ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୨୨ ଥର ’ଦୃଶ୍ୟମ’ ଦେଖି ମହିଳାଙ୍କୁ ହତ୍ୟା କଲା ଜିମ୍ ଟ୍ରେନର,ଜିଲ୍ଲାପାଳଙ୍କ ବାସଭବନ ପରିସରରୁ ମିଳିଲା କଙ୍କାଳ

Published By : Harapriya Biswal | October 27, 2024 4:02 PM

ନୂଆଦିଲ୍ଲୀ,୨୭।୧୦: ’ଦୃଶ୍ୟମ’ ଷ୍ଟାଇଲ’ରେ ମର୍ଡର। ପ୍ରଥମେ ମହିଳାଙ୍କୁ ଅପହରଣ,ତା'ପରେ ହତ୍ୟା। ଆଉ ତା ପରେ ମୃତଦେହକୁ ଜିଲ୍ଲାପାଳଙ୍କ ବାସଭବନ ପରିସରରେ ପୋତିଥିଲା ଅଭିଯୁକ୍ତ। ସବୁଠାରୁ ବଡ଼ କଥା ହେଲା ଅଭିଯୁକ୍ତ ଏସବୁ ପ୍ଳାନିଂ ବଲିଉଡର କ୍ରାଇମ୍ ଥ୍ରୀଲର ଫିଲ୍ମ ‘ଦୃଶ୍ୟମ’ କୁ ୨୨ଥର ଦେଖିବା ପରେ ପାଇଥିଲା ଆଇଡିଆ। ଏଭଳି କିଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ମାମଲା ଉତ୍ତର ପ୍ରଦେଶରୁ ଆସିଛି।

ହତ୍ୟାର ୪ ମାସ ପରେ କାନପୁର ଜିଲ୍ଲାପାଳଙ୍କ ସରକାରୀ ବାସଭବନ ପରିସରରୁ ମିଳିଛ ମହିଳାଙ୍କ ମୃତଦେହ। ମୃତ ମହିଳା ହେଉଛନ୍ତି କାନପୁର ସିଭିଲ୍‌ ଲାଇନ୍‌ରେ ରହୁଥିବା ବ୍ୟବସାୟୀ ରାହୁଲ ଗୁପ୍ତାଙ୍କ ପତ୍ନୀ ଏକତା। ଜୁନ୍‌ ୨୪ ତାରିଖ ସକାଳେ ତାଙ୍କ ପତ୍ନୀ ଏକତା ଗୁପ୍ତା ଗ୍ରୀନ୍‌ ପାର୍କ ଜିମ୍‌କୁ ଯାଇଥିଲେ। ତେବେ ସେଠାରୁ ସେ ଆଉ ଫେରି ନଥିଲେ। ଏହାପରେ ସ୍ୱାମୀ ରାହୁଲ ଗୁପ୍ତା ଜିମ୍‌ ଟ୍ରେନ୍‌ର ବିମଲ କୁମାର ତାଙ୍କ ପତ୍ନୀଙ୍କୁ ଅପହଣ କରିଥିବା ଅଭିଯୋଗ ଆଣିଥିଲେ। ପୋଲିସ ତଦନ୍ତରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ପୋଲିସ ଅଭିଯୁକ୍ତ ଜିମ୍ ଟ୍ରେନରକୁ ଗିରଫ କରିଛି।

ଅଭିଯୁକ୍ତ ଜିମ୍‌ ଟ୍ରେନ୍‌ର ବିମଲ କୁମାରକୁ ପୋଲିସ ଗିରଫ ପରେ ପଚରା ଉଚରା କରୁଛି। ଏହି ସମୟରେ ଅଭିଯୁକ୍ତ ଏକତାଙ୍କୁ ସେ କିଭଳି ହତ୍ୟା କରିଥିଲା ଓ କେଉଁଠି ପୋତିଥିଲା ତା'ରା ଖୁଲାସା ହୋଇଛି। ଏକତାଙ୍କ ମୃତଦେହ କାନପୁର ଜିଲ୍ଲାପାଳଙ୍କ ବାସଭବନ ପରିସରରେ  ୪ ଫୁଟ୍‌ ମାଟି ତଳେ ପୋତି ଥିବା ପୁଲିସ ପଚରାଉଚରା ବେଳେ ଅଭିଯୁକ୍ତ ଖୁଲାସା କରିଥିଲା। ଏହାପରେ ପୋଲିସ ଜିଲ୍ଲାପାଳଙ୍କ ପରିସରରେ ଥିବା ବଗିଚାକୁ ଖୋଳିଥିଲା। ଏହାପରେ ମାଟି ତଳୁ ଏକତାଙ୍କ କଙ୍କଳା ଉଦ୍ଧାର ହୋଇଛି। ପୁଲିସ କହିବା ଅନୁସାରେ, ଏକତା ଓ ବିମଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ତେବେ ଜିନ୍ ଟ୍ରେନ୍‌ର ଯେତେବେଳେ ବିବାହ ଅନ୍ୟ ସ୍ଥାନରେ ଠିକ୍ ହୋଇଥିଲା ଏକତା ଏହାକୁ ବିରୋଧ କରିଥିଲେ। ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯେଉଁଥିରେ ବିମଳ ହତ୍ୟା କରିବାକୁ ଯୋଜନା କରିଥିଲା। ଏକତାଙ୍କୁ ପ୍ରଲୋଭନ ଦେଖାଇ ବିମଲ ପ୍ରଥମେ ଅପହରଣ କରିଥିଲା। 

ଅପହରଣ ଷଡ଼ଯନ୍ତ୍ର ପୂର୍ବରୁ ବିମଲ ଅଜୟ ଦେବଗନଙ୍କ ଫିଲ୍ମ 'ଦୃଶ୍ୟମ' ଓ 'ଦୃଶ୍ୟମ-୨'କୁ ୨୨ ଥର ଦେଖିଥିଲା। କେବଳ ସେତକି ନୁହେଁ ଜିଲ୍ଲାପାଳଙ୍କ ଘର ଉପରେ ମଧ୍ୟ ନଜର ରଖିଥିଲା।  ହତ୍ୟା ପରେ ଜିମ୍‌ ଟ୍ରେନ୍‌ର ଏକତାଙ୍କ ସୁନା ଅଳଙ୍କାର ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ପୁଲିସ ବର୍ତ୍ତମାନ ପୂରା ମାମଲାର ତଦନ୍ତ ଜାରି ରଖିଛି। ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଅଭିଯୁକ୍ତର ଫିଲ୍ମ ଷ୍ଟାଇଲରେ ହତ୍ୟାକାଣ୍ଡ ମାମଲାକୁ ଦେଖି ପୋଲିସ ମଧ୍ୟ ଚକିତ। କାରଣ ଜିଲ୍ଲାପାଳଙ୍କ ବାସଭବନ ସବୁବେଳେ କଡା ସୁରକ୍ଷାରେ ଥାଏ। ଏହାପରେ ବି ୪ ଫୁଟର ଗାତ ଖୋଳି ମହିଳାଙ୍କ ମୃତଦେହ ଗୋଟିଏ ଦିନରେ ପୋତିବା ସମ୍ଭବ ନୁହେଁ। ଏବେ ଏହି ଘଟଣା କାନପୁର ପୋଲିସର ଚିନ୍ତା ବଢାଇ ଦେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.