ପ୍ରମୂଖ ଖବର
  • Myntra ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଫେମା ଆଇନ୍ ଉଲ୍ଲଂଘନ ଅଭିଯୋଗ
  • ||
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ମାଲକାନଗିରିରେ ଲଜ୍ଜା: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୪ ଗିରଫ, ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡି ଓ କଂଗ୍ରେସ

Published By : Rasmita Pradhan | July 22, 2025 10:09 AM

ମାଲକାନଗିରି, ୨୨/୭ : ମାଲକାନଗିରି ଥାନା ଅଞ୍ଚଳରେ ଲଜ୍ଜା। ସାଙ୍ଗର ଜନ୍ମଦିନରେ ଯୋଗ ଦେବାକୁ ଯାଇଥିବା ବେଳେ ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ବିଜାଘାଟିରୁ ଜଣେ ଟ୍ରକ୍ ଡ୍ରାଇଭର୍ ସହ ନାବାଳିକାଙ୍କୁ ପୁଲିସ ଉଦ୍ଧାର କରିଛି । ଏନେଇ ନାବାଳିକାଙ୍କ ପରିବାର ଲୋକେ ସଦର ଥାନାରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି । ପୁଲିସ ଡ୍ରାଇଭରକୁ ଗିରଫ କରି ଟ୍ରକଟିକୁ ଜବତ କରିଛି ।     

ସୂଚନାନୁଯାୟୀ, ମାଲକାନଗିରି ଥାନା ଅଞ୍ଚଳର ଜଣେ ନାବାଳିକା ସାଙ୍ଗର ଜନ୍ମଦିନ ପାଳିବାକୁ ସାଙ୍ଗ ଘରକୁ ଯାଇଥିଲେ। ବିଳମ୍ଵିତ ରାତି ଯାଏଁ ଘରକୁ ଫେରି ନଥିଲେ। ପରିବାର ଲୋକେ ଝିଅକୁ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ପତ୍ତା ମିଳିନଥିଲା। ବିଳମ୍ବିତ ରାତିରେ ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥର ବିଜାଘାଟି ନିକଟରେ ଜଣେ ଟ୍ରକ୍ ଚାଳକକୁ ସନ୍ଦେହ କରି କିଛି ବାଟୋଇ ଓ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପରେ ମାଲକାନଗିରି ଥାନା ପୁଲିସ ସେଠାରେ ପହଞ୍ଚି ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଏହା ସହ ଟ୍ରକ୍‌କୁ ଜବତ କରିଛି। ନାବାଳିକାଙ୍କୁ ଶକ୍ତି ସଦନ ଗୃହକୁ ପଠାଯାଇଛି ।

ଏହି ଘଟଣାକୁ ନେଇ ପୀଡ଼ିତାଙ୍କ ମା' ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି। ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ନାବାଳିକା ଓ ଟ୍ରକ ଡ୍ରାଇଭରଙ୍କ ଡାକ୍ତରୀ ମାଇନା କରି ତଦନ୍ତ ଚଲାଇଛି। ଟ୍ରକ୍‌ଟି ସିମେଣ୍ଟ ବୋଝେଇ କରି ଜୟପୁର ଅଭିମୁଖେ ଯାଉଥିଲା। ଡ୍ରାଇଭରଙ୍କ ନିଜ ଘର ମଧ୍ୟପ୍ରଦେଶ ବୋଲି ଜଣାପଡିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ମାଲକାନଗିରି ଥାନା ଆଇଆଇସି ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି।

ଏହା ବ୍ୟତୀତ ଆଉ ଏକ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଅନ୍ୟ ତିନି ଜଣଙ୍କୁ ପୁଲିସ ଗିରଫ କରିଛି। ମାଲକାନଗିରି ଥାନା ସହରର ମନୋଜ ହରିଜନ( ୩୦ ବର୍ଷ), ରୋହିତ କୁମାର ହିଆଲ (୨୪ ବର୍ଷ), ବୀର ଭର୍ତିଆ (୨୬ ବର୍ଷ)ଙ୍କୁ ଗିରଫ କରାଯାଇଛି। ଏହି ଘଟଣାକୁ ଦୃଢ ନିନ୍ଦା କରି ପୀଡ଼ିତାଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ମାଲକାନଗିରି ବିଜୁ ଜନତା ଦଳ, ଓ କଂଗ୍ରେସ ଦଳ ଦାବି କରିଛନ୍ତି। ଆଜି ସକାଳେ ମାଲକାନଗିରି ଥାନାରେ କଂଗ୍ରେସର ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, କଂଗ୍ରେସ କମିଟି ଜିଲ୍ଲା ସଂଯୋଜକ ଜି ଶ୍ରୀନିବାସ ରାଓ ପ୍ରମୁଖ ନେତା ଓ କର୍ମୀ ଏବଂ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡ଼କାମି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ, ପୌର ପରିଷଦ ଉପାଧ୍ୟକ୍ଷା କବିତା ମାହୁନ୍ତ, ରବି ରାଜେଶ ପ୍ରମୁଖ ପହଞ୍ଚି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ନିମନ୍ତେ ଦାବି ଜଣାଇଛନ୍ତି। ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.