ପ୍ରମୂଖ ଖବର
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ଚିତ୍ରାଙ୍ଗୀ ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର

Published By : Gurupada Nath | July 22, 2025 8:36 PM

ଝରିଗାଁ,୨୨/୭ : ଚିତ୍ରାଙ୍ଗୀ ନଦୀ ପାଣିରୁ ଜନୈକ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତ ମହିଳା ହେଲେ ଝରିଗାଁ ଥାନା ଅଧୀନ ପାଲିଆ ପଞ୍ଚାୟତ ଅନ୍ତର୍ଗତ ଗୋପାଳଗୁଡ଼ା ଗ୍ରାମର ଅମର ଭତରାଙ୍କ ସ୍ତ୍ରୀ ଫୁଲନା (୩୫)। 

ସୂଚନା ଅନୁସାରେ , ମଙ୍ଗଳବାର ସକାଳ ପ୍ରାୟ ୮ଟା ସମୟରେ ମହିଳା ଜଣଙ୍କ ଗାଁ ନିକଟ ନଦୀ ତଟରେ ଥିବା ନିଜ ଚାଷ ଜମିରେ ହଳ କରୁଥିବା ସ୍ବାମୀ ଅମରଙ୍କୁ ଜଳଖିଆ ଦେବାକୁ ଯାଇଥିଲେ । ଜଳଖିଆ ଦେଇ ସାରି ନଦୀ ନିକଟ ଅସ୍ଥାୟୀ କୁଡିଆ ଅଭିମୁଖେ ଫେରିଥିଲେ। ଅମର ଭତରାଙ୍କ ନଦୀ ନିକଟରେ ଚାଷ ଜମି ରହିଥିବାରୁ ସେଠାରେ ଅସ୍ଥାୟୀ କୁଡିଆ କରି ସ୍ଵାମୀ ସ୍ତ୍ରୀ ଚାଷ କାର୍ଯ୍ୟ କରି ଆସୁଥିଲେ। କିଛି ସମୟ ବ୍ୟବଧାନ ପରେ ଅମରଙ୍କ ଭାଉଜ ବାସନ୍ତୀ ଓ ଝିଆରୀ ଚାଷ ଜମି ଆଡେ ଯାଉଥିବା ସମୟରେ ନଦୀ ପାଣିରେ ମୃତଦେହ ଭାସୁଥିବା ଦେଖି ଅମରଙ୍କୁ କହିଥିଲେ। ଅମର ଭତରା ସ୍ତ୍ରୀ ଫୁଳନା ଜଳଖିଆ ଦେଇ ଅଳ୍ପ ସମୟ ହେବ ସେ ଫେରିଥିବା କହି କଥାକୁ ଗୁରୁତ୍ବ ଦେଇନଥିଲେ ଏବଂ ଜମି ହଳ କରିବାରେ ବ୍ୟସ୍ତ ଥିଲେ। ହଳ କାର୍ଯ୍ୟ ସାରି ପ୍ରାୟ ୧୧ଟା ସମୟରେ ଫେରିବା ବେଳକୁ ମୃତଦେହ ଦେଖି ପିନ୍ଧିଥିବା ଶାଢ଼ୀକୁ ଚିହ୍ନି ସ୍ତ୍ରୀ ଫୁଲନାଙ୍କ ଶବ ବୋଲି ନିଶ୍ଚିତ ହୋଇଥିଲେ।  

ଗାଧୋଇବାକୁ ମହିଳା ପ୍ରାୟ ନଦୀକୁ ଯାଇଥାନ୍ତି। ଅସାବଧାନତା ଯୋଗୁଁ ନଦୀରେ ଖସି ମହିଳାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରୁଛି ବୋଲି ମୃତ ମହିଳାଙ୍କ ସ୍ଵାମୀ ଅମର କହିଛନ୍ତି। ଅମର ଏ ନେଇ ଆଜି ଅପରାହ୍ନରେ ଝରିଗାଁ ଥାନାରେ  ଏତଲା ଦେଇଥିଲେ। ଝରିଗାଁ ଥାନା ଅଧିକାରୀ ପ୍ରଦୀପ କୁମାର ଶବରଙ୍କ ନେତୃତ୍ୱରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର ଓ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ପୋଲିସ ସୂଚନା ଦେଇଛି । ଆଜି ସନ୍ଧ୍ୟା ୭ଟା ସମୟରେ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା ଫଳରେ ବ୍ୟବଚ୍ଛେଦ ଆଜି ହୋଇପାରି ନାହିଁ । ଆସନ୍ତାକାଲି ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.