍ସାଧୀନ ଅଛନ୍ତି । ଗ୍ରାମବାସୀମାନେ ବନବିଭାଗକୁ ଜଣାଇବା ପରେ ବନବିଭାଗ ଟିମ ଗାଁରେ ପହଞ୍ଚି   ମାଙ୍କଡଙ୍କୁ  ଧରିବା ପାଇଁ ଉଦ୍ଯମ ଜାରି ରଖିଛନ୍ତି । ତେବେ ଗ୍ରାମବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ମାଙ୍କଡ ପଲକୁ ତୁରନ୍ତ କାବୁ କରି ଅନ୍ଯତ୍ର ଛାଡିବା ପାଇଁ  ଗ୍ରାମବାସୀ ବନବିଭାଗ ନିକଟରେ ଦାବି କରିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.