ପ୍ରମୂଖ ଖବର
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ବନ୍ଦ ହେବ ଅନ୍ୱେଷା ଯୋଜନା! ଚିନ୍ତାରେ ଗରିବ ଛାତ୍ରଛାତ୍ରୀ ଓ ଅଭିଭାବକ...

Published By : Prameya | July 22, 2025 1:54 PM

ଉମରକୋଟ,୨୨/୦୭: ଅନ୍ୱେଷା ଯୋଜନାରେ ଆଉ ପଢିପାରିବେ ନାହିଁ ଗାଁ ଗହଳିର ଗିରବ ଆଦିବାସୀ ପିଲା ।  ବର୍ତ୍ତମାନ ରାଜ୍ୟ ସରକାର ଏହି ଯୋଜନା ବନ୍ଦ କରିବାକୁ ଯୋଜନା ରଖିଛନ୍ତି । ତତ୍କାଳୀନ ନବୀନ ସରକାରଙ୍କ  ଅମଳରେ ୨୦୧୬ରୁ ଆରମ୍ଭ ହୋଇଥିବା  ଏହି ଯୋଜନାରେ ଗରିବ ଛାତ୍ରଛାତ୍ରୀଙ୍କୁ  ସହରାଞ୍ଚଳ ଇଂଲିଶ ମିଡିୟମ ସ୍କୁଲରେ ପଢାଇ ଅନ୍ୟ ପିଲାଙ୍କ ସହ ସମକକ୍ଷ କରିବା ମୂଳ ଲକ୍ଷ୍ୟ ରହିଥିଲା । ଜିଲ୍ଲାର ଆର୍ଥିକ ଅନଗ୍ରସର ଏସଏସିଏସଟି  ପିଲାଙ୍କୁ ଘରୋଇ ଇଂଲିଶ ସ୍କୁଲରେ  ଶିକ୍ଷାଦାନ ପାଇଁ ସରକାର ସହାୟତା ଯୋଗାଇ ଆସୁଥିଲେ । ତାହା ଏଣିକି  ବନ୍ଦ ହେବ ନେଇ ଜଣାପଡ଼ିବା ପରେ ଅଭିଭାବକ ଚିନ୍ତାରେ ପଡ଼ିଯାଇଛନ୍ତି । 

ସୂଚନାଥାଉକି, ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲାର ଅଗ୍ରଣୀ ଘରୋଇ ଇଂଲିଶ  ମିିଡିୟମ ସ୍କୁଲରେ ଅନ୍ୱେଷା ଯୋଜନାରେ ପିଲାମାନେ ପଢ଼ୁଛନ୍ତି । ଜିଲ୍ଲାର ବିଭିନ୍ନ  ସ୍କୁଲରେ ୧୫୦୦ ରୁ ଅଧିକ ପିଲା ପଢ଼ୁଥିବା  ବେଳେ ଚଳିତବର୍ଷ ଏହି ଯୋଜନାରେ  ଛାତ୍ରଛାତ୍ରୀ ଗ୍ରହଣ ନିମନ୍ତେ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ । ଅନ୍ୟପକ୍ଷେ  ଅନ୍ୟ ସ୍କୁଲଗୁଡ଼ିକରେ ନାମଲେଖା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ସରକାରଙ୍କ ପକ୍ଷରୁ କୌଣସି ନୂତନ ଗାଇଡଲାଇନ ପ୍ରକାଶ ହୋଇ ନଥିବାରୁ ଅନ୍ୱେଷାରେ ଅନ୍ତର୍ଭୁକ୍ତ ହୋଇ ଇଂରାଜୀ ମାଧ୍ୟମରେ ପଢିବାକୁ ଆଶା ବାନ୍ଧିଥିବା ପିଲା ଓ ସେମାନଙ୍କ ଅଭିଭାବକ ନିରାଶ ହୋଇପଡିଛନ୍ତି । ଏହି ଯୋଜନାରେ  ସରକାର ପିଲାଙ୍କ ମୁଣ୍ଡ ପିଛା ଟ୍ୟୁସନ୍‌ ଫି' ବାବଦରେ ବାର୍ଷିକ ୨୦ ହଜାର ଟଙ୍କା ଖର୍ଚ୍ଚ  କରୁଥିଲେ । ଏହା ସଂପୃକ୍ତ ସ୍କୁଲଗୁଡ଼ିକୁ  ଦିଆଯାଉଛି । ଏହା ବ୍ୟତୀତ ସେମାନଙ୍କର  ଖାଇବା, ରହିବା, ପୋଷାକପତ୍ର ଓ  ଯାତାୟାତ ଖର୍ଚ୍ଚ ବାବଦରେ ବାର୍ଷିକ ଆହୁରି  ୧୮ ହଜାର ଟଙ୍କା ସରକାର ଦେଉଛନ୍ତି ।  

ଏସମ୍ପର୍କରେ ସ୍ଥାନୀୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି,  ଜନଜାତି ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା  ପାଇଁ ଭିତ୍ତିଭୂମି ବିକାଶ ଆବଶ୍ୟକ ରହିଛି । ଏଥିପାଇଁ ୪୫୦ ଆବାସିକ ବିଦ୍ୟାଳୟରେ  ହଷ୍ଟେଲ ନିର୍ମାଣକୁ ଯୁଦ୍ଧକାଳୀନ ଭିତ୍ତିରେ  ସାରିବା ପାଇଁ ଉଦ୍ୟମ ଚାଲିଛି । ଜନଜାତି  ପିଲାଙ୍କୁ ଇଂରାଜୀ ଶିକ୍ଷା ଯୋଗାଇଦେବା  ପାଇଁ କାର୍ଯ୍ୟକାରୀ ହେଉଥିବା ଅନ୍ୱେଷା  ହଷ୍ଟେଲରେ ଘରୋଇ ଶିକ୍ଷକ ନିଯୁକ୍ତ କରିବା ସହ ଏହାକୁ ୧୦୦ ଶଯ୍ୟା ବିଶିଷ୍ଟ  ହଷ୍ଟେଲରେ ବିକଶିତ କରାଯାଉଛି ।  ୯୯ଟି ସ୍କୁଲର ଜନଜାତି ଛାତ୍ରଛାତ୍ରୀ ନିଜସ୍ୱ  କଳା, ସଂସ୍କୃତି, ଭାଷା ସହ ଯୋଡ଼ିହାଇ  ରହିବେ ବୋଲି ମନ୍ତ୍ରୀ କହିଛନ୍ତି । ପିଲାଙ୍କ ବୌଦ୍ଧିକ ବିକାଶ ସମେତ ସ୍ୱାସ୍ଥ୍ୟ, ସ୍ୱଚ୍ଛତାକୁ  ସୁନିଶ୍ଚିତ କରିବା ପାଇଁ ଅଧିକାରୀମାନଙ୍କୁ  ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.