ଆନନ୍ଦପୁର, ୮।୧୨: ମେଡିକାଲରୁ ରୋଗୀଙ୍କ ସମ୍ପର୍କୀୟଙ୍କ ମୋବାଇଲ ଚୋରି । ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଏଭଳି ଘଟଣା ସାମନାକୁ ଆସିଛି । ଚୋରି କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି । ଯାହା ଏବେ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗୁଛି ।
ସୂଚନା ଅନୁଯାୟୀ, ଚଳିତମାସ ୫ତାରିଖରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ଚିକିତ୍ସାଳୟରେ ଥିବୀ ମାତୃ ଓ ଶିଶୁ ୱାର୍ଡରେ ଜଣେ ରୋଗୀଙ୍କ ସମ୍ପର୍କୀୟ ତଳେ ଶୋଇଥିବା ବେଳେ ଜଣେ ଯୁବକ ତାଙ୍କ ନିକଟକୁ ଆସି ତାଙ୍କ ପାଖରେ ଶୋଉଛନ୍ତି । ପରେ ଶୋଇଥିବା ଅବସ୍ଥାରେ ଚୋର ତାଙ୍କ ପାଖରୁ ମୋବାଇଲ୍ ଚୋରି କରିନେଉଥିବା ଦେଖାଯାଉଛି । ତେବେ ସିସିଟିଭି ସହାୟତାରେ ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।