ପ୍ରମୂଖ ଖବର
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ , ପାସ୍ ହାର ୯୪.୯୩%

Published By : Prameya | May 2, 2025 4:28 PM

କଟକ,୨/୫ ପ୍ରକାଶ ପାଇଲା  ମାଟ୍ରିକ୍ ରେଜଲ୍ଟ । କଟକ ବୋର୍ଡ଼ ଅଫିସରେ ପ୍ରକାଶ ପାଇଲା ରେଜଲ୍ଟ । ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ତ । ଚଳିତ ବର୍ଷ ମୋଟ୍ ୫,୦୨,୪୧୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ୪,୮୪,୮୬୩ଜଣ ପାସ୍ କରିଛନ୍ତି । 

ଚଳିତ ବର୍ଷ ମାଟ୍ରିକରେ ପାସ୍ ହାର ୯୪.୯୩ପ୍ରତିଶତ ରହିଛି । ୧୮୧୨ଜଣ ପାଇଛନ୍ତି A1ଗ୍ରେଡ । ୧୨,୨୦୦ଜଣ ପାଇଛନ୍ତି A2 ଗ୍ରେଡ୍ । ୩,୨୭୩ସ୍କୁଲରେ ଶତପ୍ରତିଶତ ଶିକ୍ଷାର୍ଥୀ ପାସ୍ ହୋଇଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦରଓ୍ବେବସାଇଟ  www.bseodisha.ac.in ରେ ପରୀକ୍ଷା ଫଳାଫଳ ଅପରାହ୍ନ ୬ଟାରେ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ ବୋର୍ଡ ଓ୍ବେବସାଇଟରୁ ଏହି ପରୀକ୍ଷା ଫଳ ଡାଉନଲୋଡ଼ କରିପାରିବେ। 

ଚଳିତ ବର୍ଷ ୨ ଲକ୍ଷ ୪୦ ହଜାର ୨୫୧ ଛାତ୍ର ପାସ୍ କରିଥିବାବେଳେ ୨ ଲକ୍ଷ ୪୪ ହଜାର ୬୧୨ ଛାତ୍ରୀ ପାସ୍ କରିଛନ୍ତି । ପୁଅଙ୍କ ପାସ୍‌ହାର ୯୪% ଓ ଝିଅଙ୍କ ପାସ୍‌ହାର ୯୬% ରହିଛି । ଗଜପତି ଜିଲ୍ଲାରେ ସର୍ବାଧିକ ପାସ୍ ହାର ୯୯.୩୫% ରହିଛି । ସେହିଭଳି କୋରାପୁଟରେ ସର୍ବନିମ୍ନ ପାସ୍ ହାର ୯୨.୮୩% ରହିଛି । 

ରେଜଲ୍ଟ ଜନିତ ତ୍ରୁଟି ରହିଲେ ପରୀକ୍ଷାର୍ଥୀ ମାନେ କଣ୍ଟ୍ରୋଲ ରୁମ୍‌କୁ ଯୋଗାଯୋଗ କରିବେ । ଖୁବ୍‌ଶୀଘ୍ର ହେବ ସପ୍ଲିମେଣ୍ଟାରୀ ପରୀକ୍ଷା । ୫ରୁ ୧୬ ତାରିଖ ଭିତରେ ରିଚେକିଂ, ରିଆଡିସନ ପାଇଁ ଆବେଦନ କରିହେବ । ବିଜ୍ଞାନ ପରୀକ୍ଷାରେ ହୋଇଥିବା ତ୍ରୁଟି ବାବଦରେ ସ୍ପଷ୍ଟ କଲାନାହିଁ ବୋର୍ଡ । ୪ ନମ୍ବର ଗ୍ରେସ୍‌ ମାର୍କ ମିଳିବ ବାବଦରେ ସ୍ପଷ୍ଟ କଲାନାହିଁ ବୋର୍ଡ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.