ପ୍ରମୂଖ ଖବର
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ରେଭେନ୍ୟୁ ଆସିଷ୍ଟାଣ୍ଟଙ୍କୁ ବିଧାୟକ ମାଡ଼ ମାରିବା ଘଟଣା: କାର୍ଯ୍ୟାନୁଷ୍ଠାନ ପାଇଁ ଆଇନମନ୍ତ୍ରୀଙ୍କୁ ଦାବି କଲେ ଅମର ରଞ୍ଜନ ନାୟକ

Published By : Harapriya Sethi | May 3, 2025 3:00 PM

ଭୁବନେଶ୍ୱର,୦୩/୦୫: ବରୀ ବ୍ଲକ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟଙ୍କୁ ବିଧାୟକ ମାଡ଼ ମାରିବା ଘଟଣା । ଆଇନ ମନ୍ତ୍ରୀଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲେ ସରକାରୀ ଅଧିକାରୀ ଅମର ରଞ୍ଜନ ନାୟକ । ଆଗକୁ ବ୍ଲକରେ ସମସ୍ତ ସରକାରୀ ଅଧିକାରୀ କଲମ ଛାଡ଼ ଆନ୍ଦୋଳନ କରିବାକୁ ବି ଚେତାବନୀ ଦେଇଛନ୍ତି ।

ସରକାରୀ କାର୍ଯ୍ୟାଳରେ ପଶି ବରୀ ବ୍ଲକ ଜୁନିଅର ରେଭେନ୍ୟୁ ଆସିଷ୍ଟାଣ୍ଟ ଅମର ରଞ୍ଜନ ନାୟକଙ୍କୁ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ଅସଭ୍ୟ ଭାଷାରେ ଗାଳି ଗୁଲଜ ସହ ମାଡ ମାରିଥିଲେ। ଏନେଇ ପୋଲିସର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ ଅମର। କିନ୍ତୁ ଏ ଯାଏଁ କୌଣସି କାର୍ଯ୍ୟନୁଷ୍ଠାନ ନହେବାରୁ ଶନିବାର ଆଇନ ମନ୍ତ୍ରୀଙ୍କୁ ଭେଟି କଡା କର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଆଗକୁ ବ୍ଲକରେ ସମସ୍ତ ସରକାରୀ ଅଧିକାରୀ କଲମ ଛାଡ଼ ଆନ୍ଦୋଳନ କରିବାକୁ ବି ଚେତାବନୀ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.