ପ୍ରମୂଖ ଖବର
  • Myntra ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଫେମା ଆଇନ୍ ଉଲ୍ଲଂଘନ ଅଭିଯୋଗ
  • ||
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

୩ ମାସ ହେଲା ନାବାଳିକାଙ୍କ ମିଳୁନି ପତ୍ତା, ପୁଲିସ ଶୁଣୁନି କି ଚଙ୍କୁନି... କୋହଭରା କଣ୍ଠରେ ଗୁହାରୀ କଲେ ଜଣେ ଅସହାୟ ବାପା

Published By : Rasmita Pradhan | July 23, 2025 8:36 AM

ଢେଙ୍କାନାଳ, ୨୩/୦୭ : ‘ମୋ ନାବାଳିକା ଝିଅକୁ ଗାଁ ପାଖର ଜଣେ ସଂଖ୍ୟାଲଘୁ ଯୁବକ ଫୁସୁଲେଇ ନେଇଯାଇଛି । ୩ ମାସ ହେଲାଣି ପୁଲିସ୍‌ କିଛି ଶୁଣୁନାହିଁ । ଖୋଜ୍‌ଖବର କିଛି ନାହିଁ । ମୋ ଝିଅକୁ ସେ ବାହାରେ ବିକ୍ରି କରିସାରିବଣି ।’ ୩ ମାସ ହେଲା ନିଖୋଜ୍‌ ଥିବା ସଦର ଥାନା ଅଞ୍ଚଳର ଜଣେ ୧୭ ବର୍ଷିୟା ନାବାଳିକା ବାପାଙ୍କ ଏହା କୋହଭରା ଅଭିଯୋଗ । ପୂର୍ବରୁ ଉକ୍ତ ଅଞ୍ଚଳରେ ନାବାଳିକାଙ୍କୁ ନେଇ ବିକ୍ରି କରିଦେବା ଓ ପରେ ଉଦ୍ଧାର ହେବାର ନଜିର ରହିଥିବାରୁ ତାଙ୍କ ଝିଅକୁ ବି ବିକ୍ରି ହୋଇଯାଇଥିବ ବୋଲି ଏକ ଅସହାୟ ବାପା ଆଶଙ୍କା ପ୍ରକାଶ କରିଛନ୍ତି । ଥାନା ଠାରୁ ଏସ୍‌ପିଙ୍କ କାର୍ଯ୍ୟାଳୟ ସବୁଠି ଗୁହାରି କରିସାରିବା ପରେ ବି କେହି ଶୁଣୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । 

ଅଭିଯୋଗ ଅନୁସାରେ, ସଦର ଥାନା ଅଞ୍ଚଳର ନାବାଳିକା ଗତ ଏପ୍ରିଲ ୮ ତାରିଖରେ ଘର ଛାଡ଼ି ଚାଲିଯାଇଛନ୍ତି । ଗାଁ ପାଖର ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଯୁବକ ତାଙ୍କୁ ଫୁସୁଲାଇ ଅପହରଣ କରି ନେଇଥିବା ତାଙ୍କ ବାପା ସଦର ଥାନାରେ ଅଭିଯୋଗ କରିଛନ୍ତି । ନାବାଳିକା ଘରୁ ଯିବା ବେଳେ ୩ ଲକ୍ଷ ଟଙ୍କା, ସୁନା ଗହଣା ସହ ଫିକ୍ସ ରହିଥିବା ୪ ଲକ୍ଷ ଟଙ୍କାର ପାସ୍‌ ବୁକ୍‌ ଆଦି ନେଇଯାଇଛନ୍ତି । ଏନେଇ ସେ ଢେଙ୍କାନାଳ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ମାମଲା ରୁଜୁ କରିଥିଲେ ହେଁ, ଖୋଜିବାରେ କୌଣସି ଆନ୍ତରିକତା ଦେଖାନଥିବା ସେ ଅଭିଯୋଗ କରିଛନ୍ତି । ଥାନାରୁ ନ୍ୟାୟ ନପାଇ ଗତ ମେ’ ୩ ତାରିଖରେ ସେ ଏସ୍‌ପିଙ୍କୁ ଫେରାଦ ହୋଇଥିଲେ । ଏସ୍‌ପିଙ୍କ କାର୍ଯ୍ୟାଳୟରୁ ପ୍ରତିଶ୍ରୁତି ଦିଆଯାଇଥିବା ବେଳେ ଝିଅକୁ ଖୋଜାଯାଉନି ବୋଲି ସେ ଅଭିଯୋଗ କରିଛନ୍ତି । ପୂର୍ବରୁ ତାଙ୍କ ଅଞ୍ଚଳରେ ଏପରି କିଛି ଘଟିଛି । 

କିଛି ବର୍ଷ ତଳେ ଆଉ ଜଣେ ନାବାଳିକାକୁ ଫୁସୁଲାଇ ନେଇଯିବା ପରେ କଲିକତାରେ ବିକ୍ରି କରି ଦିଆଯାଇଥିଲା । ଦେଢ଼ ବର୍ଷ ପରେ ପୁଲିସ୍‌ କଲିକତାରୁ ଉଦ୍ଧାର କରିଥିଲା । ଏଣୁ ଝିଅକୁ ନେଇ ପରିବାର ଆଶା ଆଶଙ୍କା ମଧ୍ୟରେ ରହିଛନ୍ତି । ଏସ୍‌ପିଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଯାଇ ବିଭିନ୍ନ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଭେଟିଛନ୍ତି । ମାସେ ମଧ୍ୟରେ ଖୋଜି ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ପୁଲିସ ଆନ୍ତରିକତା ଦେଖାଉନଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସଦର ଏସଡିପିଓ ରମେଶ ଚନ୍ଦ୍ର ଦୋରା କହିଛନ୍ତି, ମାମଲା ରୁଜୁ ହେବା ପରେ ନାବାଳିକାଙ୍କୁ ଉଦ୍ଧାର ପାଇଁ ପୁଲିସ୍‌ ଟିମ୍‌ ସମସ୍ତ ପ୍ରକାର ଉଦ୍ୟମ କରିଛି । ଫୋନ ଟ୍ରାକିଂଠାରୁ ନେଇ ବାହାରକୁ ଟିମ୍‌ ଯାଇ ଖୋଜାଖୋଜି କରି ଫେରିଛନ୍ତି । ହେଲେ କୌଣସି ଖୋଜ୍‌ଖବର ମିଳିନାହିଁ । ତଥାପି ଉଦ୍ୟମ ଜାରି ରହିଛି ବୋଲି ଏସଡିପିଓ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.